କରୋନାକୁ ରୋକିବାରେ ଆମେରିକା ଅସମର୍ଥ: ସୈନ୍ୟବାହିନୀର ସହାୟତା ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୭।୪: ଆମେରିକାରେ କରୋନା ସଂକ୍ରମଣ ରୋକିବାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାରଙ୍କ ପକ୍ଷରୁ ହୋଇଥିବା ସମସ୍ତ ଉଦ୍ୟମ ଫେଲ୍‌ ମାରିଛି। ଶେଷରେ ଟ୍ରମ୍ପ୍‌ ସୈନ୍ୟବାହିନୀର ସହାୟତା ଲୋଡ଼ିଛନ୍ତି। ନ୍ୟୁୟର୍କରେ କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବା ଳାଗି ସୈନ୍ୟ ବାହିନୀର ୧୦୦୦ ଯବାନଙ୍କୁ ମୁତୟନ କରାଯାଇଛି। ଦେଶର ସ୍ଥିତି କ୍ରମଶଃ ଜଟିଳ ହେବାକୁ ଯାଉଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଟ୍ରମ୍ପ୍‌ କହିଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ ନ୍ୟୁୟର୍କରେ ବାୟୁସେନା ଏବଂ ନୌସେନାର ଡାକ୍ତରଙ୍କୁ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରାଯିବ। ମହାମାରୀକୁ ରୋକିବା ପାଇଁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ନ୍ୟୁୟର୍କକୁ ପଠାଯିବ ବୋଲି ଟ୍ରମ୍ପ୍‌ ସୂଚନା ଦେଇଛନ୍ତି।

Share