କପଡ଼ା ଦୋକାନ ଭିତରେ ପ୍ରତିଦିନ ଶୋଇବାକୁ ଆସୁଛି ଗାଈ, ଦେଖିବାକୁ ଲୋକଙ୍କ ଭିଡ଼

ହାଇଦ୍ରାବାଦ,୬।୧୧: କପଡ଼ା ଦୋକାନକୁ ଗ୍ରାହକଙ୍କ ଯିବା ଆସିବା ଏକ ସାଧାରଣ କଥା। କିନ୍ତୁ ଦୋକାନ ଭିତରକୁ ପ୍ରତିଦିନ ଗାଈ ଆସି ଶୋଇବା ନିହାତି ଆଶ୍ଚର୍ଯ୍ୟକର ଘଟଣା। ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ କଡ଼ପା ଜିଲାର ମୟଦୁକର ବଜାରରେ ଏଭଳି ଏକ କପଡ଼ା ଦୋକାନ ଅଛି। ଦୋକାନ ଭିତରେ ପଡିଥିବା ନରମ ଗଦିରେ ଶୋଇବାକୁ ଏକ ଗାଈ ଆସେ। ଦୋକାନର ମାଲିକ ଓବୈୟା ଏହି ଗାଈଟିକୁ ଗୋମାତା ଭାବି ପୂଜା କରନ୍ତି ଏବଂ ତାକୁ ଆରାମରେ ଶୋଇବାକୁ ଦିଅନ୍ତି।

ସାଇରାମ ନାମକ ଏହି କପଡ଼ା ଦୋକାନ ଭିତରକୁ ପଶିଲାବେଳେ ଗାଈଟି କାହାର କିଛି କ୍ଷତି ନ କରି ଆରାମରେ ତଳେ ପଡିଥିବା ଗଦି ଉପରେ ଶୋଇପଡେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଶୋଇଥିବାବେଳେ ଗାଈଟି ପରିସ୍ରା କିମ୍ବା ଝାଡ଼ା କରି ନ ଥାଏ। ଦୁଇ-ତିନି ଘଣ୍ଟା ଶୋଇବା ପରେ ସେ ନିଜ ବାଟରେ ଚାଲିଯାଏ। ବଜାରରେ ଏତେ ଦୋକାନ ଥିବା ସତ୍ତ୍ୱେ ସେ କେବଳ ସାଇରାମ ଦୋକାନ ଭିତରକୁ ହିଁ ଯାଇଥାଏ। ଗାଈଟିକୁ ଦେଖିବାକୁ ଦୋକାନ ସାମ୍ନାରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି।

Share