Posted inଜାତୀୟ

କଂଗ୍ରେସ ପ୍ରତିଷ୍ଠା ଦିବସରେ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ : ଏନ୍‌ପିଆର୍‌, ଏନ୍‌ଆର୍‌ସି ଦ୍ୱିତୀୟ ବିମୁଦ୍ରୀକରଣ

ନୂଆଦିଲ୍ଲୀ/ ଗୁଆହାଟୀ,୨୯ା୧୨(ପି.ଟି.): କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ନେତା ରାହୁଲ ଗାନ୍ଧୀ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଏବଂ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ସମାଲୋଚନା କରି ଏହାକୁ ସେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ନୋଟବନ୍ଦୀ ବୋଲି କହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ବିମୁଦ୍ରୀକରଣଠାରୁ ଆହୁରି ଭୟାବହ ସ୍ଥିତି ସୃଷ୍ଟିହେବ ବୋଲି ସେ ସତର୍କ କରାଇଦେଇଛନ୍ତି।
ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ବିରୋଧରେ କଂଗ୍ରେସ ପକ୍ଷରୁ ଶନିବାର ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ବାର୍ତ୍ତା ନେଇ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଜୟପୁରଠାରୁ ଆରମ୍ଭ କରି ବିଭିନ୍ନ ସହରରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ। ସରକାରଙ୍କ ସଂଶୋଧିତ ନାଗରିକତ୍ୱ ଆଇନ, ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସିକୁ କଂଗ୍ରେସ ନେତାମାନେ ଜୋର୍‌ଦାର ସମାଲୋଚନା କରିଥିଲେ। ଦେଶର ସମସ୍ତ ଗରିବ ଭାରତୀୟ କି ନୁହନ୍ତି ପଚାରିବା କଂଗ୍ରେସ ଫ୍ଲାଗ୍‌ମାର୍ଚ୍ଚର ମୂଳ ଉଦ୍ଦେଶ୍ୟ। ବିମୁଦ୍ରୀକରଣକୁ ନେଇ ସାରା ଦେଶର ଜନସାଧାରଣ ହଇରାଣ ହେଉଥିବାବେଳେ ମୋଦିଙ୍କର କେତେଜଣ ଘନିଷ୍ଠ ବ୍ୟବସାୟୀ ଏହାର ଫାଇଦା ଉଠାଇଥିଲେ। ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି କାର୍ଯ୍ୟକାରୀ ହେଲେ ସ୍ଥିତି ଆହୁରି ଭୟାବହ ହୋଇପଡ଼ିବ ବୋଲି ରାହୁଲ କହିଛନ୍ତି। କେନ୍ଦ୍ର ସରକାର ଅଳ୍ପ କେତେଜଣ ପୁଞ୍ଜିପତିଙ୍କ ପାଇଁ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଗୁଆହାଟୀଠାରେ ଏକ ସଭାକୁ ସମ୍ବୋଧିତ କରି ରାହୁଲ ଭାଜପା ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ। ଭାଜପାର ନୀତି ପାଇଁ ଆସାମ ପୁଣିଥରେ ହିଂସା ପଥକୁ ଫେରିପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ତେବେ ଆସାମ ଓ ଉତ୍ତରପୂର୍ବାଞ୍ଚଳର ଲୋକମାନଙ୍କ ପରିଚୟ, ସଂସ୍କୃତି ଓ ଭାଷା ଉପରେ ଆକ୍ରମଣ ପାଇଁ ଭାଜପା ଏବଂ ଆର୍‌ଏସ୍‌ଏସ୍‌କୁ ଅନୁମତି ଦିଆଯିବ ନାହିଁ ବୋଲି କଂଗ୍ରେସ ନେତା କହିଥିଲେ।
ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୨୪ ଆକବର ରୋଡ୍‌ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ। କଂଗ୍ରେସ ପ୍ରତିଷ୍ଠା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦେଶକୁ ପ୍ରାଧାନ୍ୟ ଦେଇଆସିଛି। ରାଷ୍ଟ୍ର ପାଇଁ ବଳିଦାନକୁ ଦଳ ସର୍ବାଗ୍ରେ ରଖିଆସିଛି ବୋଲି କଂଗ୍ରେସ ପକ୍ଷରୁ ଟୁଇଟ୍‌ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ବରିଷ୍ଠ ନେତା ଏ.କେ. ଆଣ୍ଟୋନି, ମୋତିଲାଲ ଭୋରା, ଆନନ୍ଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ସେଠାରେ ଉପସ୍ଥିତ ପିଲାମାନଙ୍କୁ ସୋନିଆ ମିଠା ବାଣ୍ଟିଥିଲେ। ଦଳ ପାଇଁ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ବର୍ଷ ବର୍ଷ ଧରି ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରିଆସିଥିବା ରାହୁଲ ଗାନ୍ଧୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri