କରଞ୍ଜିଆ ଉପ କାରଗାରରୁ ଫେରାର କଏଦୀ ଗିରଫ

ଠାକୁରମୁଣ୍ଡା,୨୭ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପକାରାଗାରରୁ ଗତ ୧୬ ତାରିଖରୁ ଫେରାର ହୋଇଯାଇଥିବା କଏଦୀ ଭଗବାନ ଟୁଡୁକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ା ଯାଜପୁର ଜିଲା ପୁରୁଣାପାଣି ଥାନା ଅଞ୍ଚଳରେ ଘଟିଥିବା ଏକ ନରହତ୍ୟା ମାମଲାରେ ଗିରଫ ହୋଇଥିବା ଭଗବାନ ଯାଜପୁର ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ା ଗତ ତା୧୬ା୮ା୨୦୧୭ ରିଖରେ ଯାଜପୁର ଜେଲରୁ ତାଙ୍କୁ କରଞ୍ଜିଆ ଉପକାରାଗାରକୁ ସ୍ଥାନାନ୍ତରିତ କରାଯାଇଥିଲା ା ତେବେ ସବୁଦିନ ଭଳି ଉପ କାରାଗାର ବଗିଚା କାମ କରୁଥିବା ବେଳେ ଗତ ୧୬ତାରିଖରେ ସେ ସେଠାରୁ ଫେରାର ହୋଇଯାଇଥିଲେ ା ୩ ଦିନ ପରେ ଉପକାରାଗାର ଅଧୀକ୍ଷକ ଲକ୍ଷ୍ମୀଧର ମୁର୍ମୁ କରଞ୍ଜିଆ ଥାନାରେ ଏସମ୍ପର୍କରେ ଏତଲା ଦେଇଥିଲେ। ଏଥିନେଇ ଥାନାରେ ଏକ ମାମଲା (ନଂ.୮୧/୧୯)ରେ ରୁଜୁ ହୋଇଥିଲା ା ଭଗବାନ ଫେରାର ଘଟଣା ସମୟରେ କାର୍ଯ୍ୟରତ ଜମାଦାର ସୁକାନ୍ତ ବେହେରା ମାନସିକ ଭାରସାମ୍ୟ ହରାଇ କ୍ୱାର୍ଟରରୁ କେଉଁଆଡେ ଚାଲିଯିବା ପରେ ଗତ ୨୩ତାରିଖରେ ତାଙ୍କ ମୃତଦେହ ସହର ଉପକଣ୍ଠ ଗ୍ରୀଡ ଷ୍ଟେସନ ସମ୍ମୁଖ ଏକ ଶାଳଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା ା ଭଗବାନ ଫେରାର ହେବା ପରେ କରଞ୍ଜିଆ ପୋଲିସ ତାଙ୍କ ଗତିବିଧି ସମ୍ପର୍କରେ ନଜର ରଖିଆସୁଥିଲା ା ତେବେ ଭଗବାନ ଗାଁରେ ଥିବା ଖବର ପାଇ ମଙ୍ଗଳବାର ରାତିରେ ଥାନା ସବଇନ୍ସପେକ୍ଟର ରଞ୍ଜିତା ପ୍ରଧାନ, ଏଏସଆଇ କୋଦଣ୍ଡ ସେଠୀ ସଦଳବଳ ଯାଜପୁର ଯାଇ କାଳିଆପାଣି ପୋଲିସ ସହାୟତାରେ ଭଗବାନଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଅଦାଲତରେ ବୁଧବାର ହାଜର ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ା
ଏହି କଏଦୀ ଫେରାର ଘଟଣାରେ ଡ୍ୟୁଟିରେ ଥିବା ମୃତ ଜମାଦାର ସୁକାନ୍ତ ବେହେରା ଓ ଗେଟ୍‌ ୱାର୍ଡରଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିବା ବେଳେ ଉପକାରାଗାର ଅଧୀକ୍ଷକ ଲକ୍ଷ୍ମୀଧର ମୁର୍ମୁଙ୍କୁ ରାୟଗଡା ବଦଳି କରାଯାଇଛି। ୨୪ ତାରିଖ ଦିନ ନୂତନ ଅଧୀକ୍ଷକ ଭାବେ ଉପେନ୍ଦ୍ର ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri