କଙ୍କଡା, ଗେଣ୍ଢା ଭର୍ତ୍ତି ବସ୍‌କୁ ଜବତ ପରେ ଛାଡି ଦେଲେ

ବାହାନଗା,୧୬ା୧୧(ଡି.ଏନ.ଏ.)-ଖନ୍ତାପଡା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଟୋଲଗେଟ ନିକଟରେ ସାମୁଦ୍ରିକ କଙ୍କଡା ଓ ଗେଣ୍ଢା ଭର୍ତ୍ତି ହୋଇ ରପ୍ତାନୀ ହେଉଥିବା ଦୁଇଟି ଯାତ୍ରୀବାହୀ ବସ୍‌କୁ ଜିଲା ମତ୍ସ୍ୟବିଭାଗ ଅଧିକାରୀ ରବିନାରାୟଣ ପଟ୍ଟନାୟକ ଖନ୍ତାପଡା ପୋଲିସ ସହାୟତାରେ ଜବତ କରିଥିଲେ ା ମାତ୍ର ପୂର୍ବାହ୍ନ ସାଢେ ୧୧ ଟାରେ ତଦନ୍ତ କରି ସାମୁଦ୍ରକ କଙ୍କଡା ଓ ଗେଣ୍ଢାଗୁଡିକ ସେମାନଙ୍କ ଗାଇଡଲାଇନ ପରିସରରେ ଆସୁ ନ ଥିବା କହି ଛାଡିଦେଇଛନ୍ତି। ତେବେ ଆରଟିଓ ବିଭାଗ ବସ୍‌କୁ ଯାତ୍ରୀ ପରିବହନ ପାଇଁ ଅନୁମତି ଦେଇଥିବା ବେଳେ ସେହି ବସ୍‌ରେ କିପରି ସାମୁଦ୍ରିକ ଗେଣ୍ଢା ଓ କଙ୍କଡା ରାଜ୍ୟ ବାହାରକୁ ଚାଲାଣ ହେଉଛି ତାହା ସାଧାରଣରେ ଆଲୋଚନା ହେଉଛି।
ଶୁକ୍ରବାର ଭୋର ସମୟରେ ଧାମରା ଅଞ୍ଚଳରୁ ଦୁଇଟି ଘରୋଇ ବସ୍‌ ନମ୍ବର (ଓଆର-୦୧ଏସ-୮୭୭୧), (ଓଡି-୦୧ଏକ୍ସ-୧୫୭୫) କଲିକତା ଯାଉଥିଲା। ବସ୍‌ ଆଗରେ କଲିକତା ନମ୍ବର ପ୍ଲେଟ ଲଗାଇ ଯାତ୍ରୀବାହୀ ଭାବେ ଦର୍ଶାଇ ୪ଶହରୁ ଊର୍ଦ୍ଧ୍ୱ ବସ୍ତା ସାମୁଦ୍ରିକ କଙ୍କଡା ଓ ସାମୁଦ୍ରିକ ଗେଣ୍ଢା ବା କୁଚି ଶାମୁକା ଚାଲାଣ ହେଉଥିଲା। ଜିଲା ମତ୍ସ୍ୟ ଅଧିକାରୀ ରବିନାରାୟଣ ପଟ୍ଟନାୟକ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଚିତ୍ତରଞ୍ଜନ ସାହୁ, ଡେପୁଟି ଡାଇରେକ୍ଟର (ମତ୍ସ୍ୟ)ଅଜୟ ଭୂୟଁା ଆସି ତଦନ୍ତ କରିଥିଲେ ା ତଦନ୍ତ ପରେ ବସ୍‌ ଭିତରେ ଥିବା ସାମୁଦ୍ରିକ ସାମଗ୍ରୀ ବିଭାଗୀୟ ଗାଇଡଲାଇନ୍‌ ଭିତରେ ନୁହେଁ ବୋଲି ପ୍ରକାଶ କରି ଫେରିଯାଇଥିଲେ ା ଏହାପରେ ବନ ବିଭାଗ ଆସି ବସ୍‌ରେ ଥିବା ଶାମୁକା, ଗେଣ୍ଢା ଓ କଙ୍କଡାକୁ ତଦନ୍ତ କରିବା ପରେ ଗାଇଡଲାଇନ୍‌ ଭିତରେ ଆସୁନାହିଁ କହି ଫେରିଯାଇଥିଲେ। ପରେ ଖନ୍ତାପଡା ଥାନାରେ ଜବତ ବସ୍‌ ଓ ସେଥିରେ ଥିବା ସାମୁଦ୍ରିକ ସାମଗ୍ରୀ, ବସ୍‌ କର୍ମଚାରଙ୍କ ସମେତ ୭ଜଣ ବେପାରୀଙ୍କ କାଗଜପତ୍ର ତନଖି ପରେ ଛାଡିଦେଇଥିବା ଜଣାପଡିଛି ା ଜବତ ସାମଗ୍ରୀ ବନବିଭାଗ ଓ ମତ୍ସ୍ୟବିଭାଗର ଗାଇଡଲାଇନରେ ଯାଉ ନ ଥିବାରୁ ସେମାନେ ତାହାକୁ ଛାଡିଦେଇଛନ୍ତି ବୋଲି ଖନ୍ତାପଡା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri