କପିଳାସ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ: ଅଭିଜ୍ଞତାର ବନ୍ଧନ କଥା ‘ଚରନ୍‌ ଏ ସୋମୋୟେ’

ଢେଙ୍କାନାଳ ଅଫିସ,୩୦ା୧୨ – ଢେଙ୍କାନାଳ କଳାପରିଷଦ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ କଲିକତାର ବିଭବ ନାଟ୍ୟ ଏକାଡେମୀ କଳାକାରମାନଙ୍କ ଦ୍ୱାରା ବଙ୍ଗଳା ନାଟକ ‘ଚରନ୍‌ ଏ ସୋମୋୟେ’ ମଞ୍ଚସ୍ଥ ହୋଇଥିଲା। ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରସିଦ୍ଧ କାହାଣୀ ଖୋକା ବାବୁର ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରସ୍ତୁତ ନାଟକ ‘ଚରନ୍‌ ଏ ସୋମୋୟେ’ର ରାଜା ବାନାର୍ଜୀ ନିର୍ଦ୍ଦେଶନା ଦେଇଥିଲେ। ନାଟକର କାହାଣୀ ଏହିପରି, ଜଣେ ଅସହାୟ ବୃଦ୍ଧ ରାସ୍ତାରେ ଲୋକମାନଙ୍କ ଦ୍ୱାରା ଉପହାସିତ ହେଉଥିବା ଦେଖି ବାରିଷ୍ଟର ଫାଲୁଚରଣ ମହାପାତ୍ର ତାଙ୍କୁ ଉଦ୍ଧାର କରି ନିଜ ଘରକୁ ନେଇଆସନ୍ତି। ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କର ନବଜାତ ସନ୍ତାନର ଲାଳନପାଳନରେ ସହାୟକ ହେବେ ବୋଲି ଫାଲୁଚରଣ ଭାବିଥିଲେ। କାରଣ ଫାଲୁଚରଣଙ୍କ ଭୟଥିଲା, ତାଙ୍କ ଚାକିରିଆ ସ୍ତ୍ରୀ ପ୍ରସୂତିକାଳୀନ ଛୁଟିରେ ଥିବାରୁ କାଳେ ଲାଳନପାଳନ ପାଇଁ ଅଧିକ ସମୟ ଦେଲେ ନିଜ ଚାକିରି ହରାଇବେ। ଅନ୍ୟପଟରେ ଅତ୍ୟଧିକ ବୃଦ୍ଧ ଲୋକଟିକୁ ସ୍ବାମୀ ଘରକୁ ଆଣିଥିବା ଦେଖି ଫାଲୁଚରଣଙ୍କ ସ୍ତ୍ରୀ ଦୀପିକା ଆତଙ୍କିତ ହୋଇପଡନ୍ତି। ବୃଦ୍ଧ ଜଣକ ତାଙ୍କ ନବଜାତ ଶିଶିଟିକୁ ଠିକ୍‌ ଭାବେ ଲାଳନପାଳନ କରିପାରିବନି ବୋଲି ଦୀପିକା ଭୟ କରୁଥିଲେ। କିନ୍ତୁ ସମ୍ପୃକ୍ତ ବୃଦ୍ଧ ତାଙ୍କ ଅଭିଜ୍ଞତା ବଳରେ ନବଜାତ ଶିଶୁଟିକୁ ଖୁବ ସୁନ୍ଦର ଭାବରେ ଲାଳନପାଳନ କରିଥିଲେ। ଫଳରେ ଫୁଲୁଚରଣ ଓ ଦୀପିକା ତାଙ୍କୁ ଭଲ ପାଇବାରେ ଲାଗିଲେ। ଦିନେ ବୃଦ୍ଧ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଲାବେଳେ ଫାଲୁଚରଣ ହଠାତ୍‌ ଜାଣିବାକୁ ପାଇଲେ ସେହି ବୃଦ୍ଧବ୍ୟକ୍ତି ଜଣକ ତାଙ୍କ ପିତା ପୂର୍ବତନ ଜମିଦାର ରାଇଚରଣ। ବୃଦ୍ଧ ଜଣକ ମଧ୍ୟ ଏକଥା ଜାଣିବା ପରେ ବିସ୍ମିତ ହୋଇପଡନ୍ତି। ଘଟଣା ଜାଣିବା ପରେ ଫାଲୁଚରଣଙ୍କ ସ୍ତ୍ରୀ ଦୀପିକା ରାଇଚରଣଙ୍କୁ ଶ୍ୱଶୁର ଭାବେ ସମ୍ମାନ ଦେଇ ଆପଣେଇ ନିଅନ୍ତି। ଏହାହିଁ ନାଟକ ‘ଚରନ୍‌ ଏ ସୋମୋୟେ’ର କାହାଣୀ। ଏଥିରେ ଅଭିନୟ କରିଥିବା କଳାକାରମାନେ ହେଲେ ରାଜା ବାନାର୍ଜୀ, ସର୍ବାଣୀ ବାନାର୍ଜୀ, ତରକ ଦାସ, ନିର୍ମଲ ମିର୍ଦ୍ଧା, ନାଣ୍ଟୁ ପଲ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ସେନଗୁପ୍ତା। ଆଲୋକ ସଜାଇଥିଲେ ଦେବାଶିଷ ଚକ୍ରବର୍ତ୍ତୀ। ନିର୍ମନ ମିର୍ଦ୍ଧା ମଞ୍ଚସଜ୍ଜା, ବିପ୍ଲବ ମୁଖାର୍ଜୀ ମେକ୍‌ଅପ୍‌, ଅରୁଣ କୁମାର ଚୌଧୁରୀ ପୋଷାକ ସାଜସଜ୍ଜା କରିଥିଲେ। ପ୍ରାରମ୍ଭରେ ଆୟୋଜିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ମହେଶ ସାହୁ, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଅଟଳ ବିହାରୀ ଦାସ ଯୋଗଦେଇ ବିଶିଷ୍ଟ ନାଟ୍ୟକାର ନିତ୍ୟାନନ୍ଦ ଦାସଙ୍କୁ ରାଜ୍ୟସ୍ତରୀୟ କଳାପରିଷଦ ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ଉନ୍ମୋଚିତ ହୋଇଥିଲା। କଳାପରିଷଦ ସଭାପତି ଦିଲ୍ଲୀଶ୍ୱର ମହାରଣା ସଭାପତିତ୍ୱ କରିଥିଲେ। ସମ୍ପାଦକ ଜୟନ୍ତ ବର୍ମା ଧନ୍ୟବାଦ ପ୍ରଦାନ କରିଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶତ୍ରୁଘ୍ନ ମାଟି, ଇନ୍ଦ୍ରମଣି ବେହେରା, ବିନୋଦ ମହାନ୍ତି, ଅମ୍ବିକା ପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri