Categories: ଜାତୀୟ

କନିକାଙ୍କ ପାର୍ଟିରେ ଯୋଗ ଦେଇଥିବାରୁ ଆଇସୋଲେଶନରେ ବସୁନ୍ଧରା

ନୂଆଦିଲ୍ଲୀ,୨୦।୩: ବଲିଉଡ୍‌ ଗାୟିକା କନିକା କପୁର କରୋନା ଭାଇରସରେ ପୀଡ଼ିତ ହେବା ପରେ ଏବେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ୧୦ ଦିନ ପୂର୍ବରୁ ସେ ଲଣ୍ଡନରୁ ଫେରିଥିବା ବେଳେ କରୋନାର କୌଣସି ଲକ୍ଷଣ ଦେଖା ନ ଦେବାରୁ ସେ ଲକ୍ଷ୍ନୌର ଏକ ପାର୍ଟିରେ ଯୋଗ ଦେଇଥିଲେ। ଏବେ ସେ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଉକ୍ତ ପାର୍ଟିରେ ଥିବା ଲୋକେ ଡରି ଯାଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଭାଜପା ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିତା ତାଙ୍କ ପୁଅଙ୍କ ସହ ଯାଇଥିବାରୁ ଏହି ଖବର ପାଇବା ପରେ ବସୁନ୍ଧରା ଏବେ ସେଲ୍ଫ ଆଇସୋଲେଶନରେ ରହିଥିବା କହିଛନ୍ତି। ଯଦି କନିକାଙ୍କଠାରୁ ଏହି ରୋଗ ଆଉ କାହାକୁ ହୋଇଥାଏ ତେବେ ଏହା କେତେ କ୍ଷତିକାରକ ହେବ ତାହା ଏବେ କଳନା କରିବା ମୁସ୍କିଲ ବୋଲି କୁହାଯାଉଛି।

Share