Categories: ବାଣିଜ୍ୟ

କମ୍ପାନୀଗୁଡ଼ିକର ଗାଡ଼ି ବିକ୍ରିରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ,୨।୬: କରୋନା କବଳିତ ବଜାରରେ ବର୍ତ୍ତମାନ ଚାହିଦା କ୍ଷତିଗ୍ରସ୍ତ ହୋଇଥିବା ବେଳେ ମେ ମାସରେ ଦେଶର ଅଟୋମୋବାଇଲ କମ୍ପାନୀଗୁଡ଼ିକର ବିକ୍ରି ସମ୍ପୂର୍ଣ୍ଣ ଖସି ଯାଇଛି। ପ୍ରମୁଖ ଯାନ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ବିକ୍ରି ୮୬% ଖସିଛି। ଏହି ସମୟରେ କମ୍ପାନୀର ୧୮,୫୩୯ ୟନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି। ଗତ ବର୍ଷ ସମାନ ସମୟରେ ଏହି କମ୍ପାନୀ ୧.୩୪ ଲକ୍ଷ ୟୁନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଥିଲା। ସେହିଭଳି ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ଗାଡ଼ି ବିକ୍ରି ୭୯% କମିଥିବା ଜଣାପଡ଼ିଛି। କମ୍ପାନୀ ମେ ମାସରେ ୧୨,୫୮୩ ୟୁନିଟ ଯାନ ବିକିଛି। ଏହା ଗତ ବର୍ଷ ସମାନ ସମୟରେ ୫୯,୧୦୨ ୟୁନିଟ ରହିଥିଲା। ଏହାବାଦ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବିକ୍ରି ୭୯% ଖସି ୯,୫୬୦ ରହିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଟ୍ରାକ୍ଟର ବିକ୍ରି ୧% ଖସିଥିବା ବେଳେ ରପ୍ତାନି ୭୨% ଖସିଛି।

Share