କଣ୍ଟାବାଞ୍ଜିରେ ଶଟ୍‌ଡାଉନ ପ୍ରଭାବ: ପୋଲିସର କଡ଼ାକଡ଼ି ଯାଞ୍ଚ, ଅମାନିଆଙ୍କଠୁ ଆଦାୟ ହେଉଛି ଜରିମାନା

କଣ୍ଟାବାଞ୍ଜି,୧୩।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ ଜିଲାରେ ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିିରେ ମଧ୍ୟ ଦ୍ୱିତୀୟ ଶଟ୍‌ଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛିା ଏପରିକି ଶନିବାର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଜରୁରୀକାଳିନ ସେବା ମଧ୍ୟରେ ଓଷଧ ଦୋକାନ, ଜନସ୍ବାସ୍ଥ୍ୟ ସେବା, ଅଗ୍ନୀଶମସେବା ସଂସ୍ଥା ସହିତ ଡେଲିଭରି ସେବା ଜାରି ରହିଛି। ସହରର ମୂଖ୍ୟ ବାଣିଜ୍ୟ କେନ୍ଦ୍ର ଇନ୍ଦିରା ଛକ ନିକଟରେ କଣ୍ଟାବାଞ୍ଜିି ପୋଲିସ ଦ୍ୱାରା କଡ଼ାକଡ଼ି ଯାଞ୍ଚ କରାଯାଇ ପାସ ନ ଥିବା ଗାଡି ଏବଂ ଆବଶ୍ୟକ କାମ ନ ଥାଇ ଯାତାୟତ କରୁଥିବା ବ୍ୟକ୍ତିଙ୍କୁ ତାଗିଦ କରାଯାଇ ଫାଇନ ଆଦାୟ ହେଉଛି। ମାସ୍କ ପିନ୍ଧି ନ ଥିବା ବ୍ୟକ୍ତି ଏବଂ ଚାରିଚକିଆ ଗାଡ଼ିରେ ସାମାଜିକ ଦୂରତା ନ ଥିଲେ ସେମାନଙ୍କୁଠାରୁ ମଧ୍ୟ ଫାଇନ ଅସୁଲ କରାଯାଇଛି। ଏହି ଶଟ୍‌ଡାଉନକୁ କଡ଼ାକଡ଼ିଭାବେ ପାଳନ କରିବା ନେଇ କଣ୍ଟାବାଞ୍ଜି ପୋଲିସ ଏସ୍‌ଡିପିଓ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଥାନା ଆଇଆଇସି ସତ୍ୟଜିତ କାଣ୍ଡେଲକର,ଏଏସ୍‌ଆଇ ପଞ୍ଚାନନ ଖୁଆସ, ଏଏସ୍‌ଆଇ ଭଗବତ ପ୍ରସାଦ ସାଏ, ଏଏସ୍‌ଆଇ ଗଙ୍ଗାଧର ମଲ୍ଲିକ ସହ ଓଏସଏପି ବାଟାଲିୟନ ଏକ ପ୍ଲାଟୁନ ପୋଲିସ କର୍ମଚାରୀ ମୁତୟନ ଅଛନ୍ତି। ସହରର ରାଜୀବ ଛକ, ଶାସ୍ତ୍ରୀ ଛକ, ଭଜନ ଛକ, ଚୈତନ୍ୟ ପ୍ରଧାନ ଛକ ଏବଂ ସହରର ମୂଖ୍ୟ ଦ୍ୱାର ଚଟୁଅନକା, ତୁରେକେଲା, ବଙ୍ଗୋମୁଣ୍ଡା ଓ ଗୁଡ଼ିଘାଟ ରାସ୍ତାକୁ ମଧ୍ୟ ସିଲ୍‌ କରାଯାଇଛି।