କଟକରେ ସାହିଠୁ ସହର ଉତ୍ସବମୁଖର

କଟକ ଅଫିସ,୧୪।୬: ପାନ ଓ ପାଗର ଏକ ଚମତ୍କାର ସମନ୍ବୟ ହେଉଛି ରଜ। ଗାଁରେ ଶିଳପୂଜାରୁ ବସୁମତୀ ସ୍ନାନ ବା ଭୂମି ଦହନ ପର୍ଯ୍ୟନ୍ତ ଭିନ୍ନଭିନ୍ନ ପର୍ଯ୍ୟାୟକୁ ନେଇ ରଜପର୍ବ ପାଳିତ ହେଉଥିଲାବେଳେ କଟକ ବି ସେଥିରୁ ବାଦ୍‌ ଯାଏନାହିଁ। ମହାନଗରୀର ମର୍ଯ୍ୟାଦା ବହନ କରୁଥିବା କଟକ ଏକ ବିଶାଳ ଗ୍ରାମ। ଗ୍ରାମୀଣ ପରମ୍ପରା ସହ ଜଡ଼ିତ କଟକରେ ଏବେ ରଜ ପାଇଁ ଉତ୍ସବମୁଖର ହୋଇଉଠିଛି। ତିନିଘରିଆ, ସାର୍ତ୍ତୋଳ, ହରିପୁର, ପିଠାପୁର, ଶଙ୍କରପୁର, ରାଣୀହାଟ ତେଲିସାହି, ମାଳିସାହି, ଶଗଡ଼ିଆସାହି, ବକ୍ସିବଜାର ବଢ଼େଇ ସାହି, ମାଛୁଆବଜାର, ନୂଆପାଟଣା, ମହ୍ଲାସାହି ଆଦି ପୁରୁଣା ବସତିଗୁଡ଼ିକରେ ଦୋଳିଖେଳ, ତାସଖେଳ ସହିତ ରାସ୍ତା କଡ଼ରେ ସ୍ବତନ୍ତ୍ର ରଜ ପାନ ପସରା ଗୁରୁବାରଠାରୁ ଖୋଲି ସାରିଲାଣି। ଘରେ ଘରେ ପିଠା, ରଜ ପାନର ମହକ ବାରିହୋଇପଡୁଛି। କୁମାରୀମାନେ ନୂଆ ପୋଷକ ଓ ଚୁଡ଼ି ପିନ୍ଧି ଅଳତା, କୁମ୍‌କୁମ୍‌ ଲଗାଇ ସାଙ୍ଗସାଥୀ ସହ ଦୋଳି ଖେଳୁଛନ୍ତି। ଶୁକ୍ରବାର ପହିଲି ରଜକୁ ଭିନ୍ନ ଭାବେ ପାଳିବାକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି।

ପିଲାଦିନ କଥା ମନେପଡ଼େ

ବାଲେଶ୍ୱରର ବାଲିଆପାଳରେ ମାମୁଘର। ଛୁଟି ସମୟରେ ମାମୁ ଘରେ ହିଁ ଅଧିକ ସମୟ ବିତିଥାଏ। ବିଶେଷକରି ରଜ ଛୁଟି ହିଁ ପରିବାର ସହ ମାମୁ ଘରେ ରହି ଶେଷ କରୁ। ସେତେବେଳେ ରଜର ଯେଉଁ ମଜା ନେଉଥିଲି, ଏବେ ତାହା ଆଦୌ ନାହିଁ କହିଲେ ଚଳେ। ସଜବାଜ ହୋଇ ଦୋଳିରେ ବସିବା, ବିଭିନ୍ନ ସୁସ୍ବାଦୁ ପିଠା ଖାଇବା ଏବେ ସ୍ମୃତି ହେବାକୁ ବସିଲାଣି। ବ୍ୟସ୍ତବହୁଳ ଜୀବନ ଭିତରେ ରଜର ଅସଲ ମଜା ମିଳିପାରୁନାହିଁ। ରଜ ଆସିଲେ ପିଲାଦିନ କଥା ହିଁ ମନେପଡ଼େ।

ଅଙ୍କିତା ମିଶ୍ର, ଅଭିନେତ୍ରୀ

ରଜଦୋଳି, ରଜପିଠା ଅଭୁଲା

ରଜ ଆସିଲେ ଆମ ଘରେ ହିଁ ଉତ୍ସବ ହେବା ଭଳି ଅନୁଭବ ହୁଏ। ରଜକୁ ଧୁମଧାମରେ ପାଳନ କରିବା ପାଇଁ ବାପା ଓ ମା’ ସବୁକିଛି ଯୋଗାଇ ଦେଇଥାନ୍ତି। ରଜ ଦୋଳିରେ ବସିବାକୁ ଛୋଟବେଳେ ଟିକେଟିକେ ଡର ଥିଲା। ହେଲେ ଟିକେ ବଡ଼ ହେବାପରେ ଦୋଳି ଖେଳିବାର ମଜା କ’ଣ ଜାଣିବା ପରେ ଡର କୁଆଡ଼େ ଛାଡ଼ିଗଲା। ପିଲାଟିବେଳୁ ଆଜି ଯାଏଁ ଘରେ ପିଠା ଖାଇ ରଜ ପାଳନ କରି ଆସୁଛି। ଏ ବର୍ଷ ବି ପରିବାର ଲୋକଙ୍କ ସହ ରଜ ପର୍ବ ପାଳନ କରିବି। ଓଡ଼ିଶାର ଏହି ପର୍ବକୁ କେବେ ଭୁଲି ପାରିବିନି।

ସନମୀରା ନାଗେଶ, ଅଭିନେତ୍ରୀ

୧ ଟଙ୍କାରେ ୧୦ ଖଣ୍ଡ, ଏବେ ୧୦ଟଙ୍କାରେ ଖଣ୍ଡେ

୧ ଟଙ୍କାରେ ୧୦ ଖଣ୍ଡ, ଏବେ ୧୦ଟଙ୍କାରେ ଖଣ୍ଡେ
୨୫ବର୍ଷ ତଳେ ଏକ ଛୋଟ କ୍ୟାବିନ ପକାଇ ବାଦାମବାଡ଼ି ଛକରେ ପାନ ଦୋକାନ ଆରମ୍ଭ କରିଥିଲି। ଏବେ ସହରରେ ଯେତିକି ଲୋକ ଦେଖିବାକୁ ମିଳୁଛନ୍ତି ତାହାର ୪ଭାଗରୁ ଭାଗେ ଲୋକ ଥିଲେ। ଗହଳି ଅଞ୍ଚଳ କହିଲେ ବାଦାମବାଡ଼ି, ବକ୍ସିବଜାର, ଚୌଧୁରୀବଜାର, ମାଲଗୋଦାମ ଓ ଛତ୍ରବଜାର। ସେତେବେଳେ ରଜ ପାନର ଟ୍ରେଣ୍ଡ୍‌ ନ ଥିଲା। ଗତ ୭ବର୍ଷ ହେବ ଏହି ଟ୍ରେଣ୍ଡ୍‌ ଆସିଛି ବୋଲି କୁହନ୍ତି ସହରର ଭଲ ନାଁ କରିଥିବା ପାନଦୋକନୀ ହରେକୃଷ୍ଣ ପରମାଣିକ। ସ୍ମୃତିକୁ ମନେପକାଇ ସେ କୁହନ୍ତି, ସେତେବେଳେ ରଜରେ ୧ ଟଙ୍କାରେ ୧୦ ଖଣ୍ଡ ରଜ ପାନ ବିକୁଥିଲି। ଏବେ ୧୦ଟଙ୍କାରେ ଖଣ୍ଡେ। ରଜ ପାନ ଖାଇବା ଅପେକ୍ଷା ଖୁଆଇବାକୁ ଲୋକେ ଖୁସି ଭାବୁଛନ୍ତି। ଯାହା ଫଳରେ ବ୍ୟବସାୟ ବଢ଼ିଛି। ରଜ ପୂର୍ବରୁ ସମସ୍ତ ପାନ ମସଲା କଲିକତାରୁ କିଣିବାକୁ ପଡ଼େ। ବିଭିନ୍ନ ଫ୍ଲେଭରର ପାନ ଏଥର ଉପଲବ୍ଧ ରହିଛି। ବନାରସର ପ୍ରସିଦ୍ଧ ନବରତ୍ନ, ଗୁଜିଆ, ଅମାଭତ ଓ ଗୁଲାବ ଫ୍ଲେଭର ପାନ ଏଥର ମୁଖ୍ୟ ଆକର୍ଷଣ ବୋଲି ହରେକୃଷ୍ଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri