କଟକରେ ଏନକାଉଣ୍ଟର: ଅଭିଯୁକ୍ତ ବୁଦ୍ଧିଆ ଆହତ

କଟକ ଅଫିସ,୧୧ା୯: ପୂଜାକୁ ନେଇ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ବୁଧବାର ପୂର୍ବାହ୍ନରେ ଜଣେ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୋଲିସ ଏନ୍‌କାଉଣ୍ଟର କରିଛି। ଏଥିରେ ଅଭିଯୁକ୍ତ ସିଡ଼ିଏ ସେକ୍ଟର-୧୩ ମୁଣ୍ଡାସାହିର ବୁଦ୍ଧିଆ ଦାସ(୨୮) ଆହତ ହୋଇଛନ୍ତି। ତାଙ୍କ ନିକଟରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି ଓ ମାଗାଜିନ ଜବତ କରାଯାଇଛି। ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ଭାବେ ବୁଦ୍ଧିଆ କାର୍ଯ୍ୟ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ଡିସିପି ଅଖିଳେଶ୍ୱର ସିଂ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ୨୨ତମ ଏନକାଉଣ୍ଟର। ଏହାଛଡ଼ା ଚଳିତବର୍ଷର ଏହା ୩ୟ ଏନକାଉଣ୍ଟର। ଗତ ମାର୍ଚ୍ଚ ୧୯ରେ ଯୋବ୍ରା ନିକଟରେ ଓ ଅଗଷ୍ଟ ୨୧ରେ ଜଗତ୍‌ପୁର କେନ୍ଦ୍ରାପଡ଼ା କେନାଲ ରୋଡ଼ ନିକଟରେ କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଏନକାଉଣ୍ଟର ହୋଇଛି।
ପୋଲିସ ସୂତ୍ରରୁ ପ୍ରକାଶ, ବୁଦ୍ଧିଆଙ୍କ ନାମରେ ପୂର୍ବରୁ କଟକର ବିଭିନ୍ନ ଥାନାରେ ଆପରାଧିକ ମାମଲା ରହିଛି। ଦାଦାବଟି ଓ ଟେଣ୍ଡର ଫିକ୍ସିଂ ଘଟଣାରେ ସେ ସହରରେ ବେଶ୍‌ ସକ୍ରିୟ ଥିଲେ। ଗତ ୩ ତାରିଖରେ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ବୁଦ୍ଧିଆ ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରୁଥିଲେ। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଆଇପିସି ଧାରା ୩୪୧, ୨୯୪, ୩୮୬, ୫୦୬ ଅନୁଯାୟୀ ପୋଲିସ ଏକ ମାମଲା(ନଂ.୨୮୯/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏପରି କି ପୂର୍ବରୁ ଏଭଳି ଭାବେ ବନ୍ଧୁକ ଦେଖାଇ ବୁଦ୍ଧିଆ ଦାଦାବଟି ଆଦାୟ କରୁଥିବା ପୋଲିସ ଅଭିଯୋଗପତ୍ରରେ ଦର୍ଶାଯାଇଥିଲା। ବୁଧବାର ଭୋର ସମୟରେ ବୁଦ୍ଧିଆ ସେକ୍ଟର-୧୩ ଠାରେ ନିର୍ମାଣାଧୀନ ଏକ କୋଠାରେ ଲୁଚି ରହିଛି ବୋଲି ପୋଲିସ ଖବର ପାଇଥିଲା। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟ ରାସ୍ତାରେ ଜାଲ ବିଛାଇଥିଲା। ପରେ ଚାଉଳିଆଗଞ୍ଜ ଆଇଆଇସି ଦୀପକ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଉକ୍ତ ନିର୍ମାଣାଧୀନ କୋଠା ନିକଟରେ ପହଞ୍ଚିଥିଲା। ଏହା ଦେଖିବା ପରେ ବୁଦ୍ଧିଆ ଖସିଯିବାକୁ ଉଦ୍ୟମ କରିବା ସହ ପାଖରେ ରଖିଥିବା ପିସ୍ତଲରୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏଥିରେ କନଷ୍ଟେବଳ ବିଶ୍ୱଜିତ ସାମନ୍ତରାୟ ଆହତ ହୋଇଛନ୍ତି। ପରେ ଆଇଆଇସି ଦୀପକ ନିଜ ସର୍ଭିସ୍‌ ରିଭଲଭର୍‌ରୁ ପାଲଟା ଗୁଳି ଚାଳନା କରିବାରୁ ବୁଦ୍ଧିଆଙ୍କ ବାମଗୋଡ଼ରେ ଗୁଳିଟି ବାଜିଥିଲା। ଫଳରେ ପୋଲିସ ସେଠାରୁ ତାଙ୍କୁ କାବୁ କରି ଚିକିତ୍ସାଲାଗି ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ବୁଦ୍ଧିଆଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri