କରୋନାର ସୁପର ସ୍ପ୍ରେଡର ଆମେରିକା ଔଷଧ କମ୍ପାନୀ

ବୋଷ୍ଟନ,୧୪ା୪: ଆମେରିକାର ପ୍ରମୁଖ ଔଷଧ କମ୍ପାନୀ ‘ବାୟୋଜେନ୍‌’କୁ କରୋନା ଭୂତାଣୁର ସୁପର ସ୍ପ୍ରେଡର (ସର୍ବାଧିକ ସଂକ୍ରମଣ କରାଇଥିବା ସଂସ୍ଥା) ବୋଲି କୁହାଯାଉଛି। ମାର୍ଚ୍ଚ ପ୍ରଥମ ସୋମବାର ପର୍ଯ୍ୟନ୍ତ ଏହି କମ୍ପାନୀରେ ସବୁକିଛି ଠିକ୍‌ଠାକ୍‌ ଥିବା କୁହାଯାଉଥିଲା। ଦୀର୍ଘବର୍ଷ ପରେ କମ୍ପାନୀର ନୂଆ ଆଲଭିମର ଔଷଧ ଆୟକୁ ଯଥେଷ୍ଟ ବଢ଼ାଇଦେଇଛି। ଏହା କମ୍ପାନୀର ଏକ ଉଲ୍ଲେଖନୀୟ ଜୟଯାତ୍ରା ବୋଲି ବୋଷ୍ଟନଠାରେ ଏକ ସ୍ବାସ୍ଥ୍ୟସେବା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ମିଚେଲ ଭୌନାଟ୍‌ସୋସ୍‌ କହିଥିଲେ। ହେଲେ ସେ ଜାଣି ନ ଥିଲେ ସେତେବେଳକୁ କରୋନା ଭୂତାଣୁ ନୀରବରେ ଉକ୍ତ କମ୍ପାନୀର ବହୁ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ କବଳିତ କଲାଣି। ଏହି ଅଧିକାରୀମାନେ କମ୍ପାନୀର ବାର୍ଷିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଖାଲି ସେତିକି ନୁହେଁ, ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ସେମାନେ ଅନ୍ୟ ଯାତ୍ରୀମାନଙ୍କ ସହ ବିଦେଶକୁ ବିମାନ ଯାତ୍ରା କରିଥିଲେ ଓ ପରିବାର ସହ ରହିଥିଲେ। ସେମାନଙ୍କ ଯୋଗୁ ଆମେରିକାର ୬ଟି ରାଜ୍ୟ ଏବଂ ୩ଟି ଦେଶକୁ କରୋନା ଭୂତାଣୁ ବ୍ୟାପିଲା ବୋଲି କୁହାଯାଉଛି। ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀମାନେ ଏହି ସଂକ୍ରମଣକୁ ଚିହ୍ନଟ କରିପାରିଲେ ନାହିଁ। ବାୟୋଜେନ୍‌ ସମ୍ମିଳନୀ ଆମେରିକାରେ କରୋନା ଭୂତାଣୁ ବ୍ୟାପିବାର ଅନ୍ୟତମ ପ୍ରଥମ ଦୃଷ୍ଟାନ୍ତ। ଏହି ସମ୍ମିଳନୀକୁ କୋଭିଡ୍‌-୧୯ର ସୁପରସ୍ପ୍ରେଡିଂ ଇଭେଣ୍ଟ ବୋଲି ମହାମାରୀ ବିଶେଷଜ୍ଞମାନେ କହୁଛନ୍ତି। ଅନ୍ୟ ସର୍ବାଧିକ ସଂକ୍ରମଣ ସିଟଲ ବାହାରେ ଥିବା ଏକ ନର୍ସିଂ ହୋମ ଏବଂ କନେକ୍ଟିକଟ୍‌ରେ ଏକ ଜନ୍ମଦିନ ଉତ୍ସବରେ ହୋଇଥିବା କୁହାଯାଉଛି। ତେବେ ବାୟୋଜେନ୍‌ ସମ୍ମିଳନୀରୁ ଯେଭଳି ଗୋଷ୍ଠୀ ସଂକ୍ରମଣ ହେଲା ତାହା ସବୁଠାରୁ ଭିନ୍ନ ଥିଲା। କାରଣ କରୋନା ବିରୋଧରେ ଲଢ଼ୁଥିବା ଦେଶର ବହୁ ବିଶିଷ୍ଟ ସ୍ବାସ୍ଥ୍ୟସେବା ପେସାଦାରମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri