କଂଗ୍ରେସ ଶୃଙ୍ଖଳା କମିଟିର ଭଦ୍ରକ ଗସ୍ତ

ଭଦ୍ରକ ଅଫିସ, ୨୨।୨: କଂଗ୍ରେସର ୩ ଜଣିଆ ଶୃଙ୍ଖଳା କମିଟି ଶନିବାର ଭଦ୍ରକ ଗସ୍ତ କରି ଗତ ୧୯ ତାରିଖରେ ଦଳର ଦୁଇଗୋଷ୍ଠୀ ବିବାଦ ଘଟଣାର ତଦନ୍ତ କରି ଫେରିଛି। କେଉଁ କାରଣରୁ ପିସିସି ମୁଖ୍ୟଙ୍କ ଗସ୍ତର କେଇ ଘଣ୍ଟା ପୂର୍ବରୁ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ ଏହି ଟିମ୍‌ ତାହାର ତଦନ୍ତ କରିଛି। ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଶ୍ୱ ଦାସ ଓ ବଟକୃଷ୍ଣ ତ୍ରିପାଠୀ କମିଟିରେ ସାମିଲ ଥିଲେ। କଂଗ୍ରେସର ଜିଲା ସଭାପତି ଅଶୋକ କୁମାର ଦାସ, କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀଙ୍କୁ ଡକାଇ ଟିମ୍‌ ପଚରାଉଚରା କରିଥିଲା। ଶେଷରେ ଦୁଇ ଆକ୍ରମଣକାରୀଙ୍କ ମଧ୍ୟରେ ଟଙ୍କା ନେବାଦେବାକୁ ନେଇ ବିବାଦ ହୋଇଥିଲା ବୋଲି କାର୍ଯ୍ୟକାରୀ ସଭାପତି ମହାନ୍ତି ପ୍ରକାଶ କରିଛନ୍ତି।