କରୋନାରୁ ଦୂରେଇ ରଖିବାକୁ ନବଜାତକଙ୍କ ପାଇଁ ରକ୍ଷାକବଚ ତିଆରି କଲା ଥାଇଲାଣ୍ଡ ହସ୍ପିଟାଲ

ବ୍ୟାଂକକ,୧୧।୪: ସାରା ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଲକ୍ଷେ ଟପି ଗଲାଣି। ଏହାକୁ ଦେଖି ଏବେ ସମସ୍ତେ ବେଶ୍‌ ସଚେତନ ହୋଇଯାଇଛନ୍ତି। ତେବେ ଥାଇଲାଣ୍ଡର କିଛି ହସ୍ପିଟାଲରେ ନବଜାତକଙ୍କୁ ଏହି ମହାମାରୀଠାରୁ ଦୂରେଇ ରଖିବାକୁ ବିଶେଷ ପଦକ୍ଷେପ ନିଆଯାଇଥିବା ଦେଖାଯାଇଛି। ଦକ୍ଷିଣ ବ୍ୟାଂକକ୍‌ର ସମୁକ ପ୍ରକନ ଅଞ୍ଚଳରେ ଥିବା ହସ୍ପିଟାଲରେ ଯେଉଁ ଶିଶୁ ଜନ୍ମ ନେଉଛନ୍ତି ସେମାନଙ୍କୁ କରୋନା ଭାଇରସଠାରୁ ଦୂରେଇ ରଖିବାକୁ ଏକ ମିନି ଫେସ ସିଲଡ ବା ମୁହଁ ଘୋଡାଇବା ଭଳି ଏକ ଆଧୁନିକ ମାସ୍କ ବୋଲି କୁହାଯାଇପାରେ ତାକୁ ହିଁ ବ୍ୟବହାର କରୁଛନ୍ତି। ସୂଚନାଯୋଗ୍ୟ, ଥାଇଲାଣ୍ଡରେ ଏବେ ୨ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ନବଜାତକଙ୍କୁ ବିଶେଷ ଭାବେ ସୁରକ୍ଷା ଦେବାକୁ ହସ୍ପିଟାଲ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ SIR ଶୁଣାଣି, ମମତା କହିଲେ ପଶ୍ଚିମବଙ୍ଗ ପ୍ରତି ଅନ୍ୟାୟ ହୋଇଛି

ନୂଆଦିଲ୍ଲୀ,୪।୨:  ସୁପ୍ରିମକୋର୍ଟ ପଶ୍ଚିମବଙ୍ଗରେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ (SIR) ମାମଲାର ଶୁଣାଣି କରିଛନ୍ତି। ସମସ୍ତଙ୍କ ନଜର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଥିଲା, ସେ ମଧ୍ୟ…

ଇତିହାସ ରଚିଲେ ଏଲନ ମସ୍କ: ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ଓ୍ବାଶିଂଟନ୍‌,୪।୨: ଟେସଲା ମାଲିକ ଏଲନ ମସ୍କ ଇତିହାସ ରଚିଛନ୍ତି। ମହାକାଶ କମ୍ପାନୀ ସ୍ପେସଏକ୍ସ (SpaceX) ତାଙ୍କର AI ଏବଂ ସୋସିଆଲ ମିଡିଆ ଫାର୍ମ xAI ଅଧିଗ୍ରହଣ କରିବା…

ସୁନା ସଫା ପାଉଡର ବିକ୍ରି ବାହାନାରେ ଆସିଲେ, ମହିଳାଙ୍କଠୁ ସୁନା ଗହଣା ଲୁଟ୍ କରି….

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଜାରକାର ଏକ କଲୋନୀରେ ସୁନା ସଫା ପାଉଡର ବିକ୍ରି ନାଁରେ ଲୁଟ୍ କଲେ ଦୁର୍ବୃତ୍ତ । ଜଣେ ମହିଳାଙ୍କ…

ଦାରିଙ୍ଗବାଡିରେ ପୁଣି ବୁଲିଲା ବୁଲ୍‌ଡୋଜର: ଜବରଦଖଲ ଉଚ୍ଛେଦ 

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି  ଥାନା ଅଞ୍ଚଳରେ ପୁଣି ବୁଧବାର ବୁଲଡୋଜର ବୁଲିଛ। ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଦୋକାନ ଗୃହ ସମେତ ବାସ ଗୃହକୁ…

କୂଅରୁ ମିଳିଥିଲ ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

ମୋଦିଙ୍କୁ ସିଧା ଟାର୍ଗେଟ କଲେ ପ୍ରିୟଙ୍କା, କହିଲେ ଡର ଲାଗୁଛି…

ନୂଆଦିଲ୍ଲୀ,୪।୨: ସଂସଦର ବଜେଟ ଅଧିବେଶନରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଲୋକ ସଭା କାର୍ଯ୍ୟ ସ୍ଥଗିତ ରହିଥିଲା। ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ଭାଷଣ ବାଧାପ୍ରାପ୍ତ ହୋଇଥିଲା। ଏହି…

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

କାମରେ ଲାଗୁନି ‘ଆମ ଶୌଚାଳୟ’, ଅସୁବିଧା ଭୋଗୁଛନ୍ତି ଯାତ୍ରୀ

ଧର୍ମଶାଳା,୪।୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବସ୍‌ ରହଣି ସ୍ଥାନରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରହିଥିବା ଶୌଚାଳୟ କାମରେ ଲାଗୁନି। ଏହା ଅପରିଷ୍କାର ଭାବେ ଅଳିଆ ଆବର୍ଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri