କପଡ଼ା ଆଲମିରା ପଡ଼ି ଶିଶୁ ମୃତ: କମ୍ପାନୀ ଦେଲା ୩୩୧ କୋଟି କ୍ଷତିପୂରଣ

ନ୍ୟୁୟର୍କ,୮।୧: କପଡ଼ା ଆଲମିରା ପଡ଼ି ଜଣେ ୨ ବର୍ଷ ଶିଶୁର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଆଲମିଲା କମ୍ପାନୀକୁ ୩୩୧ କୋଟି ଟଙ୍କାର କ୍ଷତି ପୂରଣ ଦେବାକୁ ପଡ଼ିଛି। ଆମେରିକା କାଲିଫର୍ନିଆରେ ୩୦ ଇଞ୍ଚ ଉଚ୍ଚା କପଡ଼ା ଆଲମିରା ପଡ଼ିଯିବାରୁ ୨୦୧୭ ମଇ ମାସରେ ଏହା ଘଟିଥିଲା। ଏନେଇ ଶିଶୁଙ୍କର ଅଭିଭାବକଙ୍କ ପକ୍ଷରୁ କୋର୍ଟରେ ଘରୋଇ ଆସବାବପତ୍ର ନିର୍ମାଣକାରୀ କମ୍ପାନୀ ଆଇକିଆ ବିରୋଧରେ ଏକ ମାମଲା ଦାଏର କରାଯାଇଥିଲା। କମ୍ପାନୀର ଆଲମିରା ନିର୍ମାଣରେ ତ୍ରୁଟି ଥିବା ଦର୍ଶାଇ ଏହି ମାମଲା ଦାଏର ହୋଇଥିଲା। ଶେଷରେ କମ୍ପାନୀ ଦାବି କରାଯାଇଥିବା କ୍ଷତିପୂରଣ ଦେଇଛି। ଏହାପୂର୍ବରୁ ୨୦୧୬ରେ ଏକ ଘଟଣାରେ କମ୍ପାନୀ ପକ୍ଷରୁ ୩ ପରିବାରଙ୍କୁ ଭିନ୍ନ ଭିନ୍ନ ମାମଲାରେ ୩୬୦ କୋଟି ଟଙ୍କାର କ୍ଷତି ପୂରଣ ଦିଆଯାଇଥିଲା। ସୂଚନାଯୋଗ୍ୟ, ୧୯୪୩ରେ ୧୭ ବର୍ଷ ବୟସ୍କ କୈମ୍ପ୍ରେଡ୍‌ ଏହି କମ୍ପାନୀର ସ୍ଥାପନା କରିଥିଲେ। ୨୦୧୯ରେ କମ୍ପାନୀ ୩ ଲକ୍ଷ ୨୫ ହଜାର କୋଟି କାରବାର କରିଥିଲା।

Share