Posted inଫୁରସତ

କଭି କଭି ମେରେ ଦିଲ୍‌ ମେଁ…

୧୯୭୬ରେ ୟସ୍‌ ଚୋପ୍ରା ନିର୍ମାଣ କରିଥିଲେ ଫିଲ୍ମ ‘କଭି କଭି’। ‘କଭି କଭି’ ରିଲିଜ୍‌ ହେବା ପରେ ଭାରତୀୟ ସଙ୍ଗୀତ ଜଗତରେ ଚହଳ ପକେଇ ଦେଇଥିଲା ଏକ ଗୀତ: ‘କଭି କଭି ମେରେ ଦିଲ୍‌ ମେଁ ଖୟାଲ ଆତା ହୈ!’ ଗୀତର ଗାୟକ ଥିଲେ ମୁକେଶ। ଗୀତଟିକୁ ଲେଖିଥିଲେ ସାହିର ଲୁଧିଆନ୍ବୀ। ଆଉ ଏଭଳି ଏକ ଚିରସବୁଜ ସଙ୍ଗୀତ ଯିଏ ସୃଷ୍ଟି କରିଥିଲେ ସେ ଥିଲେ ପ୍ରସିଦ୍ଧ ମ୍ୟୁଜିକ୍‌ କମ୍ପୋଜର ମହମ୍ମଦ ଜହୁର ହାସ୍‌ମୀ। ସଂକ୍ଷେପରେ ଯାହାଙ୍କୁ ସମ୍ବୋଧନ କରାଯାଏ ‘ଖୟାମ୍‌’ ବୋଲି। ଏହି ଗୀତ ସହିତ ବଲିଉଡ୍‌ ସଙ୍ଗୀତରେ ଖୟାମ୍‌-ଲୁଧିଆନ୍ବୀ ଯୋଡ଼ିର ଜନ୍ମ ହୋଇଥିଲା। ଖୟାମ୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ହିର ରାନ୍‌ଝା, ବିଓ୍ବି, ପ୍ୟାର୍‌ କି ବାତେଁ, ଫୁଟ୍‌ପାଥ୍‌, ବାରୁଦ୍‌, ସୋଲା ଔର ସବ୍‌ନମ୍‌, ଆଖିର ଖତ୍‌, ମେରା ଭାଇ ମେରା ଦୁଷ୍ମନ୍‌ ଏବଂ ଆହୁରି ଅନେକ। ସେ ଫିଲ୍ମ ‘କଭି କଭି’ ପାଇଁ ପ୍ରଥମ ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଥିଲେ। ୨୦୦୭ରେ ତାଙ୍କୁ ମିଳିଥିଲା ସଙ୍ଗୀତ ନାଟକ ଏକାଡ଼େମୀ ଆଓ୍ବାର୍ଡ। ୨୦୧୧ରେ ତାଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସଙ୍ଗୀତ ଯାତ୍ରା : ୧୯୨୭ ମସିହା ଫେବୃୟାରୀ ୧୮ ତାରିଖରେ ପଞ୍ଜାବର ରାହେଁା ନାମକ ଏକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ମହମ୍ମଦ ଜହୁର ହାସ୍‌ମୀ ଓରଫ୍‌ ଖୟାମ୍‌। ସେତେବେଳେ ତାଙ୍କ ଜନ୍ମସ୍ଥାନ ବ୍ରିଟିଶ୍‌ ଇଣ୍ଡିଆ ଅନ୍ତର୍ଗତ ଥିଲା। ପିଲାଟି ବେଳରୁ ଖୟାମ୍‌ ଗୀତ ନାଚ ପ୍ରତି ଆକୃଷ୍ଟ ଥିଲେ। ଫିଲ୍ମ ଦେଖିବାରେ ସମୟ ବିତାଉଥିଲେ। ଦିଲ୍ଲୀରେ ଥିଲା ତାଙ୍କର ମାମୁଘର। ସେ ଦିନେ ଲୁଚି ମାମୁଘରକୁ ପଳେଇ ଆସିଲେ। ଆଉ ମାମୁଘରେ ହିଁ ରହିଲେ। ମାମୁଘରେ ଥିବା ବେଳେ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ଥିବା ଦେଖି ମାମୁ ତାଙ୍କୁ ସଙ୍ଗୀତ ଶିକ୍ଷା ଦେବା ଉଚିତ ମନେକଲେ। ଆଉ ତାଙ୍କୁ ନେଇ ପଣ୍ଡିତ ଅମରନାଥଙ୍କ ନିକଟକୁ ଗଲେ। ପିଲାଟି ଭିତରେ ଥିବା ସଙ୍ଗୀତ ପ୍ରତିଭା ପଣ୍ଡିତ ଅମରନାଥଙ୍କୁ ଅଭିଭୂତ କରିଦେଇଥିଲା। ସେ ତାଙ୍କୁ ସଙ୍ଗୀତ ଶିକ୍ଷା ଦେବାଲାଗି ସମ୍ମତି ପ୍ରକାଶ କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ମହମ୍ମଦ ଜହୁରଙ୍କ ସଙ୍ଗୀତ ଯାତ୍ରା। ପରେପରେ ସେ ହୁସ୍‌ନଲାଲ ଏବଂ ଭଗତରାମ୍‌ଙ୍କ ଭଳି ଶାସ୍ତ୍ରୀୟ ସଙ୍ଗୀତ ବିଶାରଦଙ୍କ ଠାରୁ ସଙ୍ଗୀତରେ ତାଲିମ୍‌ ନେଲେ।

ବମ୍ବେ-ଲାହୋର-ବମ୍ବେ: ପାଞ୍ଚବର୍ଷ ସଙ୍ଗୀତ ଶିଖେଇବା ପରେ ପଣ୍ଡିତ ଅମରନାଥ ଉପଲବ୍‌ଧି କଲେ ଯେ, ମହମ୍ମଦ ଜହୁର୍‌ଙ୍କ ଭିତରେ ସଙ୍ଗୀତ ସୃଷ୍ଟି କରିବାର ପ୍ରତିଭା ରହିଛି। କାରଣ ସେ ନିଜ ଅଜାଣତରେ ଅନେକ ନୂଆ ସ୍ବର ସୃଷ୍ଟି କରିପାରୁଛନ୍ତି। ପୁଣି ଫିଲ୍ମରେ କାମ କରିବାକୁ ସେ ବଡ଼ ଆଗ୍ରହୀ। ସେଥିଲାଗି ସେ ତାଙ୍କୁ କହିଲେ ଯେ, ଦିଲ୍ଲୀରେ ରହିଲେ ସଙ୍ଗୀତ କରିପାରିବନି। ତେଣୁ ତୁମେ ବମ୍ବେ କିମ୍ବା ଲାହୋର ଚାଲିଯିବା ଉଚିତ। ସେତେବେଳକୁ ମହମ୍ମଦ ଜହୁର୍‌ଙ୍କୁ ମୋଟେ ୧୫ବର୍ଷ। ସଙ୍ଗୀତ ନିଶାରେ ସେ ବମ୍ବେ ଚାଲିଆସିଲେ। ହେଲେ ବମ୍ବେ ଏକ ସହଜ ସହର ନ ଥିଲା ଜଣେ ୧୫ବର୍ଷ କିଶୋର ପାଇଁ। ବମ୍ବେରୁ ନିରାଶ ହୋଇ ସେ ଚାଲିଗଲେ ଲାହୋର। ଲାହୋରରେ ତାଙ୍କ ଭେଟ ହେଲା ସେତେବେଳର ପ୍ରଖ୍ୟାତ ସଙ୍ଗୀତକାର ଗୁଲାମ୍‌ ଅହମ୍ମଦ ଚିସ୍ତିଙ୍କ ସହିତ। ତାଙ୍କୁ ସମସ୍ତେ ଚିସ୍ତିବାବା ବୋଲି ଡାକୁଥିଲେ। ପିଲାଟି ଭିତରେ ସଙ୍ଗୀତର ଏକ ସାଗର ଲୁଚି ରହିଛି ବୋଲି ଅନୁଭବ କଲେ ଚିସ୍ତିବାବା, ଆଉ ତାଙ୍କର ସହାୟକ ଭାବରେ ନିଯୁକ୍ତି ଦେଲେ। ତେବେ ତାଙ୍କର ଭାଗ୍ୟ ବମ୍ବେରେ ହିଁ ଲେଖା ହୋଇ ରହିଥିଲା। ସେ ଲାହୋରରେ ରହିଥାନ୍ତେ କିପରି? କିଛିବର୍ଷ ଲାହୋରରେ ରହିବା ପରେ ମହମ୍ମଦ ଜହୁର୍‌ ବମ୍ବେ ଚାଲିଆସିଲେ। ବାସ୍ତବିକ ବମ୍ବେ ହିଁ ତାଙ୍କୁ ଦେଲା ପରିଚିତି ଓ ପ୍ରସିଦ୍ଧି।

ଶର୍ମାଜୀ-ବର୍ମାଜୀ : ଅନେକ ସଂଘର୍ଷ କରିବା ପରେ ୧୯୪୮ରେ ତାଙ୍କୁ ମିଳିଲା ‘ହିର ରାନ୍‌ଝା’ ଫିଲ୍ମ। ତେବେ ଏଥିରେ ତାଙ୍କ ସହିତ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ରେହମାନ୍‌ ହୁସେନ୍‌। ଏହି ଦୁଇଜଣ ୧୨ଟି ଗୀତର ସୁର କରିଥିଲେ ସେହି ଫିଲ୍ମ ପାଇଁ। ଫିଲ୍ମରେ ସେମାନଙ୍କ ନାମକୁ ଶର୍ମାଜୀ-ବର୍ମାଜୀ ବୋଲି ଉଲ୍ଲେଖ କରାଯାଇଥିଲା। ଫିଲ୍ମର ପ୍ରଯୋଜକ ଦୁଇ ଜଣଙ୍କ ନାମ ଖୁବ୍‌ ବଡ଼ ହୋଇଯିବ ଆଉ ଲୋକମାନେ ତାହାକୁ ମନେ ରଖିପାରିବେ ନାହିଁ ବୋଲି ଭାବି ଏପରି କରିଥିଲେ। ସେତେବେଳକୁ ସେ ‘ଖୟାମ୍‌’ ହୋଇ ନଥିଲେ। ମହମ୍ମଦ ଜହୁର୍‌ ହାସ୍‌ମୀ ନାମରେ ପରିଚିତ ଥିଲେ। ଏହାପରେ ଭାରତ ବିଭାଜିତ ହେଲା। ରେହମାନ୍‌ ହୁସେନ୍‌ କ୍ୟାରିଅର କରିବା ପାଇଁ ଲାହୋର ଚାଲିଗଲେ। ସେ ଏକୁଟିଆ ଶର୍ମାଜୀ ନାମରେ କେତେଗୋଟି ଫିଲ୍ମ କରିଥିଲେ। ସେଥିମଧ୍ୟରୁ ପର୍ଦା, ବିଓ୍ବି ଆଦି ଅନ୍ୟତମ। ବିଓ୍ବିରେ ସେ ପ୍ରଥମ ହିଟ୍‌ ସଙ୍ଗୀତର ସ୍ବାଦ ଚାଖିଲେ। ତାହା ଥିଲା ମହମ୍ମଦ ରଫି ଗାଇଥିବା ‘ଅକେଲେ ମେଁ ଓ୍ବ ଘବରାତା ତୋ ହୋଙ୍ଗେ’।

ଶେଷରେ ଫୁଟ୍‌ପାଥ୍‌ : କିଛିଦିନ ସେ ଶର୍ମାଜୀ ନାମରେ ସଙ୍ଗୀତ ନିର୍ଦ୍ଦେଶନା ଦେବାରେ ଲାଗିଲେ। ୧୯୫୩ରେ ଆସିଲା ଫିଲ୍ମ ‘ଫୁଟ୍‌ପାଥ୍‌’। ଏହାର ନିର୍ଦ୍ଦେଶକ ଥିଲେ ଜିଆ ସରହଦୀ। ତାଙ୍କୁ ଶର୍ମାଜୀ ନାମଟି ଭାରି ପୁରୁଣାକାଳିଆ ମନେ ହେଉଥିଲା। ଆଉ ସେ ତାକୁ ଗୋଟିଏ ନୂଆ ନାମରେ ପରିଚିତ କରେଇବାର ଯୋଜନା ଥିଲା। ଅନେକ ଚିନ୍ତା କରିବା ପରେ ‘ଖୟାମ୍‌’ ନାମଟି ତାଙ୍କ ମୁଣ୍ଡକୁ ଜୁଟିଲା। ବାସ୍ତବିକ୍‌ ଖେୟାଲ ଏବଂ ଠୁମ୍‌ରି ସଙ୍ଗୀତରେ ମହମ୍ମଦ ଜହୁର୍‌ଙ୍କର ଖୁବ୍‌ ପ୍ରବେଶ ଥିଲା। ସେହି ଖେୟାଲ ଶବ୍ଦରୁ ଖୟାମ୍‌ ଶବ୍ଦଟି ତାଙ୍କ ମୁଣ୍ଡକୁ ଜୁଟିଲା। ଆଉ ସେ ‘ଖୟାମ୍‌’ ନାମଟିକୁ ତାଙ୍କର ‘ଫୁଟ୍‌ପାଥ୍‌’ ମୁଭିର ମ୍ୟୁଜିକ୍‌ ଡିରେକ୍ଟର ଭାବରେ ରଖିଲେ। ତାହା ମଧ୍ୟ ତାଙ୍କ ଭାଗ୍ୟକୁ ସୁହାଇଲା ଓ ଗୀତଗୁଡ଼ିକ ମଧ୍ୟ ଖୁବ୍‌ ହିଟ୍‌ କଲା। ଏହାପରେ ସେ ‘ଖୟାମ’ ଭାବରେ ନିଜର ପରିଚିତି ହାସଲ କଲେ। ୨୦୧୯ ଅଗଷ୍ଟ ୧୯ ତାରିଖରେ ଏହି ମହାନ୍‌ ସଙ୍ଗୀତଜ୍ଞଙ୍କ ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri