Posted inଫୁରସତ

କମ୍‌ ମାର୍କ ପାଇଁ ମାଟ୍ରିକ ବେଷ୍ଟଟେନ୍‌ରୁ ବଞ୍ଚତ୍ତ ହୋଇଥିଲି

ଭେଡ଼େନ ବିଡିଓ ମୁରଲୀଧର ନାୟକ। ଜଣେ ଆଶୁକବି। ବିଭିନ୍ନ ସଭାସମିତିରେ ସୁନ୍ଦର କବିତା, ଗୀତ ମାଧ୍ୟମରେ ନିଜର ବକ୍ତବ୍ୟ ରଖୁଥିବା ମୁରଲୀଧରଙ୍କ ଜନ୍ମ ଅନୁଗୋଳ ଜିଲା କଣିହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଡ଼୍ୟାମ ନିକଟସ୍ଥ ସୁଶୁବା ଗ୍ରାମରେ। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା, ଜନତା ହାଇସ୍କୁଲ ବଜ୍ରକୋଟ, ପରେ ଅନୁଗୋଳ ସାଇନ୍ସ କଲେଜ, ଭୁବନେଶ୍ୱର ବିଜେବି କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଏମ୍‌ଏ କରିଛନ୍ତି ସେ। ଅଫିସ କାମ ସହ ଭଜନ, ସଂକୀର୍ତ୍ତନ, ସତ୍‌ସଙ୍ଗ, ପ୍ରବଚନରେ ତାଙ୍କର ରୁଚି ରହିଛି । ଏଥର ନିଜ କଥା ସ୍ତମ୍ଭରେ ତାଙ୍କ କଥା..।

ପ୍ରଥମ ଚାକିରି କେଉଁଠି ?
ଭୁବନେଶ୍ୱର କେନ୍ଦ୍ର ଏକ୍‌ସାଇଜ୍‌ ଡିପାର୍ଟମେଣ୍ଟରେ ଆକାଉଣ୍ଟାଣ୍ଟ ଭାବେ ପ୍ରଥମେ ଚାକିରି କରିଥିଲି। ୧୯୮୮ ମସିହାରେ ଓଏଏସ୍‌ ପାଇଲି । ସେହିବର୍ଷ ଅକ୍ଟୋବର ୧୪ ତାରିଖରେ କୋରାପୁଟ ଜିଲାରେ ପ୍ରଶାସନିକ ଅଧିକାରୀ ଜୀବନ ଆରମ୍ଭ ହୋଇଥିଲା। ୨୦୧୮ ଅକ୍ଟୋବର ୩ ତାରିଖରେ ଭେଡ଼େନ ବିଡ଼ିଓ ଭାବେ ଯୋଗ ଦେଇଥିଲି।
କବିତା ପ୍ରତି କିପରି ଆକୃଷ୍ଟ ହେଲେ ?
ସ୍କୁଲରେ ବିଭିନ୍ନ ବକ୍ତୃତା ପ୍ରତିଯୋଗିତାରେ ଅନ୍ୟ ପ୍ରତିଯୋଗୀମାନେ ଭାଷଣ ଦେଉଥିବା ବେଳେ ମୁଁ କବିତା ମାଧ୍ୟମରେ ବକ୍ତବ୍ୟ ରଖୁଥିଲି। ଯେକୌଣସି ବିଷୟରେ ସଙ୍ଗେ ସଙ୍ଗେ କବିତାଟିଏ ପ୍ରସ୍ତୁତ କରି ଗାଇ ପାରୁଥିଲି। ଯାହା ଏପର୍ଯ୍ୟନ୍ତ ଜାରି ରହିଛି।
ଆପଣଙ୍କ କେତୋଟି କବିତା ବହି ପ୍ରକାଶିତ ହୋଇଛି ?
ଏ ପର୍ଯ୍ୟନ୍ତ ମୋର ୧୩ ଖଣ୍ଡ ବହି ପ୍ରକାଶିତ ହୋଇଛି । ୧୪ତମ ବହି ପ୍ରକାଶନ ଅପେକ୍ଷାରେ ରହିଛି ।
ନିଜ ଦାୟିତ୍ୱ ସହିତ କବିତା,ସତ୍‌ସଙ୍ଗ କିପରି ସମ୍ଭବ ହୁଏ ?
ସମୟ ବାହାର କରି ସତ୍‌ସଙ୍ଗ, ନାମଯଜ୍ଞ, ପ୍ରବଚନରେ ଯୋଗ ଦେଇଥାଏ। ଗୀତ ଗାଇ ଥାଏ। ଡ୍ୟୁଟିରେ ଅବହେଳା କରେ ନାହିଁ । ଅଫିସ କାମ ସହ ଆଡ୍‌ଜଷ୍ଟ କରେ। ରାତି ୧୦ଟା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କବିତା ଲେଖିଥାଏ।
ଟିଭି,ସିନେମା ଦେଖନ୍ତି?
ସିନେମା ଦେଖେ ନାହିଁ । ଟିଭିରେ ନ୍ୟୁଜ ସହ ପାଲା, ଦାଶକାଠିଆ, ଆଧ୍ୟାତ୍ମିକ ପ୍ରବଚନ ଦେଖେ।
କିଛି ଅବଶୋଷ ଅଛି କି ?
ମାଟ୍ରିକ ପରୀକ୍ଷାରେ ବେଷ୍ଟ ଟେନରେ ଆସିବି ବୋଲି ଆଶା କରିଥିଲି । କିନ୍ତୁ ମାତ୍ର ଅଳ୍ପ ମାର୍କ ଯୋଗୁ ସେହି ସଫଳତାରୁ ବଞ୍ଚତ୍ତ ହୋଇଥିଲି।
ପରିବାର ବିଷୟ କିଛି କହିବେ ?
ସ୍ତ୍ରୀ,ତିନି ଝିଅଙ୍କୁ ନେଇ ମୋର ସଂସାର। ବଡ଼ ଝିଅ ଅଧ୍ୟାପିକା, ମଝିଆ ଜୁଡିସିଆଲ ଲାଇନ ଏବଂ ସାନଝିଅ ବ୍ୟାଙ୍କିଙ୍ଗ୍‌ ଲାଇନକୁ ଯିବ ବୋଲି ଆଶା କରିଛନ୍ତି।
ରୋଷେଇ ଜାଣନ୍ତି?
ହଁ, କିନ୍ତୁ କେବଳ ନିରାମିଷ ଖାଏ ଓ ନିରାମିଷ ରୋଷେଇ କରେ।
-ନିର୍ମଳ କୁମାର ମେହେର


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri