କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କୁ ଏକାଠି କଲେ ସଲମାନ୍‌

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଳାଗି ରହିଥିବା ତୁ ତୁ ମେଁ ମେଁ ଏବେ ଶେଷ ହୋଇଛି। କପିଲ ନିଜ ଇନଷ୍ଟାଗ୍ରାମ୍‌ରେ ସୁନୀଲ ଏବଂ ସଲମାନ୍‌ ଖାଁଙ୍କ ଏକ ଫଟୋ ଶେୟାର କରିଛନ୍ତି। ସଲମାନ ସେମାନଙ୍କୁ ସୋହେଲ ଖାଁଙ୍କ ଜନ୍ମଦିନ ପାର୍ଟିକୁ ନିମନ୍ତ୍ରଣ କରିଥିଲେ। ସେହି ସମୟରେ ଏହି ଫଟୋ ଉଠାଯାଇଥିଲା। ସଲମାନଙ୍କ ଉଦ୍ୟମରେ ଏବେ ଦୁଇ କମେଡ଼ି କିଙ୍ଗ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ପୁଣି ଯୋଡ଼ି ହୋଇଯାଇଥିବା ନେଇ ବଲିଉଡ୍‌ରେ ଚର୍ଚ୍ଚା ହେଉଛି।

Share