କମର୍ସିଆଲ କୋଲ୍‌ ମାଇନିଂକୁ ଅନୁମତି

ନୂଆଦିଲ୍ଲୀ,୧୭।୫: ବର୍ତ୍ତମାନ ପର୍ଯ୍ୟନ୍ତ କୋଇଲା ଖଣି ଖନନ କ୍ଷେତ୍ରରେ ସରକାରଙ୍କ ଆଧିପତ୍ୟ ରହି ଆସିଥିଲା। ଘରୋଇ କ୍ଷେତ୍ରକୁ ଏହି ବର୍ଗରେ କାମ କରିବା ଲାଗି ଅନୁମତି ମିଳି ନ ଥିଲା। କମର୍ସିଆଲ କୋଲ୍‌ ମାଇନିଂ ସମ୍ପର୍କରେ ସରକାର ଶନିବାର ଘୋଷଣା କରିଛନ୍ତି। ଏହାଦ୍ୱାରା ଘରୋଇ କ୍ଷେତ୍ର ଅଂଶୀଦାରମାନେ କୋଇଲା ଖଣି କ୍ଷେତ୍ରରେ ପ୍ରବେଶ କରିପାରିବେ। ଏହି କ୍ଷେତ୍ରରେ ପ୍ରବେଶ ନିୟମକୁ ସରଳୀକରଣ କରାଯିବ। ଫଳରେ ଏ କ୍ଷେତ୍ରରେ ସରକାରଙ୍କ ଆଧିପତ୍ୟ କମିଥିବା ଜଣାପଡିଛି। ବର୍ତ୍ତମାନ ଏହି କ୍ଷେତ୍ରରେ ଫିକ୍ସଡ ରୁପି, ଟନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ମାତ୍ର କମର୍ସିଆଲ୍‌ ମାଇନିଂ କାର୍ଯ୍ୟକାରୀ ହେଲେ ଏହା ରାଜସ୍ବ ଶେୟାରିଂ ନିୟମ ଭିତ୍ତିରେ ଚାଲିବ। ଆଗାମୀ ଦିନରେ ୫୦ କୋଇଲା ବ୍ଲକ ନିଲାମ ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କୋଇଲା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହେବା ଏବଂ ଆମଦାନୀ କମାଇବା ଉପରେ ସରକାର ଫୋକସ ରଖିଛନ୍ତି।
କୋଇଲା ଉତ୍ତୋଳନ ଭିତ୍ତିଭୂମିକୁ ଉନ୍ନତୀକରଣ ଲାଗି ସରକାର ୫୦ ହଜାର କୋଟି ଟଙ୍କା ନିବେଶ କରିବେ ବୋଲି ଜଣାପଡିଛି। ଏହାବାଦ କୋଇଲା ଗ୍ୟାସିଫିକେଶନ ଏବଂ ଲିକ୍ୟୁଫିକେଶନକୁ ସରକାର ପ୍ରୋତ୍ସାହିତ କରିବେ। ରାଜସ୍ବ ଶେୟାରିଂରେ ରିହାତି ଏବଂ ଛାଡ ସୁବିଧା ମଧ୍ୟ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଦେଶ ମଧ୍ୟରେ କୋଲ ବେଡ୍‌ ମିଥେନ (ସିବିଏମ୍‌) ଉତ୍ପାଦନକୁ ଉତ୍ସାହିତ କରାଯିବ ବୋଲି ଜଣାପଡିଛି। ଏଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ପରିବେଶ ଉପରେ ପଡୁଥିବା ବିଭିନ୍ନ ଖରାପ ପ୍ରଭାବକୁ କମ୍‌ କରିବା ଉପରେ ସରକାର ଯୋଜନା କରୁଛନ୍ତି। ଯୋଜନାଗୁଡିକ କାର୍ଯ୍ୟକାରୀ ହେଲେ ଦେଶକୁ ଗ୍ୟାସ୍‌ଭିତ୍ତିକ ଅର୍ଥନୀତି ଆଡକୁ ଆଗେଇବା ଦିଗରେ ସହାୟକ ହେବ। ୨୦୨୩-୨୪ ସୁଦ୍ଧା ରାଷ୍ଟ୍ରାୟତ୍ତ କୋଲ ଇଣ୍ଡିଆ ଲିମିଟେଡ୍‌(ସିଆଇଏଲ୍‌) ୧ ବିଲିୟନ ଟନ୍‌ କୋଇଲା ଉତ୍ପାଦନ ନେଇ ଯୋଜନା ରଖିଛି। ଏହାବାଦ ଘରୋଇ କ୍ଷେତ୍ର ଖଣି ଗୁଡିକ ମଧ୍ୟ ଉତ୍ପାଦନକୁ ବଢାଇବେ ବୋଲି ଜଣାପଡିଛି।
କୋଇଲା ଖଣିଗୁଡିକରୁ ରେଳ ସାଇଡିଂକୁ କନ୍‌ଭେୟର ବେଲ୍‌ଟ ଯୋଗେ କୋଇଲା ଆଣିବା ଲାଗି ୧୮,୦୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ୱାରା ପରିବେଶ ଉପରେ ପ୍ରଭାବ କମିବ। ଖଣି ଯୋଜନାକୁ ସରଳୀକରଣ କରାଯିବା ଦ୍ୱାରା ଇଜ ଅଫ୍‌ ଡୁଇଁ ବିଜ୍‌ନେସକୁ ପ୍ରୋତ୍ସାହିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri