କଥାରେ ଆଦିବାସୀ ଅଂଚଲର ବିକାଶ: ମଉଲିକ୍‌ ସୁବିଧାରୁ ବଁଚିତ୍‌ କୋଲପଡ଼ାବାସୀ

 

ଲାଠୋର, ୧।୨ (ଡି.ଏନ୍‌.ଏ.)-
ସରକାର ଆଦିବାସୀ ଅଧୁଷିତ ଅଂଚଲର ବିକାଶ ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଦେଖ୍‌ବାକେ ଗଲେ ଅନେକ ଜାଗାରେ ସରକାରୀ ବିକାଶ କାଗଜ କଲମଥି ରହିଯାଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଁଚେତ୍‌ ଅଧୀନ କୋଲପଡ଼ା(ମକ୍ରିଆପଡ଼ା)ରେ।
ସୂଚନା ଅନ୍‌ସାରେ କୋଲପଡ଼ାରେ ୨୧ ଆଦିବାସୀ ପରିବାର, ଦୁଇ ଦଲିତ ପରିବାର ଆର ଗୁଟେ ଉନିଆ ପରିବାରର ପାଖାପାଖି ୧ଶହରୁ ଅଧ୍‌କା ଲୋକ୍‌ ବାସ୍‌ କରୁଛନ୍‌। ଇ ଆଦିବାସୀ ପରିବାରମାନେ ପୂରାପୂରି ଜଂଗଲ ଉପରେ ନିରଭର କରି ଚଲୁଛନ୍‌। ବାଉଁଶରେ ଭୁଗାଟୁପା, ଚାଲ, କୁଲା, ଟୁପଲି, ଡଲା, ଲୁଦର ତିଆର କରି ବଜାରମାନକୁ ବିକାଭଂଗା କରି କୁଟୁମ ପୁଷୁଛନ୍‌। ସେନ୍‌ତା ଆରକେତେ ପରିବାର ରାଏଜ୍‌ ବାହାରକେ ଦାଦନ ଯାଇ ପେଟ୍‌ ପାଲୁଛନ୍‌। ପଡ଼ାର ୮ଟା ପରିବାର ଆବାସ ଯୋଜନାରେ ଘର ପାଇଥିଲାବେଲେ ବାକି ସବୁ ପରିବାର ଚାଲଛପର ଘରମାନ୍‌କେ ମୁଡ଼ ଗୁଁଜିଛନ୍‌। ସେନ୍‌ତା ପଡ଼ାର ଲତା ମାଝି, ବୁଡ଼ୁ ମାଝି, ଦଶରଥ ମାଝି, ଇନ୍ଦ୍ର ମାଝି ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ପଡ଼ାରେ ଲୁକ୍‌କର ପିଲା ପାଏନ୍‌ ସୁବିଧା ଲାଗି ଦୁଇଟା ନଲ୍‌ଚୁଅଁା ରହିଛେ। ହେଲେ ସେଥ୍‌ରୁ ଗୁଟେ ଅଚଲ ହେଇ ପଡ଼ିଥିଲାବେଲେ ଗୁଟେ ନଲ୍‌ଚୁଅଁାର ପାଏନ୍‌ ପଡ଼ାବାସୀକୁ ନିଅଁଟ ହେଉଛେ। ଆଗ୍‌କେ ଖରାଦିନ ମାଡ଼ି ଆସୁଥିଲାବେଲେ ପଡ଼ାବାସୀକୁ ଏଭ୍‌ଠାନୁ ପିଇଲା ପାଏନ୍‌ ଚିନ୍‌ତା ଘାରିଛେ। କୋଲପଡ଼ାକେ ଯିବାର ଆଏବାର ଲାଗି ଫିଦିନିଅଁା ରାସ୍‌ତା ନଁାଇଁନ। ଏନ୍‌ତାଥି ପଡ଼ାର ପିଲାମାନେ ପାସର ନଏଦ୍‌ ଡେଗି ୪ କି.ମି. ଦୂରିଆ ସୁନାମୁଦି ଗଁାକେ ପାଠ୍‌ପଢ଼ି ଯାଉଛନ୍‌। ବରଷା ଦିନେ ପଡ଼ାବାସୀ ବଡ଼ଭାରି ଅସ୍‌ବିଧାର ସାମନା କରୁଛନ୍‌। ଲୁକ୍‌କର ସୁବିଧା ଲାଗି ନଏଦ୍‌ ଉପରେ ଗୁଟେ ପୁଲିଆ ତିଆରବାର ଜାଗାରେ ନଏଦ୍‌ ବାହାରକେ ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ଗୁଟେ କଲଭର୍ଟ ତିଆର କରାଯିବାରଟା ନିହାତି ଦୁଖର କଥା ବଲି ପଡ଼ାବାସୀ କହିଛନ୍‌। ପଡ଼ାରେ ଗୁଟେ ମିନି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ। କେନ୍ଦ୍ରର ଲାଗି ଲକ୍ଷାଧିକ୍‌ ଟଁକାରେ ଘର ବି ତିଆରି ଚାଲିଛେ। ହେଲେ ସେଟା ସଂରକ୍ଷିତ ଜଂଗଲ ଜମିରେ ହେଉଥିବାର ଲାଗି ବନ ବିଭାଗ କାମ୍‌ ବଁଦ୍‌ କରିଦେଇଛେ। ଏନ୍‌ତାଥି ଛୁଆମାନେ ପରହର ବାରନ୍‌ଡ଼ାରେ ବସି ପାଠ୍‌ପଢ଼ୁଛନ୍‌। ଇଆଡ଼େ ସରକାର ଆଦିବାସୀକଁର ବିକାଶର କଥା କହୁଥିଲାବେଲେ ଇଟା ହେଉଛେ ନିଛକ ସତ୍‌ ବଲି ପଡ଼ାବାସୀ ଅଭିଯୋଗ କରିଛନ୍‌। ଜିଲା ପରଶାସନ ପଡ଼ାକେ ପରିଦରଶନରେ ଆସି ଲୁକ୍‌କର ସୁବିଧା ଅସ୍‌ବିଧା ଦେଖି ପଦକ୍ଷେପ ନେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri