Categories: ଜାତୀୟ

କଂଗ୍ରେସରୁ ଇସ୍ତଫା ଦେଲେ ସାବିତ୍ରୀ ବାଇ ଫୁଲେ: ଗଢିବେ ନିଜର ଦଳ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ସାବିତ୍ରୀ ବାଇ ଫୁଲେ ଚଳିତ ବର୍ଷ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ଗୁରୁବାର ସେ କଂଗ୍ରେସରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି କଂଗ୍ରେସ ତାଙ୍କ କଥା ନ ଶୁଣିବାରୁ ସେ ଇସ୍ତଫା ଦେଇଛନ୍ତି। ଏବେ ସେ ତାଙ୍କର ନିଜର ଏକ ଦଳ ଗଠନ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୪ରେ ସେ ଭାଜପାରୁ ଟିକେଟ୍‌ ପାଇ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।

Share