କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରି-ବିଡିଂ ବୈଠକ: ‘କମ୍ପାନୀ ହାତକୁ ଯିବାକୁ ଲାଗିବ ୨ ମାସ’

କଟକ ଅଫିସ,୧୯।୧୨: କଟକ ମହାନଗର ନିଗମ(ସିଏମ୍‌ସି)ର କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆହୁତ ଗ୍ଲୋବାଲ ଟେଣ୍ଡରର ବୁଧବାର ପ୍ରି-ବିଡିଂ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି କମ୍ପାନୀର ପ୍ରାୟ ୧୨ଜଣ ପ୍ରତିନିଧି ଯୋଗଦେଇଥିଲେ। ଆସନ୍ତା ୧୪ତାରିଖରେ ଟେକ୍ନିକାଲ ବିଡ୍‌ ବୈଠକ ଅନୁଷ୍ଠିତ ହେବ। ତେବେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦାୟିତ୍ୱ କେଉଁ କମ୍ପାନୀ ହାତକୁ ଯିବ ତାହା ଆଉ ଦୁଇମାସ ଲାଗିବ ବୋଲି ସିଏମ୍‌ସି ଡେପୁଟି କମିଶନର ସଞ୍ଜିବିତା ରାୟ କହିଛନ୍ତି। ସୂଚନାଥାଉ କି, ରାମ୍‌କୀ ନାମକ ଏକ ସଂସ୍ଥା କଟକ ସହରର ସଫେଇ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦାୟିତ୍ୱ ୨୦୧୧ରେ ନେଇଥିଲା। ୨୦୧୬ରେ ଏହାର ଅବଦ୍ଧି ଶେଷ ହୋଇଥିଲା। ତେବେ ପୁନର୍ବାର ଟେଣ୍ଡର ହୋଇ ନ ପାରିବାରୁ ଏହି ସଂସ୍ଥାର ଚୁକ୍ତିକୁ ୨ବର୍ଷ ବୃଦ୍ଧି କରାଯାଇଥିଲା। ମାତ୍ର ରାମ୍‌କୀ ଏଥିରୁ ଓହରି ଯିବାରୁ ବିବିଜି ମେଟାଲ୍ସ ସିଣ୍ଡିକେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଛି। ଏକ ସ୍ବଳ୍ପ ମିଆଦ ସର୍ତ୍ତରେ ୨୦୧୮ରୁ ଆଜି ପର୍ଯ୍ୟନ୍ତ ବିବିଜି ମେଟାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି କାର୍ଯ୍ୟ କରିଆସୁଥିଲାବେଳେ ଗତ ନଭେମ୍ବର ୨୮ରେ ଗ୍ଲୋବାଲ ଟେଣ୍ଡର ଡକାଯାଇଥିଲା। ଟେଣ୍ଡର ସର୍ତ୍ତାବଳୀ ଅନୁଯାୟୀ, ସିଏମ୍‌ସିକୁ ୪ଟି ଜୋନରେ ବିଭକ୍ତ କରାଯାଇଛି। ଜୋନ୍‌ ୧ରେ ୧୮ ୱାର୍ଡ, ଜୋନ୍‌ ୨ରେ ୧୭ ୱାର୍ଡ, ଜୋନ୍‌ ୩ରେ ୧୮ ୱାର୍ଡ, ଜୋନ୍‌ ୪ରେ ୬ ୱାର୍ଡ ସହିତ ସତୀଚୌରା ଡମ୍ପିଂୟାର୍ଡ ଓ ବାଙ୍କୀର ଚକ୍ରଧରପୁର ଡମ୍ପିଂୟାର୍ଡ ଅନ୍ତର୍ଭୁକ୍ତ। ଏହି ଜୋନ୍‌ଗୁଡିକ ପାଇଁ ଟେଣ୍ଡରରେ ଭାଗ ନେଉଥିବା କମ୍ପାନୀମାନେ ଇଏମଡି ବାବଦକୁ ଯଥାକ୍ରମେ ୯ଲକ୍ଷ ୭୫ହଜାର, ୯ଲକ୍ଷ ୧ହଜାର, ୯ଲକ୍ଷ ୭୨ହଜାର ଓ ୫ଲକ୍ଷ ୬୨ହଜାର ଅର୍ଥ ଜମା କରିବେ। ସେହିପରି ମାତ୍ରାଧିକ ଗୋଟିଏ କମ୍ପାନୀ ଦୁଇଟି ଜୋନ୍‌ର ପରିଚାଳନା ଦାୟିତ୍ୱ ନେଇ ପାରିବେ ବୋଲି ସର୍ତ୍ତରେ ଉଲ୍ଲେଖ ରହିଛି। ପ୍ରି-ବିଡିଂ ବୈଠକରେ ଟେଣ୍ଡର ସର୍ତ୍ତାବଳୀରେ କେତେକ ତ୍ରୁଟି ରହିଥିବା ବିଶେଷଜ୍ଞମାନେ ଆଲୋଚନାବେଳେ ଜାଣି ପାରିଥିଲେ। ଫଳରେ ଖୁବ୍‌ଶୀଘ୍ର ଏଥିରେ କେତେକ ସର୍ତ୍ତରେ ପରିବର୍ତ୍ତନ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri