କଟକରେ ଗଳାକାଟି ୩ ଜଣଙ୍କୁ ହତ୍ୟା ଘଟଣା: ନାରାୟଣଙ୍କୁ ଫସାଇ ଦେଇଛି ପୋଲିସ

ନୟାଗଡ଼ ଅଫିସ,୧।୮: କଟକ ସହରରେ ଗତ ୨୩ ଓ ୨୪ ତାରିଖରେ ଫୁଟ୍‌ପାଥ୍‌ରେ ଶୋଇଥିବା ୩ ଜଣ ଲୋକଙ୍କ ଗଳାକାଟିି ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟିକରିଛି। ଏହି ଘଟଣାରେ ୨୭ ତାରିଖ ବିଳମ୍ବିତ ରାତ୍ରିରେ କଟକ ଓ ଓଡ଼ଗାଁ ପୋଲିସ ମିଳିତ ଭାବେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲ୍ଳକ ସୁନାମୁହିଁ ଗ୍ରାମ ଗୋପୀନାଥପୁର ସାହିରେ ଚଢ଼ାଉ କରି ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ସେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ହୋଇଥିବା ବେଳେ ଉକ୍ତ ୩ଟି ହତ୍ୟାକାଣ୍ଡରେ ସାମିଲ ଥିବା କଟକ ପୋଲିସ ସୂଚନା ଦେଇଥିଲା। ହେଲେ ବର୍ତ୍ତମାନ ଏହି ଘଟଣା ଭିନ୍ନ ମୋଡ଼ ନେଇଛି।
ନାରାୟଣ ନିର୍ଦ୍ଦୋଷ ଥିବା ବେଳେ ପୋଲିସ ତାଙ୍କୁ ଫସାଇ ଦେଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ନାରାୟଣଙ୍କ ସ୍ତ୍ରୀ ଗୀତାଞ୍ଜଳି ସାହୁ, ବାପା ଦୟାନିଧି ସାହୁ ଓ ଗୋପୀନାଥପୁର ସାହିର କେତେକ ଲୋକ ବୁଧବାର ନୟାଗଡ଼ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏସ୍‌ପି ଅନୁପସ୍ଥିତ ଥିବାରୁ ପରିବାର ଲୋକେ ଏଏସପିଙ୍କଠାରେ ଅଭିଯୋଗ କରିଛନ୍ତି। ଏଏସ୍‌ପି ଦିଲୀପ ସାହାଣୀ କଟକ ପୋଲିସ ଅଧୀନରେ ଏହି ଘଟଣା ହୋଇଥିବାରୁ ଏ ନେଇ ସେମାନେ କଟକ ପୋଲିସଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି।
କହିବାନୁସାରେ ତାଙ୍କ ସ୍ବାମୀ ନିର୍ଦ୍ଦୋଷ । ୨୩ ତାରିଖରେ ନାରାୟଣ ଗ୍ରାମରେ ଥିବା ବେଳେ ପୋଲିସ କିପରି ସେ ହତ୍ୟା କରିଛନ୍ତି ବୋଲି କହୁଛି। ଏହି ଘଟଣାକୁ ନେଇ ସେ ପ୍ରଶ୍ନ କରିବା ସହିତ ପୋଲିସର କାର୍ଯ୍ୟକଳାପ ପ୍ରତି ମଧ୍ୟ ସେ ଅଙ୍ଗୁଳି ଉଠାଇଛନ୍ତି।
ପ୍ରକାଶ ଯେ, ସୁନାମୁହଁ ଗ୍ରାମ ଗୋପୀନାଥପୁର ସାହିର ଦୟାନିଧିଙ୍କ ସାନପୁଅ ହେଉଛନ୍ତି ନାରାୟଣ। ନାରାୟଣ ପ୍ରାୟ ୨୦ ବର୍ଷ ତଳେ ଗଞ୍ଜାମ ଜିଲା କୁମ୍ପାପଡ଼ା ଅଞ୍ଚଳରେ ଭଡ଼ାରେ ରହି ବୁଲି ବୁଲି ଚୁଡ଼ି ଓ ଚପଲ ବେପାର କରୁଥିଲେ। ୧ ମାର୍ଚ୍ଚ ୨୦୦୬ରେ ନାରାୟଣ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହିପୁର ଗ୍ରାମର ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ। ପରେ ନାରାୟଣ ସ୍ତ୍ରୀ ଗୀତାଞ୍ଜଳିଙ୍କୁ କୁମ୍ପାପଡ଼ା ନେଇ ସେଠାରେ ରହି ବେପାର କରୁଥିଲେ । କିଛି ଦିନ ପରେ ତାଙ୍କର ବେପାର ବଢିବାରେ ଲାଗିଲା। ଫଳରେ ସେ ଟଙ୍କା ସଞ୍ଚୟ କରି ୨୦୦୯ରେ ରୁପା ଜିନିଷ ବିକ୍ରି ଆରମ୍ଭ କରିଥିଲେ। ବିଭିନ୍ନ ଗ୍ରାମ ବୁଲି ରୁପା ଜିନିଷ ବିକ୍ରି କରୁଥିଲେ। ଏହି ସମୟରେ ନାରାୟଣ କୁମ୍ପାପଡ଼ାରେ ଜାଗା କିଣି ୨ ମହଲା ଘର କରିଥିଲେ। ବେପାର ପଇସା ଘର ତିଆରିରେ ଲଗାଇ ଦେଇଥିବାରୁ ପରେ ବେପାର କରିବାରେ ସମସ୍ୟା ଦେଖାଦେଇଥିଲା । ଫଳରେ ନାରାୟଣ କୁମ୍ପାପଡ଼ାର ଜଣେ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୬୨ ହଜାର ଟଙ୍କା ଧାର ଆଣିଥିଲେ। ହେଲେ ସେ ଟଙ୍କା ଶୁଝି ନ ପାରିବାରୁ ୨୦୧୭ରେ ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ପରିବାର ଲୋକ ଉକ୍ତ ଘର ଓ ଜମିକୁ ସେମାନଙ୍କ ନାମରେ ପଟ୍ଟା କରି ନେଇଥିବା ଗୀତାଞ୍ଜଳି ପ୍ରକାଶ କରିଛନ୍ତି। ଏହା ପରେ ନାରାୟଣ କୁମ୍ପାପଡ଼ା ଅଞ୍ଚଳରେ ଭଡ଼ାରେ ରହି ବେପାର କରୁଥିଲେ। ବିଭିନ୍ନ ଆଡୁ ଟଙ୍କା ଧାର ଆଣିଥିବାରୁ ପ୍ରତିଦିନ ଲୋକମାନେ ଟଙ୍କା ମାଗିବା ପାଇଁ ଘରକୁ ଆସନ୍ତି। ଯାହାକୁ ନେଇ ନାରାୟଣ ମାନସିକ ଅଶାନ୍ତିରେ ରହୁଥିଲେ। ଏହା ପରେ ତାଙ୍କର ମାନସିକ ବିକୃତି ଦେଖା ଦେଇଥିଲା। ଫଳରେ ସ୍ତ୍ରୀ ତାଙ୍କ ପୁଅ ଓ ଝିଅଙ୍କୁ ନେଇ ଶ୍ୱଶୁର ଘର ଗୋପୀନାଥପୁର ସାହିକୁ ପଳାଇ ଆସିଥିଲେ। ପରେ ଗୀତାଞ୍ଜଳି ବାପଘର ମହିପୁରକୁ ପିଲାମାନଙ୍କୁ ନେଇ ଚାଲି ଆସିଥିଲେ। ଏବେ ନାରାୟଣଙ୍କ ପୁଅ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି।
ନ୍ୟପକ୍ଷେ ଦେଢ଼ବର୍ଷ ତଳେ ନାରାୟଣଙ୍କ କିଛି ସମ୍ପର୍କୀୟ କଟକ ଏସ୍‌ସିବି ମେଡିକାଲ୍‌କୁ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ସେ ମେଡ଼ିକାଲ୍‌କୁ ନ ଯାଇ ବାରଣ୍ଡାରୁ ଫେରାର ହୋଇଯାଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଏହାପରେ ନାରାୟଣଙ୍କ ପତ୍ତା ମିଳି ନ ଥିଲା। ପରିବାର ଲୋକେ ନାରାୟଣ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ବୁଲୁଥିବାର ଖବର ପାଉଥିଲେ। ଗତ ୨୨ ତାରିଖରେ ନାରାୟଣ ଭୁବନେଶ୍ୱରରେ ରହୁଥିବା ଭଉଣୀ ଘରକୁ ଯାଇଥିଲେ। ସେଠାରେ ତାଙ୍କ ଭଉଣୀ ତାଙ୍କୁ ନୂଆ ଶାର୍ଟ ପ୍ୟାଣ୍ଟ କିିଣି ଦେବା ସହିତ ୨୦୦ ଟଙ୍କା ଦେଇଥିଲେ। ୨୩ ତାରିଖ ସନ୍ଧ୍ୟାରେ ନାରାୟଣ ତାଙ୍କ ଗ୍ରାମକୁ ଆସିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମରେ ଚୁପଚାପ ବୁଲୁଥିବା ବେଳେ ୨୭ ତାରିଖ ରାତିରେ ନାରାୟଣଙ୍କୁ ପୋଲିସ ନେଇ ଯାଇଥିବା ତାଙ୍କ ବାପା ଦୟାନିଧି ପ୍ରକାଶ କରିଛନ୍ତି। ସେ ୨୩ ତାରିଖରେ ଗ୍ରାମରେ ଥିବା ବେଳେ ୨୩ ଓ ୨୪ ତାରିଖରେ କିପରି ହତ୍ୟାକାଣ୍ଡ ଘଟାଇଲେ ବୋଲି ପରିବାର ଓ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ପୋଲିସ ଜାଣିଶୁଣି ନିରୀହ ଲୋକଙ୍କୁ ଫସାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଉପଯୁକ୍ତ ତଦନ୍ତ ପାଇଁ ବୁଧବାର ପରିବାର ଲୋକ ଓ ଗ୍ରାମବାସୀ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପକ୍ଷେ ନାରାୟଣ ଗୁଣି କରୁଥିବାରୁ ବଳି ପାଇଁ ଏହିଭଳି ହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଉଥିବା ବେଳେ ଗ୍ରାମବାସୀ ଏହାକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri