Categories: ଜାତୀୟ

କରୋନାଭାଇରସରୁ ମୁକ୍ତି ପାଇଁ ବାଲାଜୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ହାଇଦ୍ରାବାଦ,୭।୨: ତେଲେଙ୍ଗାନାର ଚିଲକୁର ବାଲାଜୀ ମନ୍ଦିରରେ ଗୁରୁବାର ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ଦେଖିବାକୁ ମିଳିଥିଲା। ଏହା କରୋନାଭାଇରସରୁ ମୁକ୍ତି ପାଇଁ କରାଯାଇଥିବା କୁହାଯାଏ। ଚାଇନାରେ ଏବେ ଏହି କରୋନାଭାଇରସରେ ପୀଡିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଏହା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। କେରଳରେ ୩ ଜଣ କରୋନାଭାଇରସ ପଜିଟିଭ ବାହାରିବା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଦେଶରେ ଏହା ଆଉ ନ ବ୍ୟାପୁ ଏହି କାମନା କରି ବାଲଜି ମନ୍ଦିରରେ ୪୫ ମିନିଟର ବିଶେଷ ପୂଜାର ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ୨ ହଜାର ଲୋକ ଭାଗ ନେଇଥିଲେ। ମନ୍ଦିରର ପୂଜାରୀ କୁହନ୍ତି, କେବଳ କରୋନାଭାଇରସ କବଳରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଏହି ପୂଜା କରାଯାଇଛି।

Share