Categories: ଜାତୀୟ

କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିବେ ପୁଣେର ଇଞ୍ଜିନିୟର

ପୁଣେ,୨୨।୭: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏବେ ଏହି ସ୍ଥାନ ଖାଲି ପଡିଛି। ଏହାକୁ ନେଇ ଏବେ ଗଣିତ ଛିଡିପାରୁ ନାହିଁ। କିଏ ହେବେ କଂଗ୍ରେସ ଅଧ୍ୟକ୍ଷ ତାହା ସ୍ଥିର କରାଯାଇ ପାରୁନାହିଁ। ଇତିମଧ୍ୟରେ ବେଙ୍ଗାଲୁରର ଏକ ଫାର୍ମରେ କାମ କରୁଥିବା ପୁଣେର ଜଣେ ୨୮ ବର୍ଷୀୟ ଇଞ୍ଜିନିୟର ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ଗଜାନନ୍ଦ ହୋସାଲେ ନାମକ ଏହି ଇଞ୍ଜିନିୟର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଜୁଲାଇ ୨୩ରେ ଆବେଦନ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ପୁଣେର କଂଗ୍ରେସ ଅଧ୍ୟକ୍ଷ ଥିବା ରମେଶ ବାଗଓ୍ବିଙ୍କ ନିକଟରେ ୨୩ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିବେ। ରାହୁଲ ଗାନ୍ଧୀ ଯେହେତୁ ତାଙ୍କ ନିଷ୍ପତ୍ତିରେ ଦୃଢ ହୋଇ ରହିଛନ୍ତି ସେଥିପାଇଁ ଗଜାନନ୍ଦ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆହୁରି ମଧ୍ୟ ରାହୁଲ ଜଣେ ଯୁବ ଅଧ୍ୟକ୍ଷ ଚାହୁଁ ଥିବାରୁ ସେ ଏଥିଲାଗି ଆଶାବାଦୀ ବୋଲି କହିଛନ୍ତି।

Share