କଟକ ଡାକ୍ତରଖାନାରେ ଚିକିତ୍ସା ସୁବିଧା ନ ପାଇ ଆଖି ବୁଜିଲେ ସମୀର

ଚିତ୍ରକୋଣ୍ଡା,୧୩ା୩(ଡି.ଏନ.ଏ.): ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଆରଏସସି-୧୪ ଗ୍ରାମର ସମୀର ଭତ୍ରାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ଶୀର୍ଷକ ଖବର ଗତ ଫେବୃୟାରୀ ୨୧ରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି ମାଲକାନଗିରି ଜିଲାପାଳଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମୀରଙ୍କ ବେକରେ ଏକ ମାଂସ ପିଣ୍ଡୁଳା କ୍ରମଃଶ ବଢୁଥିଲା। ଏହାର ଚିକିତ୍ସା ପାଇଁ ପରିବାର ଲୋକେ ସମର୍ଥ ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରି ତାଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାଧ୍ୟମରେ ଆମ୍ବୁଲାନ୍ସରେ ମାଲକାନଗିରି ଆଣି ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ସେଠାରେତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ କଟକ ମେଡିକାଲକୁ ପଠାଇଥିଲେ। କଟକରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଏବଂ ପ୍ରଶାସନିକ ସହାୟତା ନ ପାଇବାରୁ ସମୀର ଭଲ ହୋଇ ନ ପାରି ଘରକୁ ଫେରି ଆସିଥିଲେ। ଶୁକ୍ରବାର ନିଜ ଘରେ ତାଙ୍କର ମୃତ୍ୟୁ ଘଟିଛି। ସୁରେନ୍ଦ୍ର ଭତ୍ରାଙ୍କ ୧୧ ବର୍ଷର ପୁଅ ସମୀର ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ସୁରେନ୍ଦ୍ର ମଜୁରି ଖଟି ପରିବାର ଚଳାଉଥିଲେ। ହସ ଖୁସିରେ ସଂସାର ଚାଲିଥିବା ବେଳେ ହଠାତ୍‌ ସମୀରଙ୍କ ବେକ ଓ କାନ ପାଖରେ ଏକ ଛୋଟ ବଥ ଆକାର କ୍ଷତ ହୋଇ ଘା’ ବାହାରିଥିଲା। ମାଆବାପା ଏହାର ଚିକିତ୍ସା ପାଇଁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ, ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ କୋରାପୁଟ ମେଡିକାଲ କଲେଜ ନେଇ ଚିକିତ୍ସା କରି ଯେତେ ଔଷଧ ଦେଲେ ମଧ୍ୟ ଘା’ ଶୁଖିଲାନାହିଁ। କ୍ରମେ ଏହା ବଢିବାରେ ଲାଗିଲା। ପରେ ତାଙ୍କୁ ନେଇ କଟକରେ ଚିକିତ୍ସା କରିବାରୁ ଡାକ୍ତରମାନେ ଏହା କ୍ୟାନ୍ସର ବୋଲି କହିଥିଲେ। ପରେ ପରୀକ୍ଷା ପାଇଁ ଉକ୍ତ ସ୍ଥାନରୁ ମାଂସ କାଟି ଦିଲୀ ପଠାଇଥିଲେ। ତେବେ ରିପୋର୍ଟରେ କ୍ୟାନ୍ସର ନେଇ କୌଣସି ତଥ୍ୟ ବାହାରି ନ ଥିଲା। ଇତି ମଧ୍ୟରେ ସୁରେନ୍ଦ୍ର ପୁଅ ପିଛା ୮୦ ହଜାର ଟଙ୍କା ଖର୍ଚ୍ଚ କରି ସାରିଥିଲେ। ଅପରେଶନ ପାଇଁ ଅଧିକ ଅର୍ଥ ଦରକାର ପଡିବାରୁ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଥିଲେ। ୨ଥର କଟକ ମେଡିକାଲକୁ ପୁଅକୁ ନେଇ ମଧ୍ୟ ଅର୍ଥାଭାବରୁ ଅପରେଶନ ହୋଇପାରି ନ ଥିଲା। ଶେଷରେ ନିରାଶ ହୋଇ ପୁଅକୁ ଧରି ଘରକୁ ଚାଲି ଆସିଥିଲେ। ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନଙ୍କ ତତ୍ପର ହୋଇ ସମୀରଙ୍କୁ ସହାୟତା ପାଇଁ ସହାୟତାର ହାତ ବଢାଇଥିଲେ। ଜିଲା ଚିକିତ୍ସାଳୟରେ ତାଙ୍କର ଆବଶ୍ୟକ ଚିକିତ୍ସା କରି କଟକ ପଠାଇ ଦେଇଥିଲେ। କଟକ ମେଡିକାଲରେ ଆବଶ୍ୟକ ସହାୟତା ଅଭାବରୁ ଚିକିତ୍ସା ପାଇ ନ ପାରି ଘରକୁ ଫେରି ଆସିଥିଲେ। ଘରେ ଶୁକ୍ରବାର ସମୀରଙ୍କ ମୃତ୍ୟୁ ହୋଇଛି। ଜିଲା ପ୍ରଶାସନ ଗରିବ ରୋଗୀଙ୍କୁ ସହାୟତା କରି ଚିକିତ୍ସା ବ୍ୟବସ୍ଥା କରୁଛନ୍ତି। ଆବଶ୍ୟକ ସ୍ଥଳେ ରୋଗୀକୁ କଟକ, ବିଶାଖାପାଟଣା ସ୍ଥାନାନ୍ତର କରୁଛନ୍ତି। ମାତ୍ର ରୋଗୀ ସେଠାରେ ପହଞ୍ଚତ୍ବା ପରେ ପ୍ରଶାସନିକ ସହାୟତା ଅଭାବରୁ ସମସ୍ୟାରେ ପଡୁଛନ୍ତି। ସେଠାରେ ତାଙ୍କ କଥା କେହି ଶୁଣୁନାହାନ୍ତି। କେବଳ ସମୀରଙ୍କ କ୍ଷେତ୍ରରେ ନୁହେଁ ପୂର୍ବରୁ ମଧ୍ୟ ଏପରି ଏକ ଘଟଣା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଆରଏସସି-୮ ନମ୍ବର ଗ୍ରାମର ଜୟ ବଡ଼ନାୟକଙ୍କ କ୍ଷେତ୍ରରେ ଘଟିଛି। ଜୟ ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନ ଥିବା ଖବର ପ୍ରକାଶ ପରେ ପ୍ରଶାସନ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇଥିଲା। ପ୍ରଶାସନିକ ଅସହଯୋଗ ହେତୁ ସେଠାରେ ସେ କିଛି ଦିନ ପଡିରହି ଘରକୁ ଫେରିଥିଲେ। ତାଙ୍କର ଆଉ ଅପରେଶନ ହୋଇପାରି ନ ଥିଲା। ଫଳସ୍ବରୂପ ଏବେ ସେ ଅକର୍ମଣ୍ୟ ହୋଇ ଘରେ ପଡି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

ଜାମିନ ପାଇବା ପରେ ନିଶାଙ୍କ ବଡ଼ ପ୍ରତିକ୍ରିୟା, କହିଲେ ମୁଁ ଆଉ…

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ଜାମିନ ପାଇବା ପରେ ନିଶା ମହାରଣା ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୁଁ ପୁଣି ମଞ୍ଚ ଚଢ଼ିବି। କୌଣସି ମଞ୍ଚରେ ଅଶ୍ଳୀଳ ନୃତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri