କମାଣ୍ଡର ନିଯୁକ୍ତ କଲା ଚାଇନା

ବେଜିଂ,୬ା୬(ପି.ଟି.): ସୀମାବିବାଦକୁ ନେଇ ଭାରତ ଓ ଚାଇନା ସେନା ମଧ୍ୟରେ ପାଖାପାଖି ୨ ସପ୍ତାହ ହେଲା ଅଚଳାବସ୍ଥା ଲାଗି ରହିଛି। ଏହାର ସମାଧାନ ଲାଗି ଶନିବାର ଦୁଇଦେଶର ସେନା ଅଧିକାରୀ ସ୍ତରୀୟ ଆଲୋଚନା ହେବାକୁ ଯାଉଥିବାବେଳେ ଏହାର ଦିନକ ପୂର୍ବରୁ ବେଜିଂ ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ ଗ୍ରାଉଣ୍ଡ ଫୋର୍ସ ପାଇଁ ନୂଆ କମାଣ୍ଡର ନିଯୁକ୍ତ କରିଛି। ସେ ଭାରତ-ଚାଇନା ସୀମା ଉପରେ ନଜର ରଖିବେ। ଲ୍ୟୁଟ୍‌ନାଣ୍ଟ ଜେନେରାଲ ଜୁ କିଲିଙ୍ଗ୍‌ ଗ୍ରାଉଣ୍ଡ ଫୋର୍ସର ନୂଆ କମାଣ୍ଡର ନିଯୁକ୍ତ ହୋଇଥିବା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ ଓ୍ବେବ୍‌ସାଇଟରେ ଘୋଷଣା କରାଯାଇଛି। ଭାରତ ସହ ରହିଥିବା ୩.୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)କୁ ପିଏଲ୍‌ଏର ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ ଜଗିଥାଏ।

Share