Posted inଖେଳ

କଟକରେ ରେକର୍ଡ ରଚିଲା ଭାରତୀୟ ଟିଟି:ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକରେ କ୍ଲିନ୍‌ ସୁଇପ୍‌

କଟକ ଅଫିସ,୨୩ା୭-
ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଟୁର୍ନାମେଣ୍ଟର ସମସ୍ତ ୭ଟି ଯାକ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଭାରତ କ୍ଲିନ୍‌ ସୁଇପ୍‌ କରିଛି । ଏଥିସହ ଭାରତୀୟ ଟେବୁଲ ଟେନିସ ନୂତନ ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ୨୦୧୫ରେ ସୁରଟରେ ହୋଇଥିବା ରାଜ୍ୟଗୋଷ୍ଠୀ ଟିଟିରେ ଭାରତ ସର୍ବାଧିକ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲା । କଟକର ଏହି ଭେନ୍ୟୁରେ ସ୍ବର୍ଣ୍ଣ ପଦକ ପୋଛି ନେଇଥିବା ଭାରତୀୟ ଦଳ ମୋଟ ୧୫ଟି ପଦକ ବିଜୟୀ ହୋଇଛି । ଏହା ମଧ୍ୟରେ ୫ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ମଧ୍ୟ ରହିଛି । ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଦଳ ମୋଟ ୫ଟି ପଦକ ବିଜୟୀ ହୋଇଥିବା ବେଳେ ଏହା ମଧ୍ୟରେ ୨ଟି ରୌପ୍ୟ, ୩ଟି ବ୍ରୋଞ୍ଜ ସାମିଲ ରହିଛି । ସିଙ୍ଗାପୁର ୬ଟି ବ୍ରୋଞ୍ଜ, ମାଲେସିଆ ଓ ନାଇଜେରିଆ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ଜିତିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ କ୍ରୀଡ଼ାର ଏହି ବିକାଶ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି କହିଥିଲେ ।
ଟୁର୍ନାମେଣ୍ଟରେ ପୂର୍ବରୁ ମହିଳା ଦଳଗତ, ପୁରୁଷ ଦଳଗତ ଓ ମିକ୍ସଡ ଡବଲ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା । ଉଦ୍‌ଯାପନୀ ଦିବସରେ ୪ଟି ଇଭେଣ୍ଟର ଫାଇନାଲ ମୁକାବିଲା ଥିଲା । ସମସ୍ତ ବିଭାଗର ଫାଇନାଲକୁ କେବଳ ଭାରତୀୟ ମାନେ ହିଁ ଉତ୍ତୀର୍ଣ୍ଣ ହୋଇଥିଲେ । ଏଣୁ ଫାଇନାଲ ମୁକାବିଲା ପୂର୍ବରୁ ଭାରତ ସ୍ବର୍ଣ୍ଣ ପଦକ ନିଶ୍ଚିତ କରି ସାରିଥିଲା । ମହିଳା ଡବଲ୍ସ ଫାଇନାଲରେ ପୂଜା ସହସ୍ରବୁଦ୍ଧି-କୃତିକା ସିହ୍ନା ରାୟଙ୍କର ମୁକାବିଲା ହୋଇଥିଲା ଶ୍ରୀଜା ଆକୁଲା-ମୌସୁମୀ ପଲଙ୍କ ସହ । ଫାଇନାଲରେ ପୂଜା-କୃତିକାଙ୍କ ଯୋଡ଼ି ୧୧-୯, ୧୧-୮, ୯-୧୧, ୧୨-୧୦ରେ ବିଜୟୀ ହୋଇଥିଲେ । ପୁରୁଷ ଡବଲ୍ସ ଫାଇନାଲରେ ଏ.ଅମଲରାଜ ଓ ମାନଭ ଠାକର ହରାଇଥିଲେ ଭାରତର ଭେଟେରାନ ଯୋଡ଼ି ଏ.ଶରଥ କମଲ ଓ ଜି. ସାଥିୟାଁଙ୍କୁ। ୮-୧୧ଗେମରେ ପ୍ରଥମ ପରାଜୟ ପରେ ଅମଲରାଜ-ମାନଭ ପରବର୍ତ୍ତୀ ୩ଟି ଯାକ ଗେମକୁ ୧୧-୬, ୧୩-୧୧, ୧୨-୧୦ରେ ଜିତିଛନ୍ତି । ମହିଳା ସିଙ୍ଗଲ୍ସରେ ଭାରତର ଆହିକା ମୁଖାର୍ଜୀ ନିଜ ଦଳର ସିନିୟର ଖେଳାଳି ମଧୁରିକା ପାଟେକରଙ୍କୁ ୧୧-୬, ୧୧-୪, ୧୧-୯, ୧୯-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଯୁବ ପ୍ରତିଭା ହରମିତ ଦେଶାଇ ଜି. ସାଥିୟାଁଙ୍କୁ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍‌ଟି ସବୁଠାରୁ ରୋମାଞ୍ଚକର ଥିଲା । ୯-୧୧, ୬-୧୧ ଗେମରେ ପ୍ରଥମେ ହରମିତ ପରାସ୍ତ ହୋଇଥିଲେ। ପରବର୍ତ୍ତୀ ୩ଟି ଯାକ ଗେମରେ ହରମିତଙ୍କ ବିଜୟ ହୋଇଥିଲା। ୧୧-୫, ୧୧-୮, ୧୭-୧୫ ଗେମରେ ସେ ଜିତିଥିଲେ। ୬ଷ୍ଠ ଗେମକୁ ସାଥିୟାଁ ୭-୧୧ରେ ଜିତିବା ପରେ ନିର୍ଣ୍ଣାୟକ ଗେମରେ ହରମିତ ୧୧-୯ରେ ବିଜୟୀ ହୋଇଥିଲେ ।
୨୦୦ ସ୍ଥାନରେ ପଡ଼ିବ ଟିଟି ଟେବୁଲ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେବା ଅବସରରେ ଏକ ନୂତନ ଘୋଷଣା କରିଛନ୍ତି । ରାଜ୍ୟର ୨୦୦ଟି ସ୍ଥାନରେ ଟେବୁଲ ଟେନିସର କ୍ରୀଡ଼ା ଉପକରଣ ଯୋଗାଇ ଦିଆଯିବ । ନିୟମିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବା ସହ ଜିଲା ସ୍ତରରେ ଟିଟିର ବିକାଶ ପାଇଁ କାର୍ଯ୍ୟ ହାତକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି। ଯୁବ ଖେଳାଳିଙ୍କ ବିକାଶ କରାଯିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri