କରୀନାଙ୍କ ଚାଟ୍‌ ଶୋ’ରେ ଖାସ୍‌ ଅତିଥି, ଯାହାଙ୍କ ଉପରୁ ଦର୍ଶକଙ୍କ ନଜର ହଟି ନ ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏକ ରେଡିଓ ଶୋ’ର ହୋଷ୍ଟ କରୁଛନ୍ତି। ଯାହାର ନାମ ‘ଇସ୍କ’। କରୀନାଙ୍କ ଏହି ଶୋ’କୁ କେହି ନା କେହି ସେଲିବ୍ରିଟି ଆସିଥାନ୍ତି। ସେମାନଙ୍କୁ କରୀନା କିଛି ପ୍ରଶ୍ନ ପଚାରିଥାନ୍ତି। ଆଉ ସେଲିବ୍ରିଟିମାନେ ପ୍ରଶ୍ନର ଉତ୍ତର ରଖିଥାନ୍ତି। କରୀନାଙ୍କ ଏହି ଶୋ’କୁ ଅନେକ ସେଲିବ୍ରିଟି ପୂର୍ବରୁ ଆସିସାରିଛନ୍ତି। ମାତ୍ର ଏଥର ଯେଉଁ ସେଲିବ୍ରିଟି ଜଣକ ଶୋ’କୁ ଆସିଥିଲେ ତାଙ୍କ ଉପରୁ ଦର୍ଶକଙ୍କ ନଜର ହଟି ନ ଥିଲା।

ଆଉ କେହି ନୁହନ୍ତି, ସେ ହେଉଛନ୍ତି ସାରା ଅଲ୍ଲୀ ଖାନ୍‌। ଯିଏ କି, ସୈଫ ଅଲ୍ଲୀଙ୍କ ଝିଅ। ସାରା ହେଉଛନ୍ତି ସୈଫଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ଝିଅ। ସୈଫ ପରେ କରୀନାଙ୍କୁ ବିବାହ କରିଥିଲେ। ସାରା ଫିଲ୍ମ ‘ଲଭ୍‌ ଆଜ୍‌କଲ୍‌’ର ପ୍ରମୋଶନ ପାଇଁ କରୀନାଙ୍କ ଶୋ’ରେ ପହଞ୍ଚିଥିଲେ। ସାରା ଏବଂ କରୀନାଙ୍କ ଶୋ’ର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି। ଶୋ’ ଶେଷ ହେବା ପରେ କରୀନା ସାରାଙ୍କୁ କୋଳେଇ ନେଇଥିବା ଫଟୋ ଭାଇରାଲ ହୋଇଛି। ଭିଡିଓ ଅପ୍‌ଲୋଡ୍‌ର ମାତ୍ର କିଛି ସମୟ ମଧ୍ୟରେ ଖୁବ୍‌ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। କରୀନା ଏବଂ ସାରାଙ୍କ ବଣ୍ଡିଂ ଦେଖି ପ୍ରଶଂସକ ବି ବହୁତ ଖୁସି।

Share