Categories: ଜାତୀୟ

କଂଗ୍ରେସ ବିଧାୟକଙ୍କ ବେଡରୁମ୍‌ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ପାଟନା,୨।୯:ବିହାର ଜମୁଇର କଂଗ୍ରେସ ବିଧାୟକ ସୁଧୀର କୁମାର ଏବଂ ତାଙ୍କ ସ୍ତ୍ରୀଙ୍କ ବେଡରୁମ୍‌ ଟିକ୍‌ଟକ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ସୁଧୀର କହିଛନ୍ତି। ସୂଚନାଯୋଗ୍ୟ, ଜମୁଇର ସିକନ୍ଦରାରୁ କଂଗ୍ରେସ ବିଧାୟକ ଥିବା ସୁଧୀର ନିଜ ସ୍ତ୍ରୀଙ୍କ ସହ ବେଡ୍‌ରୁମ୍‌ରେ ଏକ ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରିଥିଲେ। ସ୍ତ୍ରୀଙ୍କ ଆକାଉଣ୍ଟ୍‌ ହ୍ୟାକ୍‌ କରି ସେହି ଭିଡିଓକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରି ମୋତେ ବଦନାମ କରାଯିବାକୁ ଚେଷ୍ଟା କରାଯାଉଛି ବୋଲି ସୁଧୀର କହିଛନ୍ତି। ଏଭଳି ଷଡଯନ୍ତ୍ର କରିଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।

Share