କଡ଼ା ସୁରକ୍ଷା ବଳୟରେ ମା’ ହରଚଣ୍ଡୀଙ୍କ ଜଗଧାତ୍ରୀ ବେଶ ସମ୍ପନ୍ନ

ନିଶ୍ଚିନ୍ତକୋଇଲି,୧୫ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେରିଲ ପଞ୍ଚାୟତରେ ମା’ ହରଚଣ୍ଡୀଙ୍କ ପୂଜାର୍ଚ୍ଚନା ଯଥାରୀତି ଅନୁଯାୟୀ ସମ୍ପନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଥିଲା। ତେବେ କଡ଼ା ସୁରକ୍ଷା ବଳୟରେ ସୋମବାର ମା’ଙ୍କର ପୂଜା କରାଯାଇଛି। ୫ଜଣ ସେବାୟତ ଏଥିରେ ନିୟୋଜିତ ହୋଇଥିଲେ। ତହସିଲଦାର ଜିତେନ୍ଦ୍ର ପାତ୍ର ପୀଠ ଉପରେ ନଜର କଡ଼ା ରଖିଛନ୍ତି। ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୫ ଜଣ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି।