Posted inରାଜ୍ୟ

କଣ୍ଟ୍ରାକ୍ଟର ରନ୍ଥା ଅପହରଣ ମାମଲା: ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଦୁଇ ଭାଇ ଗିରଫ

କେନ୍ଦ୍ରାପଡା ଅଫିସ, ୨୦।୬: ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କୁ ଲାଗିଛି ଆଉ ଏକ ଝଟକା। କଣ୍ଟ୍ରାକ୍ଟର ରନ୍ଥା ଓରଫ ଶିବପ୍ରସାଦ ପରିଡ଼ାଙ୍କ ଅପହରଣ ମାମଲାରେ ଟିଟୋଙ୍କ ୨ ଭାଇଙ୍କ ସମେତ ୩ ଜଣଙ୍କୁ ବୁଧବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟ୍ୟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଉଠାଇ ନେଇଛି। ୨ ଭାଇ ଜୀ ବାବୁ ଓରଫ ସୟଦ ଆସ୍‌ପାକ ଅଲ୍ଲୀ ଓ ଚିତୋ ଓରଫ ସୟଦ ଇଫତ୍‌କାର ଅଲ୍ଲୀ ଏବଂ ସମ୍ପର୍କୀୟ ମୁନ୍ନା ଓରଫ ଅମଜାଦ ଖଁାଙ୍କୁ ଟାଉନ ଥାନା ଅଧୀନ ଦିଲାରପୁରସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି। ଆଇଜି ଆଶିଷ ସିଂହଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍‌ ବୁଧବାର ଭୋର ୪ଟାରେ ଟିଟୋଙ୍କ ଦିଲାରପୁରସ୍ଥିତ ଘର ଉପରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲେ। ପରେ ସେମାନଙ୍କୁ ଭୁବନେଶ୍ୱର ନିଆଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଧୀନ ଚାରିଗଁାର ରନ୍ଥା ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟର। ଟିଟୋଙ୍କ ନିର୍ଦ୍ଦେଶରେ ଚାନୋ ଓରଫ ସେକ୍‌ ବାବର ଓ ଅନ୍ୟ ୩ ଜଣ ୨୦୧୭ ସେପ୍ଟେମ୍ବର ୯ ତାରିଖରେ ରନ୍ଥାଙ୍କୁ ତାଙ୍କ ଘରୁ ଅପହରଣ କରିନେଇ ଟିଟୋଙ୍କ ଘରେ ମାରଧର କରିଥିଲେ। ରନ୍ଥା ଆଳି ତଟବନ୍ଧ ଅଧୀନରେ ୧୫କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ନେଇଥିବାରୁ ତାଙ୍କୁ ୪କୋଟି ଟଙ୍କା ବଟି ମଗାଯାଇଥିଲା। ଏ ନେଇ ସହରରେ ଆଲୋଚନା ହେବା ପରେ ରନ୍ଥାଙ୍କୁ ଛାଡ଼ି ଦିଆଯାଇଥିଲା। ସେତେବେଳେ ରନ୍ଥା କିମ୍ବା ତାଙ୍କ ପରିବାର ସଦସ୍ୟ ଭୟରେ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ। ପରେ ୨୦୧୮ ଜୁନ ୩୦ ତାରିଖରେ ଏସ୍‌ଟିଏଫ୍‌ ଟିଟୋଙ୍କୁ ଏନ୍‌କାଉଣ୍ଟର କରିବା ସହ ଗିରଫ କରିଥିଲା। ଏହି ସମୟରେ ରନ୍ଥା ଅପହରଣ ଘଟଣା ସମ୍ପର୍କରେ ପୋଲିସ ଜାଣିବାକୁ ପାଇ ତତ୍କାଳୀନ ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ ନିଜ ତରଫରୁ ଜୁଲାଇ ୯ ତାରିଖରେ ଏକ ମାମଲା(ନଂ.୯୯/୨୦୧୮) ରୁଜୁ କରିଥିଲେ। ଅଗଷ୍ଟ ୧୬ ତାରିଖରେ କ୍ରାଇମବ୍ରାଞ୍ଚ ଅଫିସ ଲେଟର ନଂ.-୧୭୬ ପରେ ଉକ୍ତ ମାମଲାକୁ ଜିଲା ପୋଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋ, ଚିତୋ, ଜୀ ବାବୁ, ଚାନୋ, ବାପୁ ଓରଫ ଦିଲସାଦ ଅଲ୍ଲୀ, ସପୋ ଓରଫ ସୟଦ ଇମରାନ ଅଲ୍ଲୀ, ହୀରା ଓରଫ ସୟଦ ଜାଭେଦ ଅଲ୍ଲୀ, ବବ୍‌ଲୁ ଓରଫ ସୟଦ ଇମାମ ଅଲ୍ଲୀଙ୍କ ସମେତ ଅନ୍ୟ କେତେଜଣ ସମ୍ପୃକ୍ତ ଥିବା ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ଦାଦାବଟି ଆଦାୟ, ବେଆଇନ ଗୋଚାଲାଣ, ବୋମାମାଡ଼, ହତ୍ୟା ଧମକ ଆଦି ବିଭିନ୍ନ ଅପରାଧରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗିରଫ କରାଯାଇଛି। ଟିଟୋଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କ ଘର, ଅଫିସ ଆଦି ତଦନ୍ତ ପରିସରକୁ ଆସିଥିଲା। ଏହାସହ ତାଙ୍କର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ମଧ୍ୟ ସିଲ୍‌ କରାଯାଇଥିଲା। ଏପର୍ଯ୍ୟନ୍ତ ଟିଟୋଙ୍କ ୧୯ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri