Posted inଖେଳ

କଟକରେ ରାଜ୍ୟଗୋଷ୍ଠୀ ଟିଟି ଚାମ୍ପିୟନଶିପ୍‌ ୧୭ରୁ: ଓଡ଼ିଶା ସରକାର-ଟିଟିଏଫ୍‌ଆଇ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ୱର, ୨ା୭ (ସ୍ପୋଟର୍‌ସ ବ୍ୟୁରୋ)-କଟକର ଜବାହରଲାଲ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌। ଏଥିଲାଗି ସୋମବାର ଓଡ଼ିଶା ସରକାର ଟେବୁଲ ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଟିଟିଏଫ୍‌ଆଇ) ଓ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ (ଓଏସ୍‌ଟିଟିଏ) ସହିତ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ କ୍ରୀଡ଼ା ଯୁବସେବା ସଚିବ ତଥା କମିଶନର ବିଶାଲ ଦେବ ଟିଟିଏଫ୍‌ଆଇର ସିନିୟର ଉପସଭାପତି ଏସ୍‌.ଏନ୍‌. ସୁଲ୍‌ତାନ ଓ ଓଏସଟିଟିଏ ସଭାପତି ଏଲ. ଏନ୍‌. ଗୁପ୍ତା ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ସମସ୍ତ ୩ ପକ୍ଷର ଅଫିସିଆଲମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାରଙ୍କ ସହିତ ପାର୍ଟନରଶିପ୍‌ରେ ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ର ଆୟୋଜନ କରୁଥିବାରୁ ମୁଁ ଭାରତୀୟ ଟେବୁଲ ଟେନିସ ମହାସଂଘ ଏବଂ ରାଜ୍ୟ ଟେବୁଲ ଟେନିସ ଆସୋସିଏଶନକୁ ଶୁଭେଚ୍ଛା ଜଣାଉଛି। ଟେବୁଲ ଟେନିସ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ କ୍ରମେ ଉନ୍ନତି ଘଟିବାରେ ଲାଗିଛି। କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜନ ରାଜ୍ୟରେ ଏହି ଖେଳର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ସହାୟକ ହେବ। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକ ଲାଗି ମୁଁ ଶୁଭକାମନା ଜଣାଉଛି। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ କହିଥିଲେ, ଏହି ଚାମ୍ପିୟନଶିପ୍‌ରେ ବିଶ୍ୱର କେତେଜଣ ଶ୍ରେଷ୍ଠ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ଟିଟି ଖେଳାଳିମାନେ ଏସିଆଡ୍‌ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି। ଆସନ୍ତା ଚାମ୍ପିୟନଶିପ୍‌ରେ ସେମାନଙ୍କ ପ୍ରଦର୍ଶନକୁ ନେଇ ଆମର ଉତ୍କଣ୍ଠା ରହିବ। ଆଇଟିଟିଏଫ୍‌ର ନିର୍ଦ୍ଦେଶକ ତଥା ଟିଟିଏଫ୍‌ଆଇର ପରାମର୍ଶଦାତା ଧନରାଜ ଚୌଧାରୀ କହିଥିଲେ ଓଡ଼ିଶା ଇତିମଧ୍ୟରେ ଅନେକ ଅନ୍ତର୍ଜାତୀୟ ଇଭେଣ୍ଟ ସଫଳତାର ସହିତ ଆୟୋଜନ କରି ବିଶ୍ୱ କ୍ରୀଡ଼ାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ୬ ଦିନିଆ ପ୍ରତିଯୋଗିତାର ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ଅଂଶଗ୍ରହଣକାରୀ ଏବଂ ଦର୍ଶକମାନେ ସକାରାତ୍ମକ ଅଭିଜ୍ଞତା ନେଇ ଫେରିବେ ବୋଲି ଆମର ଦୃଢ ବିଶ୍ୱାସ। ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ ସଭାପତି ଗୁପ୍ତା କହିଛନ୍ତି, ଦେଶର ର଼୍ୟାଙ୍କିଙ୍ଗ ତାଲିକାରେ ଓଡ଼ିଶା ଟେବୁଲ ଟେନିସ୍‌ ଦଳ ୧୦ମ ସ୍ଥାନରେ ରହିଛି। ରାଜ୍ୟରେ ଏକ ଅନ୍ତର୍ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତାର ଆୟୋଜନ ହେବାକୁ ଯାଉଥିବାରୁ ଏହା ଆମ ଖେଳାଳିମାନଙ୍କୁ ଉତ୍ସାହିତ କରିବ। ସୂଚନାଯୋଗ୍ୟ, ଟୁର୍ନାମେଣ୍ଟରେ ରାଜ୍ୟଗୋଷ୍ଠୀ ଅନ୍ତର୍ଗତ ୧୪ଟି ଦେଶର ଦଳ ଭାଗ ନେବେ। ଭାଗ ନେଉଥିବା ଦେଶଗୁଡ଼ିକ ହେଲେ ଭାରତ, ସିଙ୍ଗାପୁର, ମାଲେସିଆ, ବାଂଲାଦେଶ, ଶ୍ରୀଲଙ୍କା, ଇଂଲଣ୍ଡ, ସ୍କଟଲାଣ୍ଡ, ଓ୍ବେଲ୍ସ, ଜର୍ସି, ଅଷ୍ଟ୍ରେଲିଆ, ସାଇପ୍ରସ, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଓ ପାକିସ୍ତାନ। ଏହି ଚାମ୍ପିୟନଶିପ୍‌ରେ ପୁରୁଷ ଟିମ୍‌ ଓ ମହିଳା ଟିମ୍‌ ଇଭେଣ୍ଟ, ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ ଏବଂ ମିକ୍ସଡ ଡବଲ୍ସ ଇଭେଣ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri