Categories: ଫୁରସତ

କଫି ଆର୍ଟ

ସ୍ପେନର ନୁରିଆ ସେଲସେଡୋ ପେସାରେ ଜଣେ ସ୍ଥପତି। ହେଲେ ନିଶା ତାଙ୍କର ପେଣ୍ଟିଂ କରିବା। ସେ କେବେ କୌଣସି ଆର୍ଟ କ୍ଲାସ୍‌ ଯାଇ ନାହାନ୍ତି, ତଥାପି ନିଜର ଚେଷ୍ଟା ବଳରେ ସେ କରିପାରନ୍ତି ଖୁବ୍‌ ସୁନ୍ଦର ପେଣ୍ଟିଂ। ନିକଟରେ ସେ ଚର୍ଚ୍ଚିତ ହୋଇଛନ୍ତି କଫିକୁ ନେଇ କରୁଥିବା ପେଣ୍ଟିଂ ପାଇଁ। ବିଭିନ୍ନ ଶେଡ୍‌ର କଫି ଓ ଆବଶ୍ୟକସ୍ଥଳେ ବାଦାମୀ ରଙ୍ଗର ପେନ୍‌ସିଲ ବ୍ୟବହାର କରି ସେ ଏହି ପେଣ୍ଟିଂ କରନ୍ତି। ୪ ବର୍ଷ ପୂର୍ବେ ସେ ଏହି କଫି ପେଣ୍ଟିଂ କରିବା ଆରମ୍ଭ କରିଥିଲେ। ପ୍ରଥମେ ସେ ବିଭିନ୍ନ ଫଟୋକୁ କପି କରି ଅବିକଳ ପେଣ୍ଟିଂ କରୁଥିଲେ। ହେଲେ ଏବେ ସେ ନିଜର ସୃଜନଶୀଳତା ବଳରେ ଅନେକ ଚମତ୍କାର ପେଣ୍ଟିଂ କରୁଛନ୍ତି।

Share