କମ୍ପାନୀ ନେଉନି, ରାସ୍ତାକଡ଼ରେ ଶୁଖୁଛି ଆଖୁ

ରସୁଲପୁର, ୧।୪ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଗାଁ, ସାମନ୍ତରାପୁର, ମଙ୍ଗରାଜପୁର, ଝାଲପଡ଼ା, ଅତଲାପୁର, ବ୍ରହ୍ମବରଦା, ମହେଶ୍ୱରପୁର, ବରୁଆଁ ଭଳି ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ଶତାଧିକ ଏକର ଜମିରେ ଆଖୁଚାଷ ହୋଇଥିବା ବେଳେ ଏବେ ଏହା ଅମଳକ୍ଷମ ହୋଇଛି। ଆଖୁ କଟା ହୋଇ ବିଲମୁଣ୍ଡରେ ଗଦା ହୋଇ ରହିଥିଲେ ବି ଲକ୍‌ଡାଉନ୍‌ ଯୋଗୁ ଆଖୁ ନେବାକୁ କମ୍ପାନୀ ଲୋକେ ଆସୁନାହାନ୍ତି। ଏଭଳି ସ୍ଥିତିରେ ୨୦୦ଟନ୍‌ରୁ ଊର୍ଦ୍ଧ୍ୱ ଆଖୁ ରାସ୍ତାକଡରେ ପଡ଼ି ରହିଛି। ଯେତେ ଖରା ଅଧିକ ହେବ, ଆଖୁ ଅମଳ ସେତେ ପ୍ରଭାବିତ ହେବ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ଘଟୁଥିବାରୁ ବହୁ କ୍ଷତି ସହିବାକୁ ପଡ଼ିବ ବୋଲି ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଉକ୍ତ ବ୍ଲକ ଅଞ୍ଚଳରେ ପ୍ରାୟତଃ ୧୦୦୦ ଏକର ଜମିରେ ଆଖୁଚାଷ ହୋଇଛି। ଆଖୁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ଲକ ପକ୍ଷରୁ ୧୫୮ଜଣଙ୍କୁ ଆଖୁଚାଷ ପ୍ରଦର୍ଶନୀ ପାଇଁ ସହାୟତା ଯୋଗାଇ ଦିଆଯାଇଛି। ଏଥିସହ ଶକ୍ତି ସୁଗାର୍ସ ପକ୍ଷରୁ ଚାଷୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଆଖୁ ଚାଷ ଆରମ୍ଭଠାରୁ ଅମଳ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବା ସହ ଆଖୁ କ୍ରୟକରି ଚାଷୀମାନଙ୍କୁ ସେମାନଙ୍କ ପାଉଣା ଯୋଗାଇ ଦିଆଯାଉଛି। ପ୍ରତିବର୍ଷ ଆଖୁଚାଷୀମାନଙ୍କ ସହ କମ୍ପାନୀ ମଧ୍ୟରେ ଏହିଭଳି କାରବାର ହୋଇଆସୁଛି। ଚଳିତବର୍ଷ କରୋନା ପ୍ରଭାବରେ କମ୍ପାନୀ ବନ୍ଦ ଥିବାରୁ ଆଖୁ ସଂଗ୍ରହ କରାଯାଇ ପାରୁନାହିଁ। ଚାଷୀମାନେ ଆଖୁ ଅମଳ କରି ରାସ୍ତାକଡ଼ରେ ଗଦା କରି ରଖିଛନ୍ତି। ଚାଷୀର ଉତ୍ପାଦିତ ଦ୍ରବ୍ୟକୁ ପରିବହନ କରିବାରେ କୌଣସି ଅସୁବିଧା ନ ଥିଲେ ବି କମ୍ପାନୀ କର୍ମଚାରୀମାନେ ଫୋନ ଉଠାଉନାହାନ୍ତି ବୋଲି ଚାଷୀ ନରେନ୍ଦ୍ର ସାହୁ, ସରୋଜ ପାଢୀ, ଗୌତମ ନାୟକ, ପର୍ଶୁରାମ ମୁଦୁଲି, ଭିକାରୀ ଘଡେଇ, ନୀଳମଣି ମହାଳିକ, ସନାତନ ନାୟକ, କାଶୀନାଥ ବିଶ୍ୱାଳ, କାର୍ତ୍ତିକ ରାଉତ, ଗଦାଧର ମଲିକ, ସନାତନ ଦାସ, ତ୍ରୈଲୋକ୍ୟ ନାୟକ ପ୍ରମୁଖ କହିଛନ୍ତି। ଆଖୁ ବିକ୍ରି ହୋଇ ନ ପାରିବାରୁ ଏହା ଖରାରେ ଶୁଖି ଜାଳ ହୋଇଗଲାଣି। ଏହାଛଡା ବିଲରେ ଥିବା ଆଖୁ ଅମଳ ହେବାରେ ବିଳମ୍ବ ହେଉଥିବାରୁ ଉତ୍ପାଦନ କମିବା ସହ ଚାଷୀଙ୍କର ବହୁତ କ୍ଷତି ହେବା ଆଶଙ୍କା ଦେଖାଦେଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟା ପ୍ରତି କାହାରି ନଜର ନାହିଁ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ କମ୍ପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ରସୁଲପୁର ବ୍ଲକ ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁଙ୍କୁ ପଚାରିବାରେ, ସେ ଏ ସମ୍ପର୍କରେ ଅବଗତ ନାହାନ୍ତି। ଏ ନେଇ ଚାଷୀଙ୍କଠାରୁ ଅଭିଯୋଗ ଆସିଲାପରେ ସରକାରୀ ନିୟମ ଅନୁଯାୟୀ ଯାହା ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଏ ଦିଗରେ କମ୍ପାନୀର କେନ୍‌ ଅଫିସରଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍‌ ଉଠାଇ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri