କଙ୍କଡା, ଗେଣ୍ଢା ଭର୍ତ୍ତି ବସ୍‌କୁ ଜବତ ପରେ ଛାଡି ଦେଲେ

ବାହାନଗା,୧୬ା୧୧(ଡି.ଏନ.ଏ.)-ଖନ୍ତାପଡା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଟୋଲଗେଟ ନିକଟରେ ସାମୁଦ୍ରିକ କଙ୍କଡା ଓ ଗେଣ୍ଢା ଭର୍ତ୍ତି ହୋଇ ରପ୍ତାନୀ ହେଉଥିବା ଦୁଇଟି ଯାତ୍ରୀବାହୀ ବସ୍‌କୁ ଜିଲା ମତ୍ସ୍ୟବିଭାଗ ଅଧିକାରୀ ରବିନାରାୟଣ ପଟ୍ଟନାୟକ ଖନ୍ତାପଡା ପୋଲିସ ସହାୟତାରେ ଜବତ କରିଥିଲେ ା ମାତ୍ର ପୂର୍ବାହ୍ନ ସାଢେ ୧୧ ଟାରେ ତଦନ୍ତ କରି ସାମୁଦ୍ରକ କଙ୍କଡା ଓ ଗେଣ୍ଢାଗୁଡିକ ସେମାନଙ୍କ ଗାଇଡଲାଇନ ପରିସରରେ ଆସୁ ନ ଥିବା କହି ଛାଡିଦେଇଛନ୍ତି। ତେବେ ଆରଟିଓ ବିଭାଗ ବସ୍‌କୁ ଯାତ୍ରୀ ପରିବହନ ପାଇଁ ଅନୁମତି ଦେଇଥିବା ବେଳେ ସେହି ବସ୍‌ରେ କିପରି ସାମୁଦ୍ରିକ ଗେଣ୍ଢା ଓ କଙ୍କଡା ରାଜ୍ୟ ବାହାରକୁ ଚାଲାଣ ହେଉଛି ତାହା ସାଧାରଣରେ ଆଲୋଚନା ହେଉଛି।
ଶୁକ୍ରବାର ଭୋର ସମୟରେ ଧାମରା ଅଞ୍ଚଳରୁ ଦୁଇଟି ଘରୋଇ ବସ୍‌ ନମ୍ବର (ଓଆର-୦୧ଏସ-୮୭୭୧), (ଓଡି-୦୧ଏକ୍ସ-୧୫୭୫) କଲିକତା ଯାଉଥିଲା। ବସ୍‌ ଆଗରେ କଲିକତା ନମ୍ବର ପ୍ଲେଟ ଲଗାଇ ଯାତ୍ରୀବାହୀ ଭାବେ ଦର୍ଶାଇ ୪ଶହରୁ ଊର୍ଦ୍ଧ୍ୱ ବସ୍ତା ସାମୁଦ୍ରିକ କଙ୍କଡା ଓ ସାମୁଦ୍ରିକ ଗେଣ୍ଢା ବା କୁଚି ଶାମୁକା ଚାଲାଣ ହେଉଥିଲା। ଜିଲା ମତ୍ସ୍ୟ ଅଧିକାରୀ ରବିନାରାୟଣ ପଟ୍ଟନାୟକ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଚିତ୍ତରଞ୍ଜନ ସାହୁ, ଡେପୁଟି ଡାଇରେକ୍ଟର (ମତ୍ସ୍ୟ)ଅଜୟ ଭୂୟଁା ଆସି ତଦନ୍ତ କରିଥିଲେ ା ତଦନ୍ତ ପରେ ବସ୍‌ ଭିତରେ ଥିବା ସାମୁଦ୍ରିକ ସାମଗ୍ରୀ ବିଭାଗୀୟ ଗାଇଡଲାଇନ୍‌ ଭିତରେ ନୁହେଁ ବୋଲି ପ୍ରକାଶ କରି ଫେରିଯାଇଥିଲେ ା ଏହାପରେ ବନ ବିଭାଗ ଆସି ବସ୍‌ରେ ଥିବା ଶାମୁକା, ଗେଣ୍ଢା ଓ କଙ୍କଡାକୁ ତଦନ୍ତ କରିବା ପରେ ଗାଇଡଲାଇନ୍‌ ଭିତରେ ଆସୁନାହିଁ କହି ଫେରିଯାଇଥିଲେ। ପରେ ଖନ୍ତାପଡା ଥାନାରେ ଜବତ ବସ୍‌ ଓ ସେଥିରେ ଥିବା ସାମୁଦ୍ରିକ ସାମଗ୍ରୀ, ବସ୍‌ କର୍ମଚାରଙ୍କ ସମେତ ୭ଜଣ ବେପାରୀଙ୍କ କାଗଜପତ୍ର ତନଖି ପରେ ଛାଡିଦେଇଥିବା ଜଣାପଡିଛି ା ଜବତ ସାମଗ୍ରୀ ବନବିଭାଗ ଓ ମତ୍ସ୍ୟବିଭାଗର ଗାଇଡଲାଇନରେ ଯାଉ ନ ଥିବାରୁ ସେମାନେ ତାହାକୁ ଛାଡିଦେଇଛନ୍ତି ବୋଲି ଖନ୍ତାପଡା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri