‘କଭି ଇଦ୍‌ କଭି ଦିଓ୍ବାଲି’ରେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ ପୂଜା

ମୁମ୍ବାଇ: ହାଉସ୍‌ ଫୁଲ୍‌-୪ ନାୟିକା ପୂଜା ହେଗଡେ ଏବେ ସଲମାନଙ୍କ ଅପୋଜିଟର ନାୟିକା ସାଜିବେ। ୨୦୨୧ ଇଦରେ ପରଦାକୁ ଆସିବାକୁ ଥିବା ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲି’ରେ ସେ ନାୟିକା ଭାବେ ନଜର ଆସିବେ ବୋଲି ଜଣାପଡିଛି। ଫିଲ୍ମ କ୍ରିଟିକ ତରନ ଆଦର୍ଶ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଫରହାଦ ସାମଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସାଜିଦ ନାଡିଆଡଓ୍ବାଲା। ଏହାର କୋ ପ୍ରଡ୍ୟୁସର ଭାବେ ସଲମାନ ଖାଁ, ସେହୋଲ ଖାଁ ଓ ଅତୁଲ ଅଗ୍ନିହୋତ୍ରୀ କାମ କରୁଛନ୍ତି।

Share