ଭୁବନେଶ୍ୱର,୨।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଲକ୍ଡାଉନ୍ କଟକଣା କୋହଳ କରାଯିବା ପରେ ବାପୁଜିନଗରରେ କିଛି ଦୋକାନ ଖୋଲିଛି। ତେବେ ଏହି ଅଞ୍ଚଳରେ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ପୋଲିସ ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରାଯାଉଛି। ଦୋକାନରେ ବ୍ୟବସାୟୀ ଓ ଗ୍ରାହକ ୬ ଫୁଟ ଦୂରତାରେ ରହିବେ। ସମସ୍ତେ ମାସ୍କ ପିନ୍ଧିବା ଜରୁରୀ। ଦୋକାନରେ ସାନିଟାଇଜର ଓ ହ୍ୟାଣ୍ଡଓ୍ବାସ୍ ରହିବ। ହାତ ଧୋଇବା ବ୍ୟବସ୍ଥା ମଧ୍ୟ କରାଯିବ। ନଚେତ ୫ଶହ ଟଙ୍କା ଫାଇନ୍ ଆଦାୟ କରାଯିବ। ଏଥିରୁ କୌଣସି ବି ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଅଞ୍ଚଳରେ ହେଟେଲ ଖୋଲିଲେ ମଧ୍ୟ କେହି ସେଠାରେ ବସି ଖାଇପାରିବେ ନାହିଁ। କେବଳ ପାର୍ସଲ କରି ଘରକୁ ନେଇପାରିବେ ବୋଲି କୁହାଯାଇଛି।


