କରୋନାକୁ ନେଇ କୋକୁଆ ଭୟ: ପର୍ଯ୍ୟଟନସ୍ଥଳୀ, ପାର୍କ ଖାଁ ଖାଁ;ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଘାତକ କରୋନା ଭୂତାଣୁ ସଂକ୍ରମଣରେ ଭାରତର ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ଆହୁରି ବଢ଼ିଯାଇଛି। ଓଡ଼ିଶାରେ ଏଯାଏ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ନ ଥିଲେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିସ୍ଥଳେ ରାଜ୍ୟ ସରକାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ସିନେମା ହଲ୍‌, ଜିମ୍‌କୁ ବନ୍ଦ କରିଛନ୍ତି। ବିଭିନ୍ନ ବିଭାଗ ପକ୍ଷରୁ ଘନ ଘନ ପ୍ରଚାର ଓ ନିର୍ଦ୍ଦେଶନାମା ଜାରି ପରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସତର୍କତା ଓ ସଚେତନତା ଅବଲମ୍ବନ କରିବା କରୋନା ଭୂତାଣୁ ସଂକ୍ରମଣର ମୁଖ୍ୟ ପ୍ରତିଷେଧକ ବୋଲି କୁହାଯିବା ପରେ ଲୋକେ ଏବେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ଫଳରେ ବନ୍ଦ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ, ପାର୍କ ଆଦି ଖାଁ ଖାଁ ହୋଇପଡିଛି। ଯେଉଁସବୁ ପର୍ଯ୍ୟଟନସ୍ଥଳୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ଲାଗି ରହିଥାଏ, ସବୁବେଳେ ଗହଳି ଲାଗି ରହିଥାଏ, ସେଠାରେ ଶନିବାର ଶୂନ୍‌ଶାନ ପରିବେଶ ଲାଗି ରହିଥିଲା। ଖଣ୍ଡଗିରି, ଉଦୟଗିରିରେ ହାତଗଣତି କେତେଜଣ ପର୍ଯ୍ୟଟକ ଆସିଥିଲେ ମଧ୍ୟ ମାତ୍ର ଅଳ୍ପ ସମୟ ରହି ଚାଲିଯାଉଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ମନ୍ଦିରକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଯିବା ଆସିବା କମିଯାଇଛି। ଶ୍ରୀମନ୍ଦିର, କୋଣାର୍କ, ଲିଙ୍ଗରାଜ ଆଦି ପ୍ରମୁଖ ମନ୍ଦିରରେ ପୂର୍ବଭଳି ଆଉ ଭିଡ଼ ନାହିଁ। ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ ରିଜିଓନାଲ ମ୍ୟୁଜିୟମ୍‌ ଅଫ୍‌ ନାଚୁରାଲ ହିଷ୍ଟ୍ରି(ଆର୍‌ଏମ୍‌ଏନ୍‌ଏଚ୍‌) ଶନିବାର ଖୋଲା ରହିଥିଲା। ହେଲେ ଖୁବ୍‌ କମ୍‌ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ। ସେହିଭଳି ସହରରେ ଥିବା ବିଭିନ୍ନ କଲୋନୀ ପାର୍କ ମଧ୍ୟ ଶୂନ୍‌ଶାନ୍‌ ହୋଇପଡିଛି। ଛୁଟି ସତ୍ତ୍ୱେ କୌଣସି ପିଲାଙ୍କୁ ଦେଖିବାକୁ ମିଳିନି। ପରିବାର ଲୋକେ ପିଲାମାନଙ୍କୁ ଘରୁ ବାହାରକୁ ଛାଡ଼ିବାକୁ ଉଚିତ ମଣୁନାହାନ୍ତି।

ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ
କରୋନା ଭୟରେ ମାସ୍କ ଓ ସାନିଟାଜର୍‌ର ଡିମାଣ୍ଡ୍‌ ବଢ଼ିଯାଇଛି। ବାହାରକୁ ବାହାରିବାବେଳେ ଲୋକେ ମାସ୍କ ପିନ୍ଧିବାକୁ ଜରୁରୀ ମନେ କରୁଛନ୍ତି। ସମସ୍ତେ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଲୋକେ ଭୟରେ ମାସ୍କ କିଣିବାରେ ଲାଗିଛନ୍ତି। ଇତିମଧ୍ୟରେ ମେଡିସିନ ଷ୍ଟୋର୍‌ରେ ମାସ୍କ ଅଭାବ ଧୀରେ ଧୀରେ ଦୂର ହେଉଥିବାବେଳେ ଟୋପି, ଚଷମା ଆଦି ବ୍ୟବସାୟ କରୁଥିବା କେତେଜଣ ବ୍ୟବସାୟୀ ରାସ୍ତା କଡ଼ରେ ମାସ୍କ ଝୁଲାଇ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ୨୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦାମ୍‌ରେ ମାସ୍କ ମିଳୁଛି।

ରାଜଧାନୀରେ ଖାଲି ହେବାରେ ଲାଗିଛି ହଷ୍ଟେଲ
ରାଜଧାନୀର ବିଭିନ୍ନ ଅଞ୍ଚଳରେ ଶତାଧିକ ହଷ୍ଟେଲ ରହିଛି। ଅଧିକାଂଶ ହଷ୍ଟେଲରେ ଛାତ୍ରୀଛାତ୍ର ରହୁଛନ୍ତି। ଇତିମଧ୍ୟରେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରଗୁଡିକୁ ସାମୟିକ ବନ୍ଦ କରାଯାଇଛି। ଏଥିସହ ସହରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି। ତେଣୁ ଏବେ ଛାତ୍ରୀଛାତ୍ରମାନେ ହଷ୍ଟେଲ ଛାଡ଼ି ଗାଁକୁ ଚାଲିଯାଉଛନ୍ତି। ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛୁଟି ଘୋଷଣା କରିବା ପରେ ଛାତ୍ରୀଛାତ୍ରମାନେ ହଷ୍ଟେଲ ଖାଲି କରିଦେଇଛନ୍ତି। ଏହିଭଳି ଅନେକ ଘରୋଇ କଲେଜ ଏବଂ ଅନ୍ୟ ବାଳିକା ହଷ୍ଟେଲରେ ରହୁଥିବା ପିଲା ଶନିବାର ରାଜଧାନୀ ଛାଡି ଗଁା ମୁହାଁ ହୋଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri