କମ୍ପ୍ୟୁଟର ନିକଟରେ ଚାରାଗଛ ରଖିଲେ ଦୂର ହୁଏ…

ଟୋକିଓ: କାର୍ଯ୍ୟାଳୟରେ କାମ କେମିତି ସୁରୁଖୁରୁ ତଥା ଭଲରେ ହେବ ସେଥିପାଇଁ କର୍ମଚାରୀମାନେ ଟେନ୍‌ସନ୍‌ରେ ରହିଥାନ୍ତି। ବେଳେବେଳେ ବସ୍‌ଙ୍କ ତାଗିଦ୍‌ ମଧ୍ୟ ଚିନ୍ତାରେ ପକାଇଥାଏ। ଏଥିରେ ଆଦୌ ବ୍ୟସ୍ତ କିମ୍ବା ବିବ୍ରତ ହୁଅନ୍ତୁ ନାହିଁ। ଏକ ଅଧ୍ୟୟନରୁ ଜଣାପଡ଼ିଛି, ଅଫିସ୍‌ରେ କାମ କରୁଥିବା ସମୟରେ କମ୍ପ୍ୟୁଟର ନିକଟରେ ଏକ ଛୋଟ ଚାରାଗଛ ରଖିଲେ ଚିନ୍ତା ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ। ଜାପାନର ସିଏନ୍‌ ହେଲ୍‌ଥ ଗ୍ରୁପ୍‌ର ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ଏକ ଇଲୋକ୍‌ଟ୍ରିକ୍‌ କମ୍ପାନୀର କିଛି କର୍ମଚାରୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ଯେଉଁମାନେ କମ୍ପ୍ୟୁଟରରୁ କିଛି ସମୟ ନଜର ହଟାଇ ଚାରାଗଛକୁ ଦେଖୁଥିଲେ ସେମାନେ ଚିନ୍ତାମୁକ୍ତ ଥିଲେ। ଏହା ସହିତ ସେମାନଙ୍କ ହାର୍ଟ ମଧ୍ୟ ସୁସ୍ଥ ରହିଥିଲା। ଏହି ଅଧ୍ୟୟନରେ ୨୪ରୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ନିଆଯାଇଥିଲା।
ହ୍ୟୁଗୋ ୟୁନିଭରସିଟିର ପ୍ରଫେସର ବା ମୁଖ୍ୟ ଅଧ୍ୟୟନକର୍ତ୍ତା ଡ.ମାସାହିରୋ ତୋୟୋଦୋ କୁହନ୍ତି, ଆମେ କାର୍ଯ୍ୟାଳୟର କମ୍ପ୍ୟୁଟର ନିକଟରେ ଚାରାଗଛ ରଖିବାରୁ କର୍ମଚାରୀମାନଙ୍କ ମାନସିକ ସ୍ଥିତି ଖୁବ୍‌ ଭଲ ରହିଥିଲା। ସେମାନଙ୍କ ମଧ୍ୟରେ ସକାରାତ୍ମକ ଭାବନା ଦେଖିବାକୁ ମିିଳିଥିଲା। ଆମେ ସମସ୍ତ କର୍ମଚାରୀଙ୍କୁ ସକାଳେ ଏବଂ ସନ୍ଧ୍ୟାରେ ମାତ୍ର ୩ ମିନିଟ୍‌ ପର୍ଯ୍ୟନ୍ତ ଚାରାଗଛକୁ ଦେଖିବାକୁ କହିଥିଲୁ। ଯେଉଁମାନେ ଏହି ଚାରାଗଛକୁ ଦେଖିଥିଲେ ସେମାନଙ୍କ ହାର୍ଟ, ଚକ୍ଷୁ ସୁସ୍ଥ ରହିବା ସହ ମାନସିକ ଚିନ୍ତା ଦୂର ହୋଇଥିଲା।