କନ୍ଧମାଳ-ଗଞ୍ଜାମ ସୀମା ସିଲ୍‌, ଗାଡ଼ି ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୧ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌କୁ କଡ଼ାକଡ଼ି କରାଯାଇଛି। ଏନେଇ କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର ଡବେରୀଠାରେ ପୋଲିସ ପକ୍ଷରୁୂ ସିଲ୍‌ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟ୍ରାଭେଲର୍ସ ଗାଡ଼ିରେ ୩୬ ଜଣ ଭର୍ତ୍ତି ହୋଇ ଆସୁଥିବା ବେଳେ ପୋଲିସ ଉକ୍ତ ଗାଡ଼ିର ଚାଳକ ଗଞ୍ଜାମ ଜିଲା ତାରସିଂ ଗ୍ରାମର ମହେନ୍ଦ୍ର କରାଯାଇଥିବା ଆଇଆଇସି କୌଶିକ ମାଝି କହିଛନ୍ତି। ସେମାନଙ୍କ ନାମରେ ୪୪/୨୦ରେ ମାମଲା ରୁଜୁ କରାଯାଇଛି। ଉକ୍ତ ଯାତ୍ରୀମାନଙ୍କୁ ନିକଟସ୍ଥ ଏକ ବିଦ୍ୟାଳୟରେ ରାତିରେ ଖାଇବା ଦେଇ ରଖାଯିବା ସହ ସେମାନଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା। ଏମାନେ ସମସ୍ତେ ଭୁବନେଶ୍ୱରର ସାଲିଆସାହିକୁ ଫେରୁଥିଲେ ବୋଲି ପୋଲିସ ସୂଚନା ଦେଇଛି।