କରୋନାରେ ଅନିଲ ସୁରିଙ୍କ ମୃତ୍ୟୁ

ମୁମ୍ବାଇ, ୬ା୬: ବଲିଉଡ୍‌ର ଭେଟେରାନ୍‌ ପ୍ରଯୋଜକ ଅନିଲ ସୁରିଙ୍କ କରୋନାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ଅଭିନେତା ରାଜ୍‌ କୁମାର, ଅଭିନେତ୍ରୀ ରେଖା ଅଭିନୀତ ‘କର୍ମଯୋଗୀ’ ଓ ‘ରାଜ୍‌ ତିଲକ’ ଫିଲ୍ମରେ ସେ ପ୍ରଯୋଜନା ଦେଇଥିଲେ। ଏନେଇ ଅନିଲଙ୍କ ଭାଇ ରାଜୀବ କହିଛନ୍ତି, ଜୁନ୍‌ ୨ରେ ଜ୍ୱର ଆସିବା ପରେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଲୀଳାବତୀ ଓ ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା ବେଳେ କେହି ବେଡ୍‌ ଯୋଗାଇଦେବାକୁ ରାଜିହୋଇ ନ ଥିଲେ। ପରେ ତାଙ୍କୁ ଆଡ୍‌ଭାନ୍ସ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭେଣ୍ଟିଲେଟରରେ ରହିବା ପରେ ଗୁରୁବାର ତାଙ୍କର ପରଲୋକ ହୋଇଥିବା ରାଜୀବ କହିଛନ୍ତି। ଶୁକ୍ରବାର ଅନିଲଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Share