Categories: ଜାତୀୟ

କଂଗ୍ରେସ ଡାକିଲା ଜରୁରୀ ବୈଠକ

ମୁମ୍ବାଇ,୨୩।୧୧: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଣ ମହାରାଷ୍ଟ୍ରରେ ସରକାର ଗଢିଲା ଭାରତୀୟ ଜନତା ପାର୍ଟି(ଭାଜପା)। ଆଉ ଏହାପରେ ରାଜନୀତି ହୋଇଛି ସରଗରମ। ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏବେ କଂଗ୍ରେସ ସ୍ଥିତିର ସମୀକ୍ଷା ପାଇଁ ଡାକିଛି ଏକ ଜରୁରୀ ବୈଠକ। ଏଥିରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ଓ କେସି ଭେନୁଭୋପାଳଙ୍କ ସମେତ ଅନ୍ୟ ନତାମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା ଓ ଭାଜପା ମଧ୍ୟରେ ଉପୁଜିଥିବା ଦ୍ୱନ୍ଦରେ ଶେଷରେ ଭାଜପାର ବିଜୟ ହୋଇଛି ବୋଲି ଆଲୋଚନା ହେଉଛି। ଏବେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଟି ଯାଇଥିବା ବେଳେ ଶାସନ ଡୋର ସମ୍ଭାଳିଛନ୍ତି ଦେବେନ୍ଦ୍ର ଫଡ୍‌ନବିସ।

Share