Categories: ଜାତୀୟ

‘କଂଗ୍ରେସରେ ଟିକେଟ ବିକ୍ରି ହେଉଛି’

ନୂଆଦିଲ୍ଲୀ,୩ା୧୦: ହରିୟାଣା କଂଗ୍ରେସର ଗୋଷ୍ଠୀ ବିବାଦ ଦିଲ୍ଲୀରେ ପହଞ୍ଚତ୍ଛି। ହରିୟାଣା କଂଗ୍ରେସର ପୂର୍ବତନ ସଭାପତି ଅଶୋକ ତନ୍‌ଓ୍ବର ନିଜ ସମର୍ଥକଙ୍କ ସହ ବୁଧବାର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନିର୍ବାଚନ ପରିଚାଳନା କମିଟି ମୁଖ୍ୟ ଭୂପିନ୍ଦର ସିଂ ହୁଡ୍ଡାଙ୍କ ବିରୋଧରେ ଟିକେଟ ବିକ୍ରିର ଅଭିଯୋଗ ଆଣିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଉକ୍ତ କମିଟି ଟିକେଟ ବିକ୍ରି କରୁଥିବା ନେଇ ଏଆଇସିସି କାର୍ଯ୍ୟାଳୟ ସାମ୍ନାରେ ସ୍ଲୋଗାନ ଦେବା ସହ ବିକ୍ଷୋଭ କରିଛନ୍ତି। କଂଗ୍ରେସକୁ ଧ୍ୱଂସ କରିବାକୁ ଚାହୁଁଥିବା ଲୋକେ ତନ୍‌ଓ୍ବରଙ୍କ ୧୫ ଜଣିଆ ପ୍ରାର୍ଥୀ ତାଲିକାକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ପ୍ରକାଶ ଯେ, ଗତମାସରେ ତନଓ୍ବରଙ୍କୁ କଂଗ୍ରେସ ସଭାପତି ପଦରୁ ହଟାଇ ତାଙ୍କ ସ୍ଥାନରେ କୁମାରୀ ସେଲ୍‌ଜାଙ୍କୁ ନିଯୁକ୍ତ କରାଯାଇଥିଲା।

Share