କଣ୍ଟେନମେଣ୍ଟ ଜୋନ -୧, ଜୋନ -୨ ରେ ସ୍ବାସ୍ଥ୍ୟ ବିଭାଗର ସର୍ଭେ

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଦୁଇ ପଞ୍ଚାୟତକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ବୁଧବାର ଅଗ୍ନିଶମ ବିଭାଗ ଦାରା ପଞ୍ଚାୟତର ବିଭିନ୍ନ ସ୍ଥାନକୁ କେମିକାଲ ସ୍ପ୍ରେ ଦ୍ୱାରା ବିଶୋଧନ କରାଯାଇଛି। ସଂକ୍ରମିତ ଦୁଇ ପଞ୍ଚାୟତ ରହଣିଆ ଓ ତେସିଙ୍ଗାର କୁଶଗଡିଆ, ସୁରୁବଣ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମେତ ନଗୁଆଁ ପଞ୍ଚାୟତ ର ଡଗରପଡା ଠାରେ ଥିବା ଅସ୍ଥାୟୀ ସ୍ବାସ୍ତ୍ୟ କେନ୍ଦ୍ର ପରିସର କୁ ବିଶୋଧନ କରାଯାଇଥିଲା। ଦୁଇ ପଞ୍ଚାୟତକୁ ଦୁଇଟି ଯୋନରେ ଦୁଇଟି ମେଡିକାଲ ଟିମ ଲୋକଙ୍କ ସ୍ବାସ୍ଥ୍ୟ ତଦାରଖ କରୁଛନ୍ତି। ରହଣିଆକୁ ଯୋନ -୧ ଏବଂ ତେସିଙ୍ଗାକୁ ଯୋନ -୨ ରେ ଭାଗ କରାଯାଇ ଦୁଇଟି ଡାକ୍ତରୀ ଟିମ ନିୟୋଜିତ ହୋଇଛନ୍ତି। ଦୁଇ ପଞ୍ଚାୟତର ମୋଟ ୪୧୫୦ ପରିବାରକୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜାଳେଣି ଗ୍ୟାସ ଯୋଗାଣ ଆରମ୍ଭ ହୋଇଥିବା ରହଣିଆ ସରପଞ୍ଚ ଅଲିଭା ନାୟକ ଓ ତେସିଙ୍ଗା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ବେହେରା ସୂଚନା ଦେଇଛନ୍ତି।