Categories: ଜାତୀୟ

କପିଲ ମିଶ୍ରାଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୫ା୧: ଦିଲ୍ଲୀର ଭାଜପା ନେତା କପିଲ ମିଶ୍ରାଙ୍କ ସାମ୍ପ୍ରଦ।ୟିକ ଟୁଇଟ୍‌କୁ ନେଇ କଠୋର ହୋଇଛନ୍ତି ନିର୍ବାଚନ କମିଶନ(ଇସି)। ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଇସି ଶୁକ୍ରବାର ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀର ଶାହିନବାଗରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ମାସାଧିକ କାଳ ହେବ ବିକ୍ଷୋଭ ଚାଲିଛି। ଫେବୃୟାରୀ ୮ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ପାଣିପାଗ ସରଗରମ ରହିଛି। ଏଭଳି ସମୟରେ ଏହାକୁ ତାଚ୍ଛଲ୍ୟ କରି ଭାଜପା ପ୍ରାର୍ଥୀ କପିଲ ମିଶ୍ରା ଗୁରୁବାର ଟୁଇଟ୍‌ କରିଥିଲେ, ଆଇନକୁ ପାଳନ କରାଯାଉ ନ ଥିବା ସ୍ଥାନଗୁଡ଼ିକ ହେଉଛି ମିନି ପାକିସ୍ତାନ।

Share