କଟକ ଶିଶୁଭବନରେ ନବଜାତକଙ୍କୁ ଚିକିତ୍ସାରେ ଅବହେଳା: ବାପାଙ୍କ ଫେସ୍‌ବୁକ ପୋଷ୍ଟ ପରେ ସ୍ଥିତି ବଦଳିଲା

କଟକ ଅଫିସ,୩୦ା୬: ପୁଣି ଚର୍ଚ୍ଚାର ପରିସରକୁ ଆସିଛି କଟକ ଶିଶୁଭବନ। ୨ଦିନ ତଳେ ଜନ୍ମ ହୋଇଥିବା ଏକ ନବଜାତ ଶିଶୁପୁତ୍ରଙ୍କ ଚିକିତ୍ସାରେ ଅବହେଳା କରାଯାଉଥିଲା। ଡାକ୍ତର, କର୍ମଚାରୀଙ୍କୁ ଯେତେ ଗୁହାରି କଲେ ମଧ୍ୟ କେହି କିଛି ଶୁଣି ନ ଥିଲେ। ଶେଷରେ ଶିଶୁଙ୍କ ବାପା ଅସହାୟ ହୋଇ ନିଜ ଫେସବୁକ ଟାଇମ୍‌ଲାଇନରେ ବିକଳ ହୋଇ ଶିଶୁଭବନର ଚିକିତ୍ସା ବ୍ୟବସ୍ଥା ଉପରେ ଲେଖିଥିଲେ। ଏହାପରେ ଉକ୍ତ ପୋଷ୍ଟଟି ସୋସିଆଲ ମିଡିଆରେ ଶୁକ୍ରବାର ରାତିରୁ ଭାଇରାଲ ହୋଇଥିଲା। ସରକାର ଓ ପ୍ରଶାସନ ତତ୍ପର ହୋଇ ଉଠିଥିଲେ। ଉକ୍ତ ପୋଷ୍ଟ ପାଇବା ପରେ କେନ୍ଦ୍ରାପଡା ଏମପି ଅନୁଭବ ମହାନ୍ତି ଶନିବାର ଶିଶୁଭବନରେ ପହଞ୍ଚିଥିଲେ। ଚିକିତ୍ସିତ ହେଉଥିବା ଶିଶୁଙ୍କୁ ଆଇସିୟୁରେ ଦେଖିବା ସହିତ ତାଙ୍କ ମା’, ବାପା ଓ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ। ଶିଶୁଙ୍କ ଚିକିତ୍ସା ବାବଦୀୟ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଏମପି ପ୍ରତିଶ୍ରୁତି ଦେଇଥିଲେ। ଏହାବାଦ୍‌ ଶିଶୁଙ୍କ ଚିକିତ୍ସା ପାଇଁ ଶିଶୁଭବନ ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିବା ମେଡିକାଲ ପ୍ରଶାସନିକ ଅଧିକାରୀ ଲିଙ୍ଗରାଜ ବେହେରା କହିଛନ୍ତି।

ସୂଚନାଥାଉକି, କମିଶନରେଟ ପୋଲିସର ୭ମ ବଟାଲିୟନରେ କାର୍ଯ୍ୟ କରୁଥିବା ଦେବାଶିଷ କରଙ୍କ ଏହି ନବଜାତ ଶିଶୁଙ୍କୁ ନେଇ ଘଟିଛି ଏଭଳି ଘଟଣା। ଜନ୍ମ ହେବା ପରେ ଶିଶୁଙ୍କ ପେଟରେ ସମସ୍ୟା ଦେଖାଦେଇଥିଲା। ଦେବାଶିଷ ୨ଦିନ ତଳେ ପୁଅଙ୍କୁ ଶିଶୁଭବନରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାରେ ଅବହେଳା କରାଯାଇଥିବାରୁ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଜଟିଳ ଆଡକୁ ଗତି କରିଥିଲା। ଫଳରେ ଦେବାଶିଷ ବିକଳ ହୋଇ ପୁଅଙ୍କ ପ୍ରାଣ ରକ୍ଷାକରିବାକୁ ସୋସିଆଲ ମିଡିଆର ସହାୟତା ନେଇଥିଲେ। ଶିଶୁଭବନ ଶିଶୁଶଲ୍ୟ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ପି.କେ. ଜେନାଙ୍କ କହିବାନୁଯାୟୀ, ଶିଶୁଙ୍କ ପେଟରେ ଅନ୍ତନଳୀ ଉପରେ ଚମଡା ଓ ମାଂସପେଶୀ ପ୍ରସ୍ତୁତ ହୋଇନାହିଁ। ଏହାକୁ ଡାକ୍ତରୀ ଭାଷାରେ ଓମଫାଲୋସିଲ କୁହାଯାଏ। ଏହି ରୋଗରେ ୨ଦିନର ଶିଶୁଙ୍କ କ୍ଷେତ୍ରରେ ଅପରେଶନ ସମ୍ଭବ ନୁହେଁ। ପିଲା ପାଟି ବାଟେ ଖାଇବା ପରେ ଅର୍ଥାତ୍‌ ଅତିକମ୍‌ରେ ତାଙ୍କୁ ଦେଢବର୍ଷ କିମ୍ବା ୨ବର୍ଷ ବୟସ ହେବା ପରେ ଅପରେଶନ କରାଯିବ। ଏବେ ଉକ୍ତ ଶିଶୁଙ୍କୁ ନିଓନାଟାଲ ଇଣ୍ଟେନ୍‌ସିଭ କେୟାର ୟୁନିଟ (ନିକୁ)ରେ ରଖି ଚିକିତ୍ସା କରାଯାଉଛି।
ସୂଚନାଥାଉକି, କେବଳ ଦେବାଶିଷ ନୁହନ୍ତି, ଅନେକ ରୋଗୀ ଶିଶୁଭବନକୁ ଆସି ଏଭଳି ହୀନସ୍ତାର ଶିକାର ହେଉଛନ୍ତି। ୨୦୧୫ରେ ଶିଶୁମୃତ୍ୟୁକୁ ନେଇ ଶିଶୁଭବନ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହାପରେ ମଧ୍ୟ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସି ନ ଥିବା ରୋଗୀ ସମ୍ପର୍କୀୟମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri