କଂଗ୍ରେସ ନେତାଙ୍କ ଭରସା ପାଉନି

ଚଣ୍ଡିଖୋଲ,୩୦ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ଏକ ପ୍ରମୁଖ ନିବାଚନମଣ୍ଡଳୀ ଭାବେ ବଡ଼ଚଣା ବିଧାନସଭା କ୍ଷେତ୍ର ପରିଗଣିତ। ଯାଜପୁର ଜିଲାର ପ୍ରବେଶ ଦ୍ୱାର ଭାବରେ ସଦାସର୍ବଦା ଏହା ଚର୍ଚ୍ଚାରେ ଥାଏ। ତେବେ ୨୦୨୪ ନିର୍ବାଚନରେ କାହାକୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ ତାକୁ ନେଇ ଅଙ୍କକଶା ଆରମ୍ଭ ହୋଇଛି। ବହୁ ଆଶାୟୀ ପ୍ରାର୍ଥୀ ଥିବାବେଳେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଶୁଭେନ୍ଦୁ ମହାନ୍ତି ଓ ଗତଥର ଏଠାରୁ ପ୍ରାର୍ଥୀ ହୋଇଥିବା ଅଜୟ କୁମାର ସାମଲଙ୍କ ମଧ୍ୟରୁ କିଏ ପ୍ରାର୍ଥୀ ହେବ ତାହା ଜଣାପଡ଼ିନାହିଁ। ୨୦୦୯ ବିଧାନ ସଭା ନିର୍ବାଚନ ପରେ ପ୍ରତ୍ୟେକ ଥର ଏଠାରୁ ପ୍ରାର୍ଥୀ ବଦଳ ପ୍ରକ୍ରିୟା ଚାଲିଛି। ଏପରିକି ଟିକେଟ ପାଇବା ପରେ ଟିକେଟ ଫେରସ୍ତ କରିଛନ୍ତି ପ୍ରାର୍ଥୀ। ୧୯୭୭ରୁ ୨୦୦୯ ପର୍ଯ୍ୟନ୍ତ ସୀତାକାନ୍ତ ମହାପାତ୍ର ଏଠାରୁ କଂଗ୍ରେସରୁ ନିର୍ବାଚନ ଲଢି ୩ ଥର ବିଜୟୀ ହୋଇଥିଲେ। ସେ ୧୯୮୦, ୧୯୮୫ ଓ ୨୦୦୪ରେ ବିଜୟୀ ହୋଇ ବିଧାନ ସଭାରେ ପ୍ରତିନିଧିତ୍ୱ କରିଥିଲେ। ଏହାପରେ ୨୦୦୯ରେ ତାଙ୍କ ଉପରେ ଦଳ ଭରସା କରି ତାଙ୍କୁ ଟିକେଟ ଦେଇଥିଲା। ସେତେବେଳର କଂଗ୍ରେସ ଯୁବନେତା ଜନ୍ମେଜୟ ଲେଙ୍କାଙ୍କୁ କଂଗ୍ରେସ ପକ୍ଷରୁ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିକେଟ ପ୍ରଦାନ କରାଯାଇଥିଲା।
ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ଲଢ଼ିବା ପାଇଁ ମନା କରି ଟିକେଟ ଫେରାଇ ଦେଇ ବଡ଼ଚଣାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ସ୍ବାଧୀନ ଭାବରେ ଲଢି ସେ ୨୫,୪୦୯ ଭୋଟ ପାଇଥିଲେ। ପରବର୍ତ୍ତୀ ସମୟରେ ୨୦୧୪ରେ ସୀତାକାନ୍ତ ମହାପାତ୍ରଙ୍କୁ ଦଳ ଟିକେଟ ନ ଦେଇ ଜନ୍ମଜେୟ ଲେଙ୍କାଙ୍କୁ ଟିକେଟ ଦେଇଥିଲା। ହେଲେ ଜନ୍ମେଜୟ ନିର୍ବାଚନ ଲଢି ହାରି ଯାଇଥିଲେ। ୨୦୧୪ରେ ସୀତାକାନ୍ତ ମହାପାତ୍ରଙ୍କ ପୁତ୍ର କ୍ୟାପଟେନ ରାଜନାରାୟଣ ମହାପାତ୍ର ସ୍ବାଧୀନ ଭାବରେ ଲଢି ୫୦୪୮ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ରେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଜନ୍ମେଜୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ଶେଷ ମୁହୂର୍ତ୍ତରେ ପୁନର୍ବାର ସୀତାକାନ୍ତ ମହାପାତ୍ରଙ୍କୁ ଦଳ ଟିକେଟ ଦେବାରୁ ସେ ଟିକେଟ ଫେରସ୍ତ କରି ଦେଇଥିଲେ। ଦଳ ପକ୍ଷରୁ ଅନ୍ୟ ଉପାୟ ନ ପାଇ ଶେଷରେ ଅଜୟ କୁମାର ସାମଲଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଏପରିକି ସମୟ କମଥିବାରୁ ସେତେବେଳେ ଶୁଭେନ୍ଦୁ ମହାନ୍ତି ମଧ୍ୟ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଥିଲେ। ୨୦୧୯ ନିର୍ବାଚନ ସରିବା ପରେ ରାଜନାରାୟଣ ମହାପାତ୍ର ଧୀରେଧୀରେ କଂଗ୍ରେସର ନେତୃତ୍ୱ ନେଇ ସଂଗଠନ ବୃଦ୍ଧି କରି ଚାଲିଥିଲେ। ହେଲେ ୨୦୨୪ ନିର୍ବାଚନ ଘୋଷଣା ହେବା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।
୬ ତାରିଖରେ ସେ ଦଳରୁ ଇସ୍ତଫା କରିବା ପରେ ଏବେ କାହା ଉପରେ ଦଳ ଭରସା କରିବ ତାକୁ ନେଇ ଦଳୀୟ କର୍ମୀ ଅପେକ୍ଷା କରିଛନ୍ତି। ଗତ ୪ଟି ନିର୍ବାଚନକୁ ଅନୁଧ୍ୟାନ କଲେ କଂଗ୍ରେସ ନେତାମାନେ ଦଳ ଉପରେ ଭରସା କରି ପାରୁନାହାନ୍ତି। ଯେଉଁଥି ପାଇଁ ଟିକେଟ ଫେରସ୍ତ ଓ ନିର୍ବାଚନ ପୂର୍ବରୁ ଦଳ ଛାଡ଼ିବା ନେତାମାନଙ୍କର ଅଭ୍ୟାସ ହୋଇ ଯାଇଛି। ଫଳରେ ଧୀରେଧୀରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri