କଟକରେ ଚାଞ୍ଚଲ୍ୟ: ୨୪ ଘଣ୍ଟାରେ ୩ ଜଣଙ୍କୁ ଗଳାକାଟି ହତ୍ୟା

କଟକ ଅଫିସ,୨୫।୭: କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ଘଟିଛି ୩ ହତ୍ୟାକାଣ୍ଡ। ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଥିବାବେଳେ ବୁଧବାର ସମାନ ଢଙ୍ଗରେ ଆଉ ଦୁଇଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ତେବେ ହତ୍ୟାର ଶିକାର ହୋଇଥିବା ତିନିଜଣ ବ୍ୟକ୍ତି ହେଉଛନ୍ତି ଦିନମଜୁରିଆ। ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବାବେଳେ ରାତିରେ ଫୁଟ୍‌ପାଥରେ ରାତ୍ରି ଯାପନ କରନ୍ତି। କେହି ଜଣେ ଦୁର୍ବୃତ୍ତ ଏହି ତିନୋଟି ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି ପୋଲିସ ଅନୁମାନ କରି ତଦନ୍ତ ଜାରି ରଖିଛି। ୩ ମୃତକଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିପାରିନାହିଁ। କମିଶନରେଟ ପୋଲିସର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛି।
ବୁଧବାର ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ହତ୍ୟାକାଣ୍ଡ ଘଟିଥିବା ୩ଟି ସ୍ଥାନ ବୁଲି ଦେଖିବା ପରେ କହିଛନ୍ତି, କେହି ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଏହି ହତ୍ୟାକାଣ୍ଡଗୁଡିକ ଘଟାଇଛନ୍ତି। ହତ୍ୟା କରିଥିବା ବ୍ୟକ୍ତି ଜଣକ ମାନସିକ ବିକୃତ ହୋଇଥାଇପାରନ୍ତି। ହତ୍ୟାକାରୀ ଫୁଟ୍‌ପାଥ୍‌ରେ ଶୋଉଥିବା ବ୍ୟକ୍ତିଙ୍କୁ ଟର୍ଗେଟ୍‌ କରୁଥିବାରୁ ସେମାନଙ୍କୁ ସଜାଗ ରହିବାକୁ କୁହାଯାଇଛି। ବୁଧବାର ଫୁଟ୍‌ପାଥ୍‌ରେ ଶୋଉଥିବା ଲୋକମାନଙ୍କୁ ଗୋଟିଏ ସ୍ଥାନରେ ଆଣି ରଖାଯିବ ବୋଲି କମିଶନର କହିଛନ୍ତି।
ମଙ୍ଗଳାବାଗ ଥାନା ଅନ୍ତର୍ଗତ ଏସ୍‌ସିବି ମେଡିକାଲ ହୃଦ୍‌ରୋଗ ବିଭାଗ ସମ୍ମୁଖରେ ବୁଧବାର ଭୋର ସାଢେ ୫ଟାରେ ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। କେହି ଦୁର୍ବୃତ୍ତ ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଲୋକେ ଏହା ଦେଖିବା ପରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୮ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିଚୟ ମିଳିପାରି ନ ଥିବାବେଳେ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ ପଠାଇଛି। ପରିଚୟ ପାଇବା ପାଇଁ ମୃତଦେହକୁ ଏସ୍‌ସିବି ମେଡିକାଲ ଶବ ସଂରକ୍ଷଣ ଗୃହରେ ରଖାଯିବ। ଏ ନେଇ ପୋଲିସ ଆଇପିସି ଦଫା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା(ନଂ.୧୭୨/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୃତକ ଜଣକ ଏଠାରେ ୫ ବର୍ଷ ହେବ ରହୁଥିଲେ। ସେ ମଙ୍ଗଳାବାଗ, ରାଣୀହାଟ ଅଞ୍ଚଳରେ ଜରି ଗୋଟାଇବା ପରେ ତାହାକୁ ବିକ୍ରି କରି ପେଟ ପୋଷୁଥିଲେ। କିନ୍ତୁ ତାଙ୍କ ଘର କେଉଁଠି, ରହୁଥିଲେ କେଉଁଠି ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ସୂଚନା ମିଳିପାରିନାହିଁ। ଏ ସମ୍ପର୍କରେ ଜାଣିବା ପାଇଁ ପୋଲିସ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ଜାରି ରଖିଛି।
ସେହିପରି ବୁଧବାର ସକାଳ ୭ଟାରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଓଏମ୍‌ପି ଶିଶୁଉଦ୍ୟାନ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିଲା। କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି ହତ୍ୟା କରିବା ପରେ ସେଠାରେ ପକାଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ ପଠାଇଥିଲା। ଏଥିସହ ପୋଲିସ ଆଇପିସି ଦଫା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା(ନଂ.୨୨୭/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିପାରି ନ ଥିବାବେଳେ ସ୍ଥାନୀୟ ଅଞ୍ଚଳର ଲୋକମାନେ ତାଙ୍କୁ ପଣ୍ଡା ବୋଲି ଡାକୁଥିବା ଆଇଆଇସି ଦୀପକ ମିଶ୍ର କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୃତବ୍ୟକ୍ତି ଜଣକ ୫ ବର୍ଷ ହେବ ଓଏମ୍‌ପି ଅଞ୍ଚଳରେ ଥିବା କେତେକ ହୋଟେଲ ଓ ଦୋକାନରେ ପାଣି ଯୋଗାଉଥିଲେ। ରାତିରେ ବେଳେବେଳେ କୌଣସି ହୋଟେଲରେ ଆଶ୍ରୟ ନେଉଥିବାବେଳେ ଅଧିକାଂଶ ସମୟରେ ଫୁଟ୍‌ପାଥ୍‌ରେ ରହୁଥିଲେ। ବୁଧବାର କମିଶନରେଟ୍‌ ପୋଲିସର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା, କପଡା ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଛି।
ସୂଚନାଯୋଗ୍ୟ, ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାଣୀହାଟ ଦୁର୍ଗାମଣ୍ଡପ ପାଖ ଗଳିରୁ ମଙ୍ଗଳବାର ସକାଳେ ପୋଲିସ ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ବଉଳପୁର ଅଞ୍ଚଳର କୋଦଣ୍ଡ ରାଉତ ଓରଫ କାଳିଆ (୫୫)ଙ୍କ ମୃତଦେହ ଜବତ କରିଥିଲା। କେହି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ସେଠାରେ ପକାଇ ଦେଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ପୋଲିସ ଆଇପିସି ଦଫା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା (ନଂ.୧୭୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। କାଳିଆ ଏଠାରେ ୫ ବର୍ଷ ହେବ ରହି ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ ବୋଲି ସ୍ଥାନୀୟ ଲୋକେ କହିଥିଲେ। ଏଭଳି ଘଟଣା ପରେ କଟକ ବାସିନ୍ଦାଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି। ରାତିରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏପରିସ୍ଥଳେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ପୋଲିସ କମିଶନର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ପୂଜା କମିଟି ଏବଂ ଯୁବକ ସଂଘର କର୍ମକର୍ତ୍ତାମାନେ ପାଟ୍ରୋଲିଂରେ ପୋଲିସକୁ ସହଯୋଗ କରିବାକୁ କମିଶନର ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri