କମିଶନରେଟ ପୋଲିସ ସହ ବସ୍‌ ମାଲିକଙ୍କ ବୈଠକ: ଓଭରବ୍ରିଜ ଉପରେ ହିଁ ଯିବ ଦୂରଗାମୀ ବସ୍‌

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଦୂରଗାମୀ ବସ୍‌କୁ ଓଭରବ୍ରିଜ୍‌ ତଳେ ନ ଯିବାକୁ ପୋଲିସ କମିଶନର ନିର୍ଦ୍ଦେଶ ରହିଥିଲା। ଯେଉଁମାନେ ନିୟମ ଭାଙ୍ଗି ଓଭରବ୍ରିଜ ତଳେ ଯିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ଏ ନେଇ ମଧ୍ୟ କମିଶନରେଟ ପୋଲିସ ପକ୍ଷରୁ ବସ୍‌ ମାଲିକମାନଙ୍କୁ ନୋଟିସ୍‌ କରାଯାଇଥିଲା। ନୋଟିସ୍‌ ପରେ ବସ୍‌ ମାଲିକମାନେ ଓଭରବ୍ରିଜ ଉପରେ ବସ୍‌କୁ ନେଇଥିଲେ। ହେଲେ ବସ୍‌ ଓଭରବ୍ରିଜ୍‌ ଉପର ଦେଇ ଯିବା ପରେ ବସ୍‌ ମାଲିକମାନଙ୍କର ବ୍ୟାପକ କ୍ଷତି ହୋଇଥିଲା। ତେଣୁ ସେମାନେ ପୁଣି ବସ୍‌କୁ ଓଭରବ୍ରିଜ ତଳ ଦେଇ ଯିବାକୁ ଦାବି କରିଥିଲେ। ଏ ନେଇ ଅଲ୍‌ ଓଡିଶା ବସ୍‌ ଆସୋସିଏଶନ ଶୁକ୍ରବାର ଅପରାହ୍ନରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଟ୍ରାଫିକ ଡିସିପି ସାଗରିକା ନାଥ, ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ବସ୍‌ ମାଲିକମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ପୋଲିସ କମିଶନର ଷଡଙ୍ଗୀଙ୍କୁ ଜଣାଇଥିଲେ। ବସ୍‌ ଓଭରବ୍ରିଜ୍‌ ଉପର ଦେଇ ଯାଉଥିବାରୁ ଯାତ୍ରୀମାନେ ସବୁ ଲୋକାଲ ବସ୍‌ରେ ଚଢୁଛନ୍ତି। ତେଣୁ ସେମାନଙ୍କ ବେପାର ମାନ୍ଦା ହେଉଛି। ତେଣୁ ପୂର୍ବଭଳି ତଳେ ଦିଆଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ପୋଲିସ କମିଶନର ଷଡଙ୍ଗୀ ସେମାନଙ୍କ ଅଭିଯୋଗ ଶୁଣିବା ପରେ ଟ୍ରାଫିକ ସମସ୍ୟା ଉପୁଜିଲେ ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିଥିଲେ। ଯାହାଦ୍ୱାରା ବସ୍‌ ମାଲିକମାନେ କିଛି କହି ପାରି ନ ଥିଲେ। ଶେଷରେ ସିପି ପୂର୍ବ ନିଷ୍ପତ୍ତିକୁ ବଳବତ୍ତର ରଖିଥିଲେ। ଦୂରଗାମୀ ବସ୍‌ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବାହାରିବା ପରେ ଓଭରବ୍ରିଜ୍‌ ଦେଇ ନୟାପଲ୍ଲୀ କ୍ରାଉନ ହୋଟେଲ ନିକଟରେ ରଖିବେ। ସେଠାରୁ ଯାତ୍ରୀ ବସ୍‌ରେ ଚଢିବା ପରେ ବସ୍‌ ସିଧା ସତ୍‌ସଙ୍ଗବିହାରରେ ରହିବ। ଏହାପରେ ସେଠାରୁ ଯାତ୍ରୀ ନେଇ ରସୁଲଗଡ ଓଭରବ୍ରିଜ ଦେଇ ହଂସପାଳ ଯିବେ ବୋଲି ତାଗିଦ୍‌ କରାଯାଇଛି। ଅନ୍ୟପକ୍ଷରେ ବସ୍‌ ମାଲିକମାନେ ପୂଜା ଚାନ୍ଦାକୁ ନେଇ ଗୁରୁତର ଅଭିଯୋଗ କରିଥିଲେ। ସେମାନେ ବସ୍‌ ନେଇ ଯିବାବେଳେ ଅନେକ ପୂଜା ମଣ୍ଡପ ଚାନ୍ଦା ମାଗୁଛନ୍ତି। ଏପରି କି ୫ ଶହ କି ହଜାର ନୁହେ,ଁ ପୂରା ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦାବି କରୁଛନ୍ତି। ଟଙ୍କା ନ ଦେଲେ ବସ୍‌ କାଚ ଭାଙ୍ଗି ଦେବେ ବୋଲି ଧମକ ଦେଉଥିବା ସେ କହିଥିଲେ। ପୋଲିସ କମିଶନର ଷଡଙ୍ଗୀ ସେମାନଙ୍କ ଅଭିଯୋଗ ଶୁଣିବା ପରେ ଯେଉଁ ପୂଜା ମଣ୍ଡପର ସଦସ୍ୟମାନେ ଏଭଳି କରୁଛନ୍ତି ଏ ନେଇ ଥାନାରେ ଅଭିଯୋଗ କରନ୍ତୁ। ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri