Categories: Home Leftଖେଳ

କରୋନାର ମଜାକ ଉଡ଼ାଇଥିବା ଏନ୍‌ବିଏ ଖେଳାଳିଙ୍କ ରିପୋର୍ଟ ପଜେଟିଭ

କରୋନା ଭାଇରସ କେତେ ସାଙ୍ଘାତିକ, ତାହା ପୂରା ବିଶ୍ୱ ଦେଖିସାରିଲାଣି। ୧୪୫ ଦେଶରେ ରୋଗୀ ଚିହ୍ନଟ ହୋଇଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଲାଣି। ଏଭଳି ପରିସ୍ଥିତି ସତ୍ତ୍ୱେ ଜଣେ ଏନ୍‌ବିଏ (ବାସ୍କେଟବଲ) ଖେଳାଳି ରୁଡି ଗବର୍ଟ କରୋନା ଭାଇରସର ମଜାକ ଉଡାଇଥିଲେ, ଯାହାକି ତାଙ୍କ ଉପରେ ଭାରି ପଡ଼ିଛି। ଗତ ସୋମବାର ଏକ ସାମ୍ବାଦିକ ସମ୍ମୀଳନିରେ ଯୋଗଦେଇ କରୋନା ଭାଇରସର ମଜାକ ଉଡ଼ାଇଥିଲେ। ଟେବୁଲରେ ଉପରେ ଥିବା ସମସ୍ତ ମାଇକ ଓ ରେକର୍ଡିଂ ଯନ୍ତ୍ରକୁ ଛୁଇଁଥିଲେ। ଉକ୍ତ ଭିଡୋଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ସେ ଜନସାଧାରଣଙ୍କ ସ୍ବାସ୍ଥ୍ୟା ଲାଗି ଥିବା ନିୟମକୁ ମାନି ନ ଥିଲେ। ଏବେ ସେ କରୋନାରେ ପୀଡ଼ିତ। ତାଙ୍କ ଉତା ଜାଜ ଦଳର ଆଉ ଜଣେ ଖେଳାଳିଙ୍କ ରିପୋର୍ଟ ମଧ୍ୟ ପଜେଟିଭ ଆସିଥିବା ସୂଚନା ମିଳିଛି। ବୁଧବାରଠାରୁ ଚଳିତ ଏନ୍‌ବିଏ ସିଜନକୁ ସ୍ଥଗିତ ରଖାଯାଇଛି।